ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେକରେ ଓଢଣି ବାନ୍ଧି ଯୁବକ ଙ୍କ ଆତ୍ମହତ୍ୟା

ଡାବୁଗାଁ, ୮/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟପଦା ସାହିରେ ବୁଧବାର ବିଳମ୍ବିତ ରାତ୍ରିରେ ହେମଧର ପାଇକ (୪୦) ନାମକ ବ୍ୟକ୍ତି ବେକରେ ଓଢଣି ବାନ୍ଧି ଆତ୍ମହତ୍ୟା କରିଛନ୍ତି | ସୂଚନାଯୋଗ୍ୟ:- ବୁଧବାର ରାତ୍ରିରେ ହାଟପଦା ସାହିର ହେମଧର ପାଇକ ଏବଂ ତାଙ୍କ ସ୍ତ୍ରୀ ଓ ପିଲାମାନେ ରାତ୍ର ଭୋଜନ ସାରି ଶୋଇପଡିବା ପରେ ହେମଧର ନିଜ ଘର ଛାତରେ ଫ୍ୟାନ ଲଗାଇବାକୁ ଥିବା ରଡରେ ନିଜ ସ୍ତ୍ରୀର ଓଢଣି ବେକରେ ବାନ୍ଧି ଆତ୍ମହତ୍ୟା କରିଛି | ରାତିରେ ସ୍ତ୍ରୀ ଉଠି ଦେଖିଥିଲା ଯେ ହେମଧର ଆତ୍ମହତ୍ୟା କରିଛି | ପରେ ଘର ପାଖ ଲୋକଙ୍କୁ ଖବର ପାଇ ତାଙ୍କ ଘରକୁ ଆସି ଦେଖିଲେ ଯେ ହେମଧର ଆତ୍ମହତ୍ୟା କରିଛି | ଏନେଇ ମୃତକର ସ୍ତ୍ରୀ ଜାନକୀ ପାଇକ ଗୁରୁବାର ପୂର୍ବାହ୍ନରେ ଡାବୁଗାଁ ଥାନାରେ ଏତଲା ଦେଇଥିଲା | ଉକ୍ତ ଏତଲା କୁ ଭିତ୍ତି ଥାନା ଏଏସଆଇ ବିଜୟ କୁମାର ସାହୁ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ପଞ୍ଚନାମା କରି ବ୍ୟବଚ୍ଛେଦ ପାଇଁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ | ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗ କୁ ହସ୍ତାନ୍ତର କରାଯାଇଥିଲା | ମୃତକର ମାନସିକ ବିକୃତି ଥିବା ପରିବାର ପକ୍ଷରୁ ସୂଚନା ମିଳିଛି | ଏନେଇ ଥାନା କେସ ନଂ ୩୦/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି | ମୃତକ ହେମଧରଙ୍କ ୪ଟି ଝିଅ ଓ ୧ଟି ପୁଅ ରହିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଜୟବଡ଼ ର ସାଇଜ୍ଞାନ ପ୍ଲେ ସ୍କୁଲ  ଓ ଜଗତସିଂହପୁର ହେଡ଼ ପୋଷ୍ଟ ଅଫିସର ମିଳିତ ଆନୁକୂଲ୍ୟରେ ହର ଘର ତ୍ରିରଙ୍ଗା ଅଭିଯାନ ଅନୁଷ୍ଠିତ

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ କବିତା ସିନ୍ଦୁରା

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ନୀରବତା

Sunil Chandra Nayak

Leave a Comment

error: Content is protected !!