ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ମାଟିର ମଣିଷ 

    ମାଟିର ମଣିଷ 

     ବେଣୁଧର ସୂତାର

ସୁଖର ସୂରୁଯ ଆସେନି ଯା ପାଇଁ
ଆଲୋକର ରୂପ ନେଇ
ସବୁଜ ଧରାର ସିଏ ରୂପକାର
ମାଟିର ମଣିଷ ସେହି ।।
ବିଳାସ ବାଦର ତୀବ୍ର ବିରୋଧୀ
ରୂଦ୍ର ସାଧନା ତାର
ନିଖିଳ ମୁଖରେ ହସ ଫୁଟାଇବା
ତା ଜୀବନ ଅଙ୍ଗୀକାର ।।
ଧମନୀ ଚିପୁଡି ରକ୍ତ ନିଗାଡି
ଲଗାଇ ପରାଣ ବାଜି
ବସୁମତୀ ହସ ମହାନ ଦୃଶ୍ୟ
ତା ପାଇଁ ସମ୍ଭବ ଆଜି ।।
ଚୈତ୍ର ରଜନୀ ଆଣିନି ତା ପାଇଁ
ଜ୍ୟୋତ୍ସ୍ନା ଶୀତଳ ରାତି
ସିଏ ଅଖିଳର ଅନ୍ନଦାତା,ତା
ବିଶ୍ବ ମାନବ ପ୍ରୀତି ।।
ବସୁମତୀ ସୁତ ନୁହେଁ ବିଚଳିତ
ଦାରିଦ୍ର୍ୟ ର କଷାଘାତେ
ନିର୍ବିକାରେ ଯେ ବିତରେ ବିଭବ
ଆନନ୍ଦ ଅଶ୍ରୁପାତେ ।।
ଶୁଣିଛକି ଥରେ ମାଟି ମଣିଷର
ଅନ୍ତର ତଳର କଥା
ଦେଖିଛକିକେବେ ବେଦନାଦଗ୍ଧ ତା
ସଂସାରର ମହା ବ୍ୟଥା ।।
ଯାହାପାଇଁ ଆଜି ଦେଖୁଛ ଧରାରେ
ଆଗାମୀର ସମ୍ଭାବନା
ବିଦ୍ରୋହେ ତାର ବୁଲିବ ମହୀରେ
ମୃତ୍ୟୁ ର ପରୱ।ନା ।।
ମୁଗ୍ଧ କରିନି ଦଗ୍ଧ ପରାଣ
ସରକାରୀ ସୁରନାମା
ମିଛ ଇସ୍ତାହାରେ ହୋଇକି ପାରିବ
ଧରାରାଣୀ ମନୋରମା ।।
ଆଗାମୀ ବିଶ୍ବ କର୍ଣ୍ଣଧାର ସେ
କରନି ତାପ୍ରତି ହେଳା
ତା ବିନା ଅନନ୍ତ ଉଦରେ ଜଳିବ
ଜ୍ଜାଳାର ଅଗ୍ନି ମାଳା ।।
ପ୍ରାଣବନ୍ତ ସେ ଯେ ପ୍ରଣବ 
କର୍ମର ରଣାଙ୍ଗନେ
ତା ଭାଗ୍ୟ ନିଶାଣ ବିଜୟ ବିଷାଣ
କର୍ମର ଜୟଗାନେ ।।
ଅବହେଳିତ ସେ ନିଃସ୍ବ ମଣିଷ ଟି
ବିଶ୍ବମୁଖେ ଦିଏ ଦାନା
ଭାବପ୍ରୀତି ମୈତ୍ରୀ ପବିତ୍ର ବନ୍ଧନେ
କର ତାରେ ନିରାଜନା ।।

କେଶଦୁରାପାଳ କେନ୍ଦୁଝର

Related posts

ଡାବୁଗାଁର ମାଁ ଗଜଲକ୍ଷ୍ମୀ ମଣ୍ଡପରୁ ଭସାଣୀ ପାଇଁ ବାହାରିଲେ ମାଁ ଗଜଲକ୍ଷ୍ମୀ

Sunil Chandra Nayak

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ଆସର

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

Leave a Comment

error: Content is protected !!