ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରତିନାରାୟଣ ରାଉତ  ଙ୍କ କବିତା ଦୁହିତା

        ଦୁହିତା

 

ସଂସାରରେ ନାରୀ ଅଟେ ମହାଶକ୍ତି

          ସ୍ନେହମୟୀ ପ୍ରେମମୟୀ

ସୃଷ୍ଟି କାରିଣୀ ସେ ସଂହାର କାରିଣୀ

           ଧୈର୍ଯ୍ୟ ଶାନ୍ତି କ୍ଷମାମୟୀ ॥

ସମୟ।ନୁଯାୟୀ ଅନେକ ରୂପରେ

             ସଂସାର ନାବ ଚାଳିନୀ

ଲକ୍ଷ୍ମୀ ରୂପେ କନ୍ୟା ବନିତା ଦୁହିତା

              ଭଗିନୀ ଜାୟା ଜନନୀ ॥

ସବୁ ରୁପରେ ସେ ନିଭାଏ କରମ

                ଉତ୍ତମ ପରଶ ଦେଇ

ପିତା ଗୃହେ ବଢେ ଅଲିଅଳି ହୋଇ

              ହୃଦୟ ସଂଙ୍ଖାଳି ହୋଇ ॥

ଯୋଉବନ ବେଳେ ସ୍ଵାମୀ ହାତ ଧରି   

               ନୂଆ ସଂସାର ଗଢଇ 

ସେପାଇଁ ଦୁନିଆଁ ଝୁରଇ ତାହାକୁ

              ଶାସ୍ତ୍ର ପ୍ରମାଣ କରଇ ॥

ସୁଖ ଦୁଃଖ ହାନୀ ସବୁକୁ ଆବୋରି

             ଜଳଇ ସଳିତା ହୋଇ 

ଶାନ୍ତି ମୈତ୍ରୀ ପ୍ରୀତି ଧୈର୍ଯ୍ୟ ଶକ୍ତି କ୍ଷମା 

               ସଭିଙ୍କୁ ଆଲୋକ ଦେଇ ॥

ପିତାମାତା ନାମ ଉଜ୍ବଳ କରଇ

                ତ୍ୟାଗ ମମତାକୁ ବରି

ଦୁଇ କୁଳ ପାଇଁ ସମର୍ପିତ ହୋଇ

              ଜୀବନକୁ ବାଜି କରି ॥

ଜଳାଞ୍ଜଳି ଦେଇ ନିଜ ସୁଖଶିରି

              ସମାଜେ ସଂସାର ଗଢେ

ପୁତ୍ର କନ୍ୟା ସ୍ୱାମୀ ଶାଶୁ ଶ୍ୱଶୁରଙ୍କ

              ସେବାରେ ଆଗକୁ ବଢେ ॥

ଦୁହିତା ହୋଇ ସେ ଦୁଇ କୁଳହିତେ

               ନିଜକୁ ସମର୍ପି ଥାଇ

ପିତା ଗୃହେ ତାର ଏନ୍ତୁଡ଼ି ଜଳଇ

             ସ୍ଵାମୀଗୃହେ ଜଳେ ଜୁଇ ॥

ଅବୋଧ ମାନବ ଅନ୍ୟାୟ ଅନୀତି

               ତାଉପରେ କର ନାହିଁ

ତାଆଖିର ଲୁହେ ଧ୍ଵସଂ ହୋଇଯିବ

              ସବୁ ତୁମ ଭିତ୍ତିଭୁଇଁ ॥

 

ରତିନାରାୟଣ ରାଉତ 

ହରିଚନ୍ଦନପୁର, କେନ୍ଦୁଝର, ଓଡ଼ିଶା

 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ କବିତା ଧର୍ମ ନାମେ କିଆଁ ବୋହୁଛି ରକ୍ତର ଧାରା

Sunil Chandra Nayak

ପ୍ରବନ୍ଧ

Sunil Chandra Nayak

କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡୀ, ଆଇଏଏସଙ୍କ ଧର୍ମଗଡ଼ ଗ୍ରସ୍ତ

Leave a Comment

error: Content is protected !!