ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡମ୍ବରୁଧର ବେହେରା ଙ୍କ କବିତା ଜୀବନ ଲତା……!!

ଜୀବନ ଲତା……!!

 

ଭଲ ଲୋକଟିଏ କରିଦିଅ ପ୍ରଭୁ

ଖରାପେ ଗଣା ନ ହେବି

ଲୋକଙ୍କ ଆଗରେ ଭଲ ନିଜେ ବୋଲି

କେବେ ପୁଣି ନ କହିବି…।।

କର୍ମ ପ୍ରତି ତ୍ୟାଗ ବଳିଦାନ ଭାବ

ରହୁ ସଦା ମୋର ମନେ

କର୍ମ ପାଇଁ କେବେ ଆଳସ ପ୍ରବୃତ୍ତି

ନ ଆସୁ କେବେ ବି ଦିନେ….।।

ନିଷ୍ଠା,ଏକାଗ୍ରତା, ଆତ୍ମ ବଳିଦାନ

ଦିଅ ମୋତେ ଦିବ୍ୟଜ୍ଞାନ

କାହାରି ମନରେ କଟୁ କଥା କହି

ନ ନେବି ଆତ୍ମ ସମ୍ମାନ…..।।

ତ୍ୟାଗ ବିନା କେହି କେବେ ଏ ସଂସାରେ

ଲଭନ୍ତି କି ସଫଳତା 

ତୁମ୍ଭରି ଆଶିଷେ ବିନା ଇସାରାରେ

ବଢେ କି ଜୀବନ ଲତା…..!!

 

ଡମ୍ବରୁଧର ବେହେରା

ଓଡ଼ିଆ ଶିକ୍ଷକ
ଜବହାର ନବୋଦୟ ବିଦ୍ୟାଳୟ
ସୁରଳ(ଗଞ୍ଜାମ)

 

Related posts

ସଦଭାବନା ସଭାଗୃହ ଠାରେ ସଦଭାବନା ଦିବସ ପାଳିତ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦିନକର ଦରମା ଦାନ 

Sunil Chandra Nayak

ଶ୍ରୀମଦ୍ ଭଗବତ୍ ଗୀତାର ଦ୍ବିତୀୟ ଅଧ୍ଯାୟର ସାରକଥା– ୨

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

Sunil Chandra Nayak

Leave a Comment

error: Content is protected !!