ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉଛୁଳା ଗ୍ରାମରେ ମାଁ ଡୋକରିଙ୍କ ଦଶହରା ଉତ୍ସବ ଅନୁଷ୍ଠିତ

ଭବାନୀପାଟଣା – – କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଉଛୁଳା ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା ଡୋକରିଙ୍କ ଦଶହରା ପୂଜା ରୀତି ନୀତି ଓ ମହାସମାରୋହର ସହ ପାଲିତ ହୋଇଯାଇଛି । କଳାହାଣ୍ଡି ବୀର ବାଦ୍ୟ ଘୁମୁରା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି ଏ ଉପଲକ୍ଷେ ମାଁ ଡୋକରି ଯୁବ ଅନୁଷ୍ଠାନ ର ସଭାପତି ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପରମାନନ୍ଦ ସାହୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବିଶିଷ୍ଟ ଯୁବ ନେତା ଡମ୍ବରୁଧର ନାଏକ ଅତିଥି ମାନଙ୍କୁ ସ୍ଵାଗତ ଅଭିଭାଷଣ ମାଧ୍ୟମରେ ଚାଷୀ ମାନଙ୍କ ଧାନ ବିକ୍ରି ସମ୍ପର୍କିତ ଅସୁବିଧା ଉପରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ଅଙ୍ଗୀକାର ବଦ୍ଧ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଧର୍ମଗଡ଼ ବିଧାୟକ ପ୍ରତିନିଧି ବିଶିଷ୍ଠ ଯୁବନେତା ମାନସ ବାଗ ଯୋଗଦେଇ ଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଳ୍ପପତି ତଥା କଳାହାଣ୍ଡି ଜିଲ୍ଲା ରାଇସ ମିଲ ସଙ୍ଘ ସଭାପତି ନଳିନୀ କୁମାର ପାଟ୍ଟଯୋଶୀ, ଜୟପାଟଣା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥବିର ବାଗ, ଉପାଧ୍ୟକ୍ଷା ଜାନକୀ ବାଣୁଆ, ସରପଞ୍ଚ ସଂଘ ସଭାପତି କୈଳାସ ସାହୁ, ସମ୍ପାଦକ ଯଦୁମଣି ସାହୁ, ସମିତି ସଂଘ ସଭାପତି ଅନନ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ଯ ଦେବ ପୁଝାରୀ, ଏଇ ଓଡିଶା ରାଜ୍ଯ ପ୍ରତିନିଧି ଅର୍ଜୁନ ପଟ୍ଟନାୟକ, ଓଟିଭି ପ୍ରତିନିଧି ଇଙ୍ଗିତ ପଣ୍ଡା ପ୍ରମୁଖ ନିଜ ନିଜ ବକ୍ତବ୍ଯ ରଖିଥିଲେ। ସାମ୍ବାଦିକ ଅସରଫ ଅଲ୍ଲୀ, ମୃଣ୍ମୟ ପଣ୍ଡା, ଓ ବିଭିନ୍ନ ଗଣ ମାଧ୍ୟମ ପ୍ରତିନିଧି, ଜୟପାଟଣା ପଞ୍ଚାୟତ ସମିତି ର ସମସ୍ତ ସରପଞ୍ଚ, ସମିତି ସଭ୍ଯ, ସଭ୍ୟା ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଅବସରପ୍ରାପ୍ତ ଶିକ୍ଷକ ପଙ୍କଜ ଚୌଧୁରୀ ଅତି ସୁନ୍ଦର ଭାବରେ ମଂଚ ପରିଚାଳନା କରିଥିଲେ। ଉଛୁଳା ସରପଞ୍ଚ ପ୍ରତିନିଧି ଟେମଲ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ବିଶେଷକରି ଜୟପାଟଣା ବ୍ଲକ ଅଧ୍ୟକ୍ଷ ଥବିର ବାଗ ଏହି ପଞ୍ଚାୟତ ରୁ ପ୍ରତିନିଧିତ୍ଵ କରୁଥିବା ରୁ ପୂଜା ଉତ୍ସବ ମାଧ୍ୟମରେ ପଞ୍ଚାୟତ କୁ ଫୋକସ୍ କରି ତାର ସର୍ବାଙ୍ଗୀନ ଉନ୍ନତି ପାଇଁ ଉଦ୍ୟମ କୁ ବିଭିନ୍ନ ମହଲରେ ପ୍ରସଂସା କରାଯାଇଛି। ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ଦଳ ମାନଙ୍କୁ ପୁରସ୍କୃତ କରାଯାଇଥିଲା।।

ଅର୍ଜ୍ଜୁନ ପଟ୍ଟନାୟକ, ସହ ସଂପାଦକ ଙ୍କ ରିପୋର୍ଟ 

Related posts

କୋଷାଗୁମୁଡା ଡ୍ରିମସ୍ ଇଣ୍ଡିଆ ପବ୍ଲିକ୍ ସ୍କୁଲ ରେ ଛାତ୍ରୀ ଛିଙ୍କି ଟପର

Sunil Chandra Nayak

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

Sunil Chandra Nayak

ମିନଗୁର ଗ୍ରାମପଞ୍ଚାୟତ ସରପଞ୍ଚ ଭାବେ ନିହାରୀକା ବେହେରା ଆସନ ଅକ୍ତିଆର କଲେ

Sunil Chandra Nayak

Leave a Comment

error: Content is protected !!