ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶୁଭଶ୍ରୀ  ପ୍ରଧାନ ଙ୍କ କବିତା ସକାଳ  ଜଣାଣ

ସକାଳ  ଜଣାଣ

ଜଗତର ନାଥ ଈଶ୍ୱର

ତୁମରି କରୁଣା ଅପାର।।

 

ତୁମରି ଆଶିଷେ ଜଗତେ

ହୁଏ ଦିନ ରାତି ନିରତେ।।

 

ଅନ୍ତର୍ଯ୍ୟାମୀ ତୁମେ ବୋଲାଇ

ବସିଛ ଭୂଜକୁ ମେଲାଇ।।

 

ଷାଠିଏ ପଉଟି ଖାଉଛ

ରତ୍ନ ଖଟେ ପୁଣି ଶୋଉଛ।।

 

ଭକ୍ତ ପ୍ରିୟ ଚକାନୟନ

ମନକୁ ମୋ ବୁଝି ପାରୁନ।।

 

ମାଗୁ ନାହିଁ ଧନ ରତନ

ଝୁରେ ତୁମ ଛନ୍ଦା ଚରଣ।।

 

ଦୁଃଖୀଟିଏ ବୋଲି ଆସିଛି

ବଡ଼ଦାଣ୍ଡେ ତୋର ବସିଛି।।

 

ଅଭଡ଼ାକୁ ତୋର ଚାହିଁଛି

ତୋ ଛଡ଼ା ତୁଳସୀ ଖୋଜୁଛି।।

 

କରୁଣା ଟିକିଏ ତୋହର

ଖୋଜୁଛି ଏମନ ମୋହର।।

 

ସାହା ହୁଅ ଦୀନ ବାନ୍ଧବ

ତୋ ଚରଣେ କୋଟି ପ୍ରଣାମ।।

 

 ଶୁଭଶ୍ରୀ  ପ୍ରଧାନ

 କୋଣାର୍କ , ପୁରୀ

 

Related posts

ବେଣୁଧର ସୂତାର ଙ୍କ କବିତା ମୋହିତ ସ୍ବପ୍ନର ମାୟା

ମୟୂରଭଂଜ – ଦୁବୁଲାବେଢ଼ା ଗ୍ରାମର ବହୁ ଚର୍ଚ୍ଚିତ ମହିଳା ହତ୍ୟାକାଣ୍ଡର ପର୍ଦ୍ଦାଫାଶ ନେଇ ଏସଡିପିଓଙ୍କ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!