ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶ ସ୍ବାଧୀନତା ପାଇ ୭୩ବର୍ଷ ଅତିକ୍ରମ କରିସାରିଛି, ଆଜି ବି ଲୋକେ ଗମନାଗମନ ସୁବିଧାରୁ ବଞ୍ଚିତ

ଥୁଆମୂଳ ରାମପୁର:୨/୪:– ଦେଶ ସ୍ବାଧୀନତାର ୭୩ବର୍ଷ ପଦାର୍ପଣ କରିସାରିଛି, ତଥାପି ଅନେକ ସ୍ଥାନରେ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ରହିଛନ୍ତି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ କୋଟିକୋଟି ଟଙ୍କା ବ୍ଯୟରେ ବିଭିନ୍ନ ଯୋଜନା ତିଆରି କରୁଛନ୍ତି। ସେ ଅନୁସାରେ ଆଜିବି ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଖକୁ ଯୋଜନା ପହଞ୍ଚି ପାରୁନାହିଁ। ବାଟବଣା ହେଉଛି ଯୋଜନା ,ଯୋଜନା ଯୋଜନ ଦୂରକୁ ଚାଲିଯାଉଛି। ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୂଚନ୍ଦ୍ରିକାରେ ଚାଲିଛି ଯୋଜନା। ସରକାଙ୍କ ୧୦୮ ଆମ୍ବୁଲାନ୍ସ ସେବାରୁ ଅନେକ ଲୋକେ ବଞ୍ଚିତ ରହିଛନ୍ତି। ପହଞ୍ଚି ପାରୁନାହିଁ ତାଙ୍କ ପାଖକୁ ଆମ୍ବୁଲାନ୍ସ ଯାହାଫଳରେ ଗର୍ଭବତୀ ମହିଳା ମାନଙ୍କୁ ଖଟିଆରେ ବୋହିବା ଭଳି ଅଭାବନୀୟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ସରକାରଙ୍କ ପକ୍ଷରୁ କୁହାଯାଉଛି ଯେ, ପ୍ରତ୍ୟେକ ଗ୍ରାମକୁ ସଡକ ସଂଯୋଗ କରାଯିବ,କାହିଁ ଗଲା ସଡକ ସଂଯୋଗ କିଛି ନାହିଁ, ପ୍ରହସନ ପାଲଟିଛି ଯୋଜନା। ଏହି ଭଳି ଅନେକ ସ୍ଥାନରେ ଆଜିବି ଭଲ ରାସ୍ତା ଖଣ୍ତି ନାହିଁ। ଏଠାରେ ଏକ ଉଦାହରଣ ସ୍ୱରୂପ ନିଆଯାଇଛି ଯାହାକି କଳାହାଣ୍ଡି ଜିଲ୍ଲା ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ବଡ ବଣ୍ତେଲ ଗ୍ରାମର କଲୋନୀ ପଡା, ଥୁଆମୂଳ ରାମପୁର ସଦରମହକୁମା ଅଧିନରେ ଥିବା ବଡବଣ୍ତେଲ ଗ୍ରାମର କଲୋନୀ ପଡାକୁ ଏଯାଏଁ ଭଲ ରାସ୍ତା ଖଣ୍ତେ ନାହିଁ। ଯାହାକି ମୂଖ୍ଯାଳୟ ଠାରୁ ମାତ୍ର ୩/୪ କିଲୋ ମିଟରରେ ଦୂରତାରେ ଥିବା ବଡବଣ୍ତେଲ ଗ୍ରାମ କଲୋନୀ ପଡାର ଅବସ୍ଥାରେ ଯଦି ଉନ୍ନତି ହୋଇପାରିଲା ନାହିଁ, ତେବେ ଦୁର୍ଗମ ଅଞ୍ଚଳରେ ଥିବା ଗ୍ରାମଗୁକର କଥା ନକହିବା ଭଲ। ଯାହାଫଳରେ ଲୋକେ ବିଭିନ୍ନ ସମୟରେ ନାନା ପ୍ରକାର ଅସୁବିଧା ଭୋଗୁଛନ୍ତି। ଲୋକେ ରୋଗରେ ପୀଡିତ ହେଲେ କିମ୍ବା ଗର୍ଭବତୀ ମହିଳାଙ୍କୁ ଡାକ୍ତରଖାନା ନେବାକୁ ହେଲେ ଏକ ନାଳ ପାରି କରିବାକୁ ପଡିଥାଏ। ଏହି ରାସ୍ତା ଭଲ ନଥିବା ଯୋଗୁଁ ଗାଁକୁ ଆମ୍ବୁଲାନ୍ସ ଆଜିବି ଯାଇପାରୁ ନାହିଁ। ତେବେ ସରକାରଙ୍କ ସଡକ ଯୋଜନା କାହା ସ୍ବାର୍ଥ ପାଇଁ କରାଯାଇଛି। ସେନେଇ ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଛି। ତେବେ ବଡବଣ୍ତେଲ ଗ୍ରାମର କଲୋନୀ ପଡାକୁ ବ୍ଳକ ପ୍ରଶାସନ ପକ୍ଷରୁ ରାସ୍ତା ଓ ପୋଲଟିଏ ନିର୍ମାଣ କରିବା ପାଇଁ ଦାବି ହେଉଛି।

ଥୁଆମୂଳ ରାମପୁର ରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ବସ ଦୁର୍ଘଟଣା ରେ କୋକସରା ବ୍ଲକ ର ଦାଦନ ଯାଉଥିବା ଶ୍ରମିକ ଙ୍କ ମୃତ୍ୟୁ, ଜଣେ ଗୁରୁତର

Sunil Chandra Nayak

କେସିଙ୍ଗା ନିକଟ ମଶାଣିମୁଣ୍ଡା  ମଦଭାଟି ନିକଟରୁ ଏକ ଗଳିତ ଶବ ଉଦ୍ଧାର , ହତ୍ୟା ସନ୍ଦେହ ରେ ବଡ ଭାଇ ଓ ଦୁଇ ପୁତୁରା ଙ୍କୁ ଅଟକ

Sunil Chandra Nayak

ବାଃ ବାଃ ରେ ଚିକିତ୍ସାଳୟ ମୋ ସରକାର କୁ ଫୁ 

Sunil Chandra Nayak

Leave a Comment

error: Content is protected !!