ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଈ —

ଈ —

ରାଗ (କାମୋଦୀ )

 

ଇପ୍ସିତ କୃଷ୍ଣଙ୍କୁ ନପାଇଲେ ଗୋ

ବୃଥା ଜୀବନ ମର୍ତ୍ତ୍ୟେ ରହିଲେ ଗୋ

ଇପ୍ସିତ କୃଷ୍ଣ ବିନା ଅଶାନ୍ତି ହୃଦ ସିନା

    ବିଷାଦଭରା ରାତିହୋଇଲେ ଗୋ।୦

 

ଇକ୍ଷଣ କଲଥରେ ଅନ୍ତରୁଦୁଃଖହରେ

    ଲାଗଇ ଯଥା ସୁଧା ପିଇଲେଗୋ

ଇନ୍ଦ୍ର ସମ୍ପଦ ଖସି ପଡଇସ୍ଵର୍ଗୁ ଆସି

   ଅମରାବତୀ ସୁଖ ମଣିଲେଗୋ ।୧

 

ଇନ୍ଦୁବଦନୀ ବାଳା ହସ୍ତୁକୁସୁମ ମାଳା

   ଆପେପ୍ରସରିଯାଏ ଦେଖିଲେ |

ଈର୍ଷାଳୁ ଲଭିବାକୁ ଇଦୃଶ୍ୟ ସମ୍ପଦକୁ

    ନପାଏ କେବେ ସୁମରୁଥିଲେ।୨

 

ଈଶ୍ୱର ପ୍ରେମଝରି ବଦନୁପଡେଝରି

   ଯୁବାଯୁବତୀ ଭେଟହୋଇଲେଗୋ

ଇପ୍ସିତହସ ହସି ପ୍ରେମସାଗରେଭାସି

   ପୀୟୂଷଭାଣ୍ଡେ ଅବଗାହିଲେ ଗୋ।୩

 

ଇନ୍ଦ୍ରତ୍ୱ ମିଳିପାରେ ତଥାପି ଜଗତରେ

    କୃଷ୍ଣପୀରତି ନମିଳିଲେ ଗୋ

ଭାଷଇ ବିଦ୍ୟାଧର ଜୀବନ ଛାରଖାର

    ଜୀବନ ବୃଥା ମର୍ତ୍ତ୍ୟେ ବଞ୍ଚିଲେ।୪

 

ଅର୍ଥ ——
ଇପ୍ସିତ -ବାଞ୍ଛିତ,ଇକ୍ଷଣ କଲେ -ଦେଖିଲେ, ଅମରାବତୀ -ସ୍ବର୍ଗପୁରୀ, ଈର୍ଷାଳୁ -ହିଂସା ପରାୟଣ,ଇଦୃଶ –ଏହିପରି, ଇସତ –ମୃଦୁହସି ଅବଗାହୀ –ଗାଧୋଇ

 

ଶ୍ରୀ ବିଦ୍ୟାଧର ମହାନ୍ତ,ତମ୍ବାହରା

ହରିଚନ୍ଦନପୁର,କେନ୍ଦୁଝର

 

Related posts

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ସରସ୍ବତୀ ବିଦ୍ୟାପୀଠ ସ୍କାଉଟଗାଇଟ ଓ ଜୁନିଅର ରେଡକ୍ରସ ର ଦୀକ୍ଷାନ୍ତ ସମାରୋହ

Sunil Chandra Nayak

ରାଉରକେଲା କଲେଜରେ ‘ବିଶ୍ବ ମାନବାଧିକାର ଦିବସ’ ଓ ‘ପ୍ରତିଜ୍ଞା ପାଠ’… 

Sunil Chandra Nayak

Leave a Comment

error: Content is protected !!