ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାସମାରୋହରେ ଅନୁଷ୍ଠିତ ହେଲା ପଞ୍ଚଦଶ ହେମନ୍ତ ମହୋତ୍ସବ

ରାଉରକେଲା/ ପଶ୍ଚିମ ଓଡିଶାର ପ୍ରଖ୍ୟାତ କଳା ସଂସ୍କୃତି ଅନୁଷ୍ଠାନ ‘ଶ୍ରୀ ସିଦ୍ଧି ଏକାଡେମୀ ଅଫ୍ ଆର୍ଟ ‘ ର ପଞ୍ଚଦଶ ହେମନ୍ତ ମହୋତ୍ସବ ମହାସମାରୋହରେ ସ୍ଥାନୀୟ ସିଭିକ୍ ସେଣ୍ଟର୍ ଠାରେ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବ ଉପଲକ୍ଷେ ପୂର୍ବରୁ ସେକ୍ଟର ୧ ସ୍ଥିତ ଏକାଡେମୀ ପରିସରରେ ଏକ ତ୍ରି ଦିବସୀୟ ଓଡ଼ିଶୀ ସଙ୍ଗୀତ କର୍ମଶାଳା ଭୁବନେଶ୍ୱର ସ୍ଥିତ ସଙ୍ଗୀତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡକ୍ଟର ନିମାକାନ୍ତ ରାଉତରାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଥିଲା। ହେମନ୍ତ ମହୋତ୍ସବର ଦିବସ ବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଦିନ ବେଳା ‘ଓଡ଼ିଶୀ ସଙ୍ଗୀତର ଶାସ୍ତ୍ରୀୟତା ‘ ପ୍ରସଙ୍ଗକୁ ନେଇ ଏକ ଜାତୀୟ ସ୍ତରର ଆଲୋଚନା ଚକ୍ର ବେଶ୍ ମନଛୁଆଁ ହୋଇଥିଲା। ଭୁବନେଶ୍ୱର ରୁ ଆଗତ ସୁବିଖ୍ୟାତ ଓଡ଼ିଶୀ ସଙ୍ଗୀତଜ୍ଞ ତଥା ଲେଖକ ମୃତ୍ୟୁଞ୍ଜୟ ରଥ ମୁଖ୍ୟ ବକ୍ତା ଭାବେ ତାଙ୍କ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରାତଃ ଅଧିବେଶନରେ ଏକାଡେମୀର ଛାତ୍ରଛାତ୍ରୀ ମାନେ ଏକକ ଓଡ଼ିଶୀ ସଙ୍ଗୀତ ପରିବେଷଣ କରିଥିଲେ। ପ୍ରାତଃ ଅଧିବେଶନରେ ରାଉରକେଲା ଇସ୍ପାତ କାରଖାନା ର ଅର୍ଥ ବିଭାଗ ମୁଖ୍ୟ ପ୍ରବନ୍ଧକ ଡକ୍ଟର ଗିରିଜା ଶଙ୍କର ଦାସ ମୁଖ୍ୟ ଅତିଥି ଏବଂ ସଙ୍ଗୀତ ଶିଳ୍ପୀ ସମାଜର ଅଧ୍ୟକ୍ଷ ତଥା ବିଶିଷ୍ଟ ସଙ୍ଗୀତଜ୍ଞ ଶରତ ଧଳ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ। ସାନ୍ଧ୍ୟ ଅଧିବେଶନରେ ରାଉରକେଲା ଇସ୍ପାତ କାରଖାନାର ଆତିଥ୍ଯ ବିଭାଗ ମୁଖ୍ୟ ପ୍ରବନ୍ଧକ ବିଜୟ କୁମାର ରାଉତ ମୁଖ୍ୟ ଅତିଥି ଏବଂ ବିଶିଷ୍ଟ ଓଡ଼ିଶୀ ସଙ୍ଗୀତଜ୍ଞ ନିମାକାନ୍ତ ରାଉତରାୟ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଶିଷ୍ଟ ତବଲା ବାଦକ ଗୁରୁ ଶ୍ରୀଯୁକ୍ତ ଜଗନ୍ନାଥ ଦାସ ଙ୍କୁ ‘ହେମନ୍ତ ସମ୍ମାନ’ ପ୍ରଦାନ କରାଯାଇଥିଲା। ରାଜଗାଙ୍ଗପୁର ସ୍ଥିତ ଶ୍ରୀ କଳା ନିକେତନର ପ୍ରତିଷ୍ଠାତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ଶ୍ରୀ ବଟକୃଷ୍ଣ ମଲ୍ଲିକଙ୍କୁ ‘ଅଭିନ୍ନ ଚନ୍ଦ୍ର କଳା ସମ୍ବର୍ଦ୍ଧନ ସମ୍ମାନ’ ରେ ମାନପତ୍ର ଓ ଦଶ ହଜାର ଟଙ୍କା ର ଆର୍ଥିକ ରାଶି ପ୍ରଦାନ କରାଯାଇଥିଲା। ମୁଖ୍ୟ ଅତିଥି ଶ୍ରୀ ରାଉତ ଏକାଡେମୀର ଛାତ୍ରଛାତ୍ରୀ ମାନଙ୍କ କଳା ନୈପୁଣ୍ୟ ପ୍ରଦର୍ଶନ ଖୁବ୍ ଉଚ୍ଚ କୋଟୀର ଏବଂ ଏହି ଅନୁଷ୍ଠାନର ଭବିଷ୍ୟତ ଖୁବ୍ ଉଜ୍ଜ୍ବଳ ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ଏକାଡେମୀର ଅଧ୍ୟକ୍ଷ ସୁନୀଲ କାୟଲ ଉଦଘାଟନୀ ଅଭିଭାଷଣରେ ଆର୍ଟ ଅଫ୍ ଲିଭିଂ ପରିବାରର ସ୍ଵେଚ୍ଛାସେବୀ ମାନଙ୍କ ଅକ୍ଲାନ୍ତ ପ୍ରୟାସ ତଥା ଏକାଡେମୀ ର ନିର୍ଦ୍ଦେଶକ ଗୁରୁ ପ୍ରଫୁଲ୍ଲ ମଙ୍ଗଳଙ୍କ ଦକ୍ଷତା ଯୋଗୁଁ ଏହି ଅନୁଷ୍ଠାନ ରାଜ୍ୟ ର ଅଗ୍ରଣୀ କଳା ଅନୁଷ୍ଠାନ ରୂପେ ନିଜକୁ ପ୍ରତିଷ୍ଠିତ କରିପାରିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଖ୍ୟାତ ଓଡ଼ିଶୀ ସଙ୍ଗୀତଜ୍ଞ ଆଶାଲତା ଷଡଙ୍ଗୀ ସଙ୍ଗୀତ ଓ ଆଧ୍ୟାତ୍ମିକତା ମିଳନ ସ୍ଥଳୀ ଭାବେ ଏପରି କଳା ଅନୁଷ୍ଠାନ ରାଜ୍ୟ ରେ ବିରଳ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଏକାଡେମୀ ର ଉପାଧ୍ୟକ୍ଷ ବିଶିଷ୍ଟ ଅନୁବାଦ ସାହିତ୍ୟିକ ତଥା ଆର୍ଟ ଅଫ୍ ଲିଭିଂ ପ୍ରଶିକ୍ଷକ ରଶ୍ମି ରଞ୍ଜନ ଦାସ ଧନ୍ୟବାଦ ଅଭିଭାଷଣରେ କଳା ସଂସ୍କୃତି ପ୍ରୋତ୍ସାହନ ଦିଗରେ ସମଗ୍ର ବିଶ୍ୱର ୧୯୦ ଗୋଟି ଦେଶରେ ଆର୍ଟ ଅଫ୍ ଲିଭିଂ ସ୍ଵେଚ୍ଛାସେବୀ ମାନେ ଯେଉଁ ଅକ୍ଲାନ୍ତ ଉଦ୍ୟମ କରି ଆସୁଛନ୍ତି, ଏହି ଅନୁଷ୍ଠାନ ତାର ଏକ ଉଜ୍ଜ୍ବଳ ଉଦାହରଣ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅନୁଷ୍ଠାନର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ବୃନ୍ଦ ତବଲା ବାଦନ, ବୃନ୍ଦ ଓଡ଼ିଶୀ, ଶିଶୁ ସଙ୍ଗୀତ ଗାୟନ କୁ ଦର୍ଶକ ମଣ୍ଡଳୀ ମନ୍ତ୍ରମୁଗ୍ଧ ହୋଇ ଉପଭୋଗ କରୁଥିବା ଦେଖା ଯାଇ ଥିଲା। ପୁରୀରୁ ଆଗତ ‘ନବ ପ୍ରତିଭା’ କଳା ଅନୁଷ୍ଠାନ ର ସଭାପତି ଗୁରୁ ଅଶୋକ ଦାସ., ଡ ମୃତ୍ୟୁଞ୍ଜୟ ରଥ ଓ ଗୁରୁ ନିମାକାନ୍ତ ରାଉତରାୟ ଙ୍କ ଓଡ଼ିଶୀ ସଙ୍ଗୀତ ପରିବେଷଣ ବେଶ୍ ଭାବ ଗମ୍ଭୀର ପରିବେଶ ସ୍ରୁଷ୍ଟି କରି ଥିଲା। ଅନୁଷ୍ଠାନ ର ନିର୍ଦ୍ଦେଶକ ଗୁରୁ ପ୍ରଫୁଲ୍ଲ ମଙ୍ଗଳ ବାର୍ଷିକ ବିବରଣୀ ପାଠ କରିବା ସହ ନିଜ ଅଭିଭାଷଣ ରେ ଅନୁଷ୍ଠାନର ବହୁ ମୁଖୀ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଚିତ୍ର କଳା ଗୁରୁ ଜ୍ୟୋସ୍ନାରାଣୀ ଉପାଧ୍ୟାୟଙ୍କ ନେତୃତ୍ଵରେ ଏକ ଚିତ୍ରକଳା ପ୍ରଦର୍ଶନୀ ର ଆୟୋଜନ ହୋଇଥିଲା। ଆର୍ଟ ଅଫ ଲିଭିଂର ବରିଷ୍ଠ ପ୍ରଶିକ୍ଷିକା କାଜଲ ଦାସ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ।ଏ ସମସ୍ତ କାର୍ଯ୍ୟକ୍ରମ ରେ ସହ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ, କୋଷାଧ୍ୟକ୍ଷ ରମେଶ ସେନାପତି, କାଳନ୍ଦୀ ଚରଣ ସାହୁ, ପ୍ରକାଶ ନାୟକ, ଶୁବମ ବଡାଇକ,ମାନସ ରଞ୍ଜନ ବେହେରା, ଶ୍ରୀଧର ପାଢ଼ୀ, ପ୍ରଶାନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଅନୀଲ ମଲ୍ଲିକ ଓ ଡଃ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମଧ୍ୟପ୍ରଦେଶ ସରକାର ପ୍ରତିନିଧି ଦଳ ଙ୍କ ଓଡ଼ିଶା ମୁଖ୍ୟମନ୍ତ୍ରୀ ଙ୍କୁ ପ୍ରଶଂସା

Sunil Chandra Nayak

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

ନୂଆପଡା ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଭୋଟ ଗଣତି ନେଇ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

Sunil Chandra Nayak

Leave a Comment

error: Content is protected !!