ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଈ —

ଈ —

ରାଗ (କାମୋଦୀ )

 

ଇପ୍ସିତ କୃଷ୍ଣଙ୍କୁ ନପାଇଲେ ଗୋ

ବୃଥା ଜୀବନ ମର୍ତ୍ତ୍ୟେ ରହିଲେ ଗୋ

ଇପ୍ସିତ କୃଷ୍ଣ ବିନା ଅଶାନ୍ତି ହୃଦ ସିନା

    ବିଷାଦଭରା ରାତିହୋଇଲେ ଗୋ।୦

 

ଇକ୍ଷଣ କଲଥରେ ଅନ୍ତରୁଦୁଃଖହରେ

    ଲାଗଇ ଯଥା ସୁଧା ପିଇଲେଗୋ

ଇନ୍ଦ୍ର ସମ୍ପଦ ଖସି ପଡଇସ୍ଵର୍ଗୁ ଆସି

   ଅମରାବତୀ ସୁଖ ମଣିଲେଗୋ ।୧

 

ଇନ୍ଦୁବଦନୀ ବାଳା ହସ୍ତୁକୁସୁମ ମାଳା

   ଆପେପ୍ରସରିଯାଏ ଦେଖିଲେ |

ଈର୍ଷାଳୁ ଲଭିବାକୁ ଇଦୃଶ୍ୟ ସମ୍ପଦକୁ

    ନପାଏ କେବେ ସୁମରୁଥିଲେ।୨

 

ଈଶ୍ୱର ପ୍ରେମଝରି ବଦନୁପଡେଝରି

   ଯୁବାଯୁବତୀ ଭେଟହୋଇଲେଗୋ

ଇପ୍ସିତହସ ହସି ପ୍ରେମସାଗରେଭାସି

   ପୀୟୂଷଭାଣ୍ଡେ ଅବଗାହିଲେ ଗୋ।୩

 

ଇନ୍ଦ୍ରତ୍ୱ ମିଳିପାରେ ତଥାପି ଜଗତରେ

    କୃଷ୍ଣପୀରତି ନମିଳିଲେ ଗୋ

ଭାଷଇ ବିଦ୍ୟାଧର ଜୀବନ ଛାରଖାର

    ଜୀବନ ବୃଥା ମର୍ତ୍ତ୍ୟେ ବଞ୍ଚିଲେ।୪

 

ଅର୍ଥ ——
ଇପ୍ସିତ -ବାଞ୍ଛିତ,ଇକ୍ଷଣ କଲେ -ଦେଖିଲେ, ଅମରାବତୀ -ସ୍ବର୍ଗପୁରୀ, ଈର୍ଷାଳୁ -ହିଂସା ପରାୟଣ,ଇଦୃଶ –ଏହିପରି, ଇସତ –ମୃଦୁହସି ଅବଗାହୀ –ଗାଧୋଇ

 

ଶ୍ରୀ ବିଦ୍ୟାଧର ମହାନ୍ତ,ତମ୍ବାହରା

ହରିଚନ୍ଦନପୁର,କେନ୍ଦୁଝର

 

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

Sunil Chandra Nayak

ରାଉରକେଲା ଇସ୍ପାତ କାରଖାନା ଅବସର ପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଉତ୍କଳ ଦିବସ ପାଳନ 

Sunil Chandra Nayak

ପୋଲ ନିର୍ମାଣରେ ବିଳମ୍ବ, ଭୟଭିତ ଅବସ୍ଥାରେ ନଦୀ କୁଳିଆ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!