ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଠାରୁ ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶତମ ଯାତ୍ରା ତଥା ରୌପ୍ୟ ଜୟନ୍ତୀ ଆରମ୍ଭ

ଫୁଲବାଣୀ -:   କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ମହକୁମା ଠାରେ ଦୁଇ ବର୍ଷ ଅନ୍ତରେ ଥରେ ଅନୁଷ୍ଠିତ ହେଉଥିବା ଫୁଲବାଣୀ ସହର ବାସୀ ଙ୍କର ଅଧିଷ୍ଠାତ୍ରୀ ଦେବୀ ମାଁ ନାରାୟଣୀ ଠାକୁରାଣୀ ଙ୍କର ଯାତ୍ରା କୋଭିଡ କଟକଣା ଯୋଗୁଁ ଗୋଟିଏ ବର୍ଷ ବନ୍ଦ ରହିଥିଲା। ଚଳିତ ବର୍ଷ ମାଁ ନାରାୟଣୀ ଙ୍କର ଯାତ୍ରା କରିବା ପାଇଁ ଜିଲ୍ଲା ପ୍ରଶାସନ ର ସ୍ୱୀକୃତି ମିଳିଥିବା ବେଳେ ସହର ବାସୀ ଶ୍ରଦ୍ଧାଳୁ ଙ୍କର ସହଯୋଗ ରହିଛି। ମାଁ ନାରାୟଣୀ ଠାକୁରାଣୀ ଙ୍କର ପଞ୍ଚବିଂଶତମ ଯାତ୍ରା ତଥା ରୌପ୍ୟ ଜୟନ୍ତୀ ସୁଚାରୁ ରୂପେ ପରିଚାଳନା କରିବା ନିମନ୍ତେ ନୂତନ ପରିଚାଳନା କମିଟି ଗଠନ ହୋଇଛି। ଏହି ପଞ୍ଚବିଂଶ ତମ ଯାତ୍ରା ରୌପ୍ୟ ଜୟନ୍ତୀ ଚଳିତ ମେ ମାସ ତା ୩/୫/୨୦୨୨ ରିଖ ଠାରୁ ଜୁନ ତା ୧/୬/୨୦୨୨ ରିଖ ପର୍ଯ୍ୟନ୍ତ ଏକ ମାସ ଧରି ସମସ୍ତଙ୍କର ସହଯୋଗରେ ଶାନ୍ତି ଶୃଙ୍ଖଳା ସହ ଯାତ୍ରା ପରିଚାଳନା ହେବା ନିମନ୍ତେ ଯାତ୍ରା ପରିଚାଳନା କମିଟି ସଭାପତି ପି ସୁଧାଂଶୁ ସେନାପତି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। କମିଟି ର ସମସ୍ତ କର୍ମକର୍ତ୍ତା ଙ୍କର ଉପସ୍ଥିତ ରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମ୍ମିଳନୀରେ ମାଁ ନାରାୟଣୀ ଙ୍କର ଯାତ୍ରା ପରିଚାଳନା ନିମନ୍ତେ ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତା ୩/୫/୨୦୨୨ ରିଖ ଦିନ ବୈଶାଖ ମାସ ଶୁକ୍ଳ ପକ୍ଷ ପବିତ୍ର ଅକ୍ଷୟ ତୃତୀୟା ଯାତ୍ରା ର ଶୁଭାରମ୍ଭ ଦିନ ପାରମ୍ପରିକ ରୀତିନୀତି ଅନୁସାରେ ପଞ୍ଚଦେବୀ ପଞ୍ଚ ଠାକୁରାଣୀ ଙ୍କୁ ସକାଳ ୯.୩୦ ମି ସମୟରେ ଯାତ୍ରା ପଡ଼ିଆ କୁ ଆବାହନ କରାଯିବ ଏବଂ ସନ୍ଧ୍ୟା ୬.୩୦ ମି ସମୟରେ ମାଁ ନାରାୟଣୀ ଙ୍କର ମନ୍ଦିର କୁ ଯାତ୍ରା କମିଟି ର ସମସ୍ତ କର୍ମକର୍ତ୍ତା ,ଯାତ୍ରା ପରିଚାଳନା କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ଶେଷଦେଵ ମିଶ୍ର ଉପ ଜିଲ୍ଲାପାଳ ଫୁଲବାଣୀ, ଫୁଲବାଣୀ ପୋୖର ପରିଷଦ ଅଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି, ତହସିଲଦାର ଫୁଲବାଣୀ ଦିନମଣି ନାୟକ ଙ୍କର ଉପସ୍ଥିତ ରେ ସହସ୍ରାଧିକ ଭକ୍ତ ମାଁ ନାରାୟଣୀ ଙ୍କର ମନ୍ଦିର କୁ ୨୫ ଗୋଟି ପଟୁଆର ନାଗା ନୃତ୍ୟ, ଦଶପଲ୍ଲା ର ଢୋଲ , ବଡ କୋଦଣ୍ଡା ର ବାଘ ଷଣ୍ଢ ରାଜାରାଣୀ ନାଟ , ଅଗ୍ନିବାଦାନୀ, ଢୋଲ ନିଶାନ , ଯୋଡି ଶଙ୍ଖ, ଫୁଲବାଣୀ ର ଖଉଡା ଘଣ୍ଟ ବାଦ୍ୟ,ଗଞ୍ଜାମ ର ଚାଙ୍ଗୁବାଦ୍ୟ,ଗୋପାଳ ସମାଜ ର ବାଡିଖେଳ ଆକାଶ ଚୁମ୍ବି ଆତସବାଜୀ ବାଣ ଫୁଟାଇ ଏଭଳି ବିଭିନ୍ନ ପଟୁଆର ରେ ଯାଇ ମାଁ ନାରାୟଣୀ ଙ୍କର ଆଜ୍ଞାମାଳ ପାଇବା ନିମନ୍ତେ ମାଁ ନାରାୟଣୀ ଙ୍କୁ ପୁଷ୍ପ ଧୂପ ଦୀପ ନୈବେଦ୍ୟ ରେ ପୂଜା ଅର୍ଚ୍ଚନା କରି ମାଁ ଙ୍କର ଆଜ୍ଞାମାଳ ପାଇବା ପରେ ବିରାଟ ପଟୁଆର ରେ ମାଁ ନାରାୟଣୀ ଠାକୁରାଣୀ ଙ୍କୁ ବରଣ କରି ଆଣି ଶ୍ରୀରାମ ମନ୍ଦିର ନିକଟସ୍ଥ ହାଟପଦା ସ୍ଥିତ ଯାତ୍ରା ପଡ଼ିଆ ଆସ୍ଥାୟୀ ପୂଜା ମଣ୍ଡପରେ ସ୍ଥାପନା କରାଯିବା ନିମନ୍ତେ ଯାତ୍ରା କମିଟି ସାଧାରଣ ସମ୍ପାଦକ ଦୁର୍ଗା ଚରଣ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ଙ୍କୁ ସୂଚନା ଦେଇଥିଲେ। ତତ ସହିତ ଉପ ସଭାପତି ସୁଜିତ କୁମାର ବେହେରା ଯାତ୍ରା ସମୟରେ ଯାତ୍ରା ପଡ଼ିଆ କିପରି ପୋୖର ପରିଷଦ ପକ୍ଷରୁ ପରିଷ୍କାର ପରିଛନ୍ନ ରଖିବା,ଯାତ୍ରା ସମୟରେ ଅତ୍ୟଧିକ ଭିଡ଼ ପରିଲକ୍ଷିତ ହେବ ସେହି ସମୟରେ ଚୋରି ପକେଟ ମାର ଭଳି ଅସାମାଜିକ କାର୍ଯ୍ୟକଳାପ କୁ ଦୃଷ୍ଟି ରେ ରଖି ଯାତ୍ରା ପଡ଼ିଆ ଏବଂ ସହରର ବିଭିନ୍ନ ସ୍ଥାନରେ ୨୩ ଟି ସିସି କ୍ୟାମେରା ଲାଗିବା,ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା,ଯାନବାହନ ପାର୍କିଂ ବ୍ୟବସ୍ଥା,ଯାତ୍ରା ସମୟରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମିନା ବଜାର ଶାନ୍ତି ଶୃଙ୍ଖଳା ସହ ପରିଚାଳନା କିପରି ହୋଇପାରିବ ସେ ସମ୍ପର୍କରେ ସୂଚନା ଦେଇଥିବା ବେଳେ କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ମହାନ୍ତି ଆମର ଏହି ମାଁ ନାରାୟଣୀ ଯାତ୍ରା ରାଜ୍ୟ ସ୍ତରୀୟ ମହୋତ୍ସବ ଭାବରେ କ୍ୟାଲେଣ୍ଡର ରେ ସ୍ଥାନ ପାଇବ ସେହି ଭଳି ଅଧିକ ଭାବରେ ପ୍ରଚାର ପ୍ରସାର ହୋଇପାରିବ ଗଣମାଧ୍ୟମ ପ୍ରତିନିଧିମାନେ ବହୁଳ ଭାବରେ ଯାତ୍ରା ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଯାତ୍ରାର କାର୍ଯ୍ୟକ୍ରମ କୁ ପ୍ରଚାର ପ୍ରସାର କରିବା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସାମ୍ବାଦିକ ମାନଙ୍କୁ ଅନୁରୋଧ କରି କହିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସାଂସ୍କୃତିକ ସମ୍ପାଦକ ଭି. ଲୋକନାଥ ରାଜୁ,ଅର୍ଥ ସମ୍ପାଦକ କାବୁଲା ସେନାପତି, ସହ ସମ୍ପାଦକ ପାର୍ଥ ସାରଥୀ ବିଶ୍ୱାଳ,ଅରୁଣ କୁମାର ପଣ୍ଡା, ସୁମନ ପଟ୍ଟନାୟକ, ସୀମାଞ୍ଚଳ ପ୍ରଧାନ,ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଗଣମାଧ୍ୟମ ସଂଯୋଜକ ତଥା ଫୁଲବାଣୀ ପ୍ରେସକ୍ଳବ ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଗୁରୁ ଦକ୍ଷିଣା

Sunil Chandra Nayak

ପ୍ରିୟ ରଞ୍ଜନ ମୁଣ୍ଡ ଙ୍କ କବିତା ପ୍ରହେଳିକା … ଏକ ନିଶବ୍ଦ ରାତ୍ରୀ ର

Sunil Chandra Nayak

ତୁମେ ସମସ୍ୟାର କାରଣ ହୁଅ ନାହିଁ, ସମାଧାନର ପଥଟିଏ ହୁଅ

Sunil Chandra Nayak

Leave a Comment

error: Content is protected !!