ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିକାଶ ସାତ ସପନ ଯହିଁ _ସେ ନଗାରୀ ହରିଜନ ସାହି

ଢ଼େଙ୍କାନାଳ: ଓଡ଼ାପଡ଼ା ବ୍ଲକ୍ ଅଧୀନସ୍ଥ ମୋଟଙ୍ଗା ପଞ୍ଚାୟତ ର ନଗାରୀ ଗ୍ରାମ ହରିଜନ ସାହିରେ ୧୦୦ ରୁ ଉର୍ଦ୍ଧ୍ବ ବି ପି ଏଲ ପରିବାର ବାସ କରନ୍ତି କିନ୍ତୁ ଏମାନଙ୍କ ପାଇଁ ବିକାଶ ଏଠି ସାତ ସପନ । ଓଡ଼ିଶା ସରକାର ପ୍ରଗତି କ୍ଷେତ୍ର ରେ ଏକ ନମ୍ବର ବୋଲି ଦିଣ୍ଡିମ ପିଟୁଥିଲା ବେଳେ ଏଠି ତାର ଛାଇ ବି ଟିକିଏ ପଡୁନି । ସବୁଠୁ ବଡ଼କଥା ଏହି ସାହି ଟି ବ୍ଲକ ଠାରୁ ମାତ୍ର ୧୫ କିଲୋମିଟର ଦୂରତାରେ ତତ୍ ସହିତ ପୁରୁଣା ଜାତୀୟ ରାଜପଥ _୪୨ କୁ ଲାଗି ରହିଛି ।ନା ଏଠି ରାସ୍ତା, ନା କୋଠ ଘର, ନା ବୈଠକ ମଣ୍ଡପ ।ପୂର୍ବରୁ ପରିତ୍ୟକ୍ତ ଅବସ୍ଥା ରେ ପଡି ରହିଛି ଏଠି କୋଠ ଘର ।ମରାମତି ବି ହେଇ ପାରୁନାହିଁ କି ନୂତନ ଘରଟିଏ ଅନୁମୋଦନ ଲାଭ କରି ପାରୁନାହିଁ । ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତି ପାଞ୍ଚ ବର୍ଷରେ ଥରେ ନିର୍ବାଚନ ଆସିଲେ ନେତା ଙ୍କ ଲମ୍ବା ଲାଇନ ହୁଏ କିନ୍ତୁ ପରେ ଆଉ ଦେଖା ଦିଅନ୍ତି ନାହିଁ । ଏଠିକାର ଜନ ସାଧାରଣ ବାରମ୍ବାର ବିଭାଗୀୟ ଅଧିକାରୀ ଙ୍କ ପାଖେ ଗୁହାରୀ କରୁଥିଲେ ସୁଦ୍ଧା ଫଳବତି ହୋଇ ପାରିନାହିଁ ବୋଲି ୱାର୍ଡ ସଭ୍ୟ ଅରୁଣ ନାଏକ , ବିଜୟ ନାୟକ, ଅଜୟ ନାୟକ, ଈଶ୍ୱର ନାୟକ ମତ ବ୍ୟକ୍ତ କରିଛନ୍ତି । ଓଡ଼ିଶା ସରକାର – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ ସହିତ ସ୍ଥାନୀୟ ନେତ୍ରୁ ବର୍ଗ , ଜନପ୍ରତିନିଧି ଏଥି ପ୍ରତି ଦୃଷ୍ଟି ଆକର୍ଷଣ କରିବା କୁ ହରିଜନ ସାହିର ଜନ ସାଧାରଣ ନିବେଦନ କରିଛନ୍ତି।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ର ୩ ଦଫା ଦାବୀପତ୍ର ପ୍ରଦାନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ମିଶନ ଶକ୍ତି ଗୃହ ଉଦଘାଟନ କଲେ ବିଧାୟକ

Sunil Chandra Nayak

Leave a Comment

error: Content is protected !!