ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ଆମ ବାଡି ଆମ ଅଗଣା

ଆମ ବାଡି ଆମ ଅଗଣା

 

 ବିଜୟ କୁମାର ଜେନା

 

ନିତି ସକାଳରୁ ବାଡି ଅଗଣାକୁ

               ରଖୁଥିବା ପରିଷ୍କାର

ଅନାବନା ଘାସ ଆବର୍ଜନା ଆଦି

               ପ୍ରସ୍ତୁତି କରିବା ସାର।

ନାଳ ନର୍ଦ୍ଦମାକୁ ସଫା କରି ଦେଇ

                କୀଟ ନାଶକ ପକାଇ

ମଶା ମାଛି ଆଉ ହୋଇବେନି ଜମା

                ରୋଗ ତ ଯିବ ପଳାଇ।

ଆମ ବାଡି ପଟେ ଆମ ଅଗଣାରେ

                  ଯେତିକି ଗଛ ଯେ ଅଛି

ଟିକି ନିଖି କରି ଯତ୍ନ ନେବା ସଦା

                  ସୁନ୍ଦର ଅଭ୍ୟାସ ବାଛି।

ଶାରୀରିକ କର୍ମ ସଫଳ ହୋଇବ

                   ଶାଗ ଅବା ଫଳ ପାଇ

ନିଜେ ଖାଇ ପୁଣି ଆନେ ଦେଇ କିଛି

                    ସାଇ ପଡ଼ିଶାର ଭାଇ।

ସ୍ଵଚ୍ଛତାର ବାର୍ତ୍ତା ଆରମ୍ଭ ଏଇଠୁ

                    ବ୍ୟାପିବ ସାରା ସମାଜ

ଆମ ପରିବେଶ ସବୁଜ ଦିଶିବ

                   ଆସ ହେବା ସଜବାଜ।

 ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଢେଙ୍କାନାଳ-: ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ନୃସିଂହ ଚରଣ ସାହୁଙ୍କ ଦ୍ୱାରା ବିଦ୍ୟାଳୟ ଶ୍ରେଣୀଗୃହ ଉଦଘାଟନ

ଖଇରାରେ ଜନଶୁଣାଣୀ ଶିବିର ଅନୁଷ୍ଠିତ

କଳାକାରମାନେ ଆତ୍ମପରିଚିତି ହେବା ନିହାତି ଜରୁରୀ

Sunil Chandra Nayak

Leave a Comment

error: Content is protected !!