ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ଠାରେ ଆୟୁଷ୍ମାନ ଯୋଜନାରେ ସ୍ଵାସ୍ଥ୍ୟ ମେଳା

ନର୍ଲା (ମନିସ) କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଭୁକ୍ତ ଏକ ସ୍ଵାସ୍ଥ୍ୟ ମେଳା ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ସ୍ଵାସ୍ଥ୍ୟ ମେଳାରେ ୨୬୪ଜଣ ପୁରୁଷ ଓ ୨୨୪ ଜଣ ମହିଳା ମାଗଣା ଭାବେ ଚିକିତ୍ସା ସେବା ଲାଭ କରିଥିଲେ। ଡାକ୍ତର ସନତ କୁମାର ଶତପଥୀ,ବିପିଏମ ସବୀର କୁମାର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଡାକ୍ତର କିଶୋର ସାହୁ, ଡାକ୍ତର ଆଶିଷ କୁମାର ଧାରୁଆ, ଡାକ୍ତର କୁନାଲ ସାହୁ ପ୍ରମୁଖ ରୋଗୀଙ୍କ ଚିକିତ୍ସା ସେବା କରିଥିଲେ। କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ନର୍ଲା ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି, ବ୍ଳକ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସ୍ଵାସ୍ଥ୍ୟ ମେଳା ପରିଦର୍ଶନ କରିଥିଲେ। ରୋଗୀ ମାନେ ଆୟୁର୍ବେଦିକ ଓ ହୋମିଓପାଥି ଚିକିତ୍ସା ସେବା ପାଇ ଔଷଧ ଗ୍ରହଣ କରିଥିଲେ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ତହସିଲ କାର୍ଯ୍ୟାଳୟରେ ପ୍ରେମୀ ଯୁଗଳଙ୍କ ବିବାହ 

Sunil Chandra Nayak

ଗ୍ରାମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠରେ ବିଜ୍ଞାନ ମେଳା

Sunil Chandra Nayak

ମଠକରଗୋଳା ମହାବିଦ୍ୟାଳୟରେ ଏନ୍.ଏସ.ଏସ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!