ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆନନ୍ଦପୁର – ଯୁବକ ଙ୍କ ଅକାଳ ବିୟୋଗ

ଆନନ୍ଦପୁର -:  ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବଡପଦନା ଗ୍ରାମର ଶିଶିର କୁମାର ସାହୁ(ରଙ୍କ)୪୦ବର୍ଷ ନିଜ ବାସଭବନରେ ବୁଧବାର ରାତି ୧୧ଘଟିକା ସମୟରେ ଅସୁସ୍ଥ ହୋଇପଡିବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନା ରେ ଭର୍ତ୍ତି କରାଇଥିଲେ ରାତି୩ଟାରେ ତାଙ୍କର ଦେହାନ୍ତ ହୋଇଥିଲା ,ସେ ପୂର୍ବରୁ ମଧୁମେହ ରୋଗରେ ପୀଡିତ ଥିଲେ , ସେ ହୃଦଘାତ ରେ ମୃତ୍ୟୁ ବରଣ କରିଛନ୍ତି ବୋଲି ଡାକ୍ତର କହିଥିଲେ , ସେ ଜଣେ ଡ୍ରାଇଭର ଥିବାରୁ କେନ୍ଦୁଝର ଜିଲ୍ଳା ଡ୍ରାଇଭର ମହାସଂଘ ସମ୍ପାଦକ ଶରତ ଚନ୍ଦ୍ର ମହାନ୍ତି ,ଘଷିପୁରା ବ୍ଲକ ଡ୍ରାଇଭର ସଂଘ ସମ୍ପାଦକ ଅକ୍ଷୟ ସାହୁ ଓ ରାମଚନ୍ଦ୍ରପୁର ଅଞ୍ଚଳ ର ସମସ୍ତ ଡ୍ରାଇଭର ଭାଇ ମାନେ ଶେଷ ଦର୍ଶନ କରିବା ସହିତ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇ ମରଶରୀର କୁ ସୁଆଁପଦା ଠାରୁ ଶୋଭାଯାତ୍ରାରେ ବଡପଦନା ବାସଭବନ କୁ ନେଇଯାଇଥିଲେ , ସେଠାରେ ରାମଚନ୍ଦ୍ରପୁର ଅଞ୍ଚଳ ର ସମାଜସେବୀ ମଦନମୋହନ ସାହୁ, ଓ ରାମଚନ୍ଦ୍ରପୁର ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ସାହୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ,ତାଙ୍କ ବିୟୋଗରେ ବଡପଦନା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା ,ଗ୍ରାମ ଶ୍ମଶାନ ରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା ପୁତୁରା ହାପି ସାହୁ ମୁଖାଗ୍ନି ଦେଇଥିଲେ ।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ୍।

Related posts

କୋକସରା ବ୍ଲକ ଏନ ପି ଏସ ଶିକ୍ଷକ ସଂଘ ର ନୂତନ କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ

Sunil Chandra Nayak

କଶ୍ରୁପଡା କନିଷ୍ଠ ମହାବିଦ୍ୟାଳୟରେ ବିଶ୍ଵ ଏଡ଼ସ୍ ଦିବସ ପାଳିତ

Sunil Chandra Nayak

କବିତା ସାହୁ ଙ୍କ କବିତା – ଚୈତ୍ର ମଙ୍ଗଳବାର 

Sunil Chandra Nayak

Leave a Comment

error: Content is protected !!