ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସହିଦ ରେଣ୍ଡୋ ମାଝୀ ଙ୍କ ୬୭ତମ ସହିଦ ଦିବସ ପାଳିତ

ଜୁନାଗଡ଼ ୧୦/୧୨(ମ ନି ସ) -ଜୁନାଗଡ଼ କୁରୁଗୁଡା ଆଦିବାସୀ ସଂଘ ତରଫରୁ ସହିଦ ରେଣ୍ଡୋ ମାଝୀ ଙ୍କ ର୬୭ତମ ସହିଦ ଦିବସ ସ୍ଥାନୀୟ ଆଦିବାସୀ ଭବନ ଠାରେ ସମାରୋହରେ ପାଳିତ ହୋଇ ଯାଇ ଅଛି l ଏହି ଅବସରରେ ଆଦିବାସୀ ସଙ୍ଘ ର ଶତାଧିକ ମହିଳା ଓ ପୁରୁଷ ସ୍ଥାନୀୟ ମା ଲଙ୍କେଶ୍ୱରୀ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରି ପାରିମ୍ପlରିକ ଅସ୍ତ୍ର ଶସ୍ତ୍ର ଧରି ଲୋକ ବାଦ୍ୟ ର ତାଳେ ତାଳେ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ l ଏହି ଶୋଭାଯାତ୍ରା କୁରୁଗୁଡା ରାସ୍ତା ଲେପ୍ରା ସୋସାଇଟି ନିକଟରେ ଥିବା ଆଦିବାସୀ ଭବନ ରେ ପହଞ୍ଚି ଥିଲା l ସେଠାରେ ଥିବା ସହିଦ ରେଣ୍ଡୋ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ଉପସ୍ଥିତ ଥିବା କର୍ମକର୍ତ୍ତା ଓ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରି ଥିଲେ l ଏହାପରେ ସଂଗଠନ ର ସଭାପତି ସୁପ୍ରସନ୍ନ ଭୋଇ ଙ୍କ ସଭାପତିତ୍ବ ରେଏକ ସଭା ର ଆୟୋଜନ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଓଡ଼ିଶା ସରକାରଙ୍କ ଆଦିବାସୀ ଉନ୍ନୟନ ମନ୍ତ୍ରୀ ଜଗନ୍ନାଥ ସlରକା ,ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ର ,ଆଦିବାସୀ ସଙ୍ଘ ସଭାପତି, ସମାଜସେବୀ ବିଶ୍ୱନାଥ କର, ପୂର୍ବତନ ସରପଞ୍ଚ ଭାରତ ମାଝୀ, ଧରଣୀ ଭୋଇ, ଶେଷଦେବ ମାଝୀ ପ୍ରମୁଖ ମଞ୍ଚlସିନ ହୋଇ ସହିଦ ରେଣ୍ଡୋ ମାଝୀ ଙ୍କ ସ୍ମୃତି ଚାରଣ କରିଥିଲେ l କଳାହାଣ୍ଡି ର ବୀରପୁତ୍ର ସହିଦ ରେଣ୍ଡୋ ମାଝୀ ସ୍ୱାଧୀନତା ସଂଗ୍ରାମରେ କଳାହାଣ୍ଡି ର ସ୍ୱାଧୀନତା ଓ ଆଦିବାସୀ ଙ୍କ ଉନ୍ନତି ପାଇଁ ତାଙ୍କର ବଳିଦାନ ଅତୁଳନୀୟ ଏବଂ ତାଙ୍କ ପଦାଙ୍କ ଅନୁସରଣ କରି ସମାଜର ଉତ୍ଥାନ ପାଈଁ ସମସ୍ତେ ଯତ୍ନବାନ ହେବାକୁ ମନ୍ତ୍ରୀ ଶ୍ରୀ ସlରକା ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ lବିଧାୟକ ଶ୍ରୀ ମିଶ୍ର ଜୁନାଗଡ଼ ର ବିକାଶ ସହ ଆଦି ବାସୀ ସଂଘ ଓ ଭବନ ନିର୍ମାଣ ପାଇଁ ତାଙ୍କର ସହଯୋଗ ସବୁବେଳେ ରହିଛି ବୋଲି ପ୍ରକାଶ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଜୁନାଗଡ଼ ଅଞ୍ଚଳର ସମସ୍ତ ଆଦିବାସୀ ସଂଗଠନ ର ସଦସ୍ୟ ଓ ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ଉପସ୍ଥିତ ଥିଲେ l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ

Related posts

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରିୟ ବିଜ୍ଞାନ ମେଳା କୁ ମନୋନୀତ

Sunil Chandra Nayak

ଆସନ୍ତା ୪ ତାରିଖରେ ଦକ୍ଷିଣ ଆଣ୍ଡାମାନ ରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ୬ ତାରିଖରେରେ ଲଘୁଚାପ,ସମ୍ଭାବ୍ୟ ବାତ୍ୟା ସୂଚନା

Sunil Chandra Nayak

ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଅଞ୍ଚଳ ରୁ ଧାନ କ୍ରୟ ଆରମ୍ଭ

Sunil Chandra Nayak

Leave a Comment

error: Content is protected !!