ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ଟପ୍ପର ହେଲେ ବୈଜୟନ୍ତୀ ମିଶ୍ର

ଡାକ୍ତର ହେବା ର ସ୍ଵପ୍ନ

ମ, ରାମପୁର,୭/୭(ମସୀହା):- ଚଳିତ ବର୍ଷ ମାଟ୍ରିକ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କଳାହାଣ୍ଡି ଜିଲ୍ଲା ଟପ୍ପର ହେଇଛନ୍ତି ମ,ରାମପୁର ର ବୈଜୟନ୍ତୀ ମିଶ୍ର। ସମୁଦାୟ ୬୦୦ ମାର୍କ ରୁ ୫୮୫ମାର୍କ ସହ ୯୭.୫ପ୍ରତିଶତ ରଖି ପାଶ କରିଥିବା ବୈଜୟନ୍ତୀ ଏହାର ଶ୍ରେୟ ବାପା ମା, ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ଦେବା ସହ ଜଣେ ଡ଼ାକ୍ତର ହେବାକୁ ଇଛା ପ୍ରକାଶ କରିଛନ୍ତି। ବାପା ବିଜୟ କୁମାର ମିଶ୍ର ଏବଂ ମା ସୁପ୍ରିୟା ମିଶ୍ର ଙ୍କ ଝିଅ ଶ୍ରୀ ଏଜୁକେଶନ ରେ ଅଧ୍ୟୟନ କରୁଥିବା ବେଳେ ଉର୍ଲାଦାନୀ ହାଇସ୍କୁଲ୍ ମାଧ୍ୟମ ରେ ପରୀକ୍ଷା ଦେଇଥିଲେ। ବାପା ମୃତ୍ତିକା ସଂରକ୍ଷଣ ବିଭାଗ ର ଜଣେ ଠିକା କର୍ମଚାରୀ ଓ ମା ମ, ରାମପୁର ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ଶିକ୍ଷକତା କରନ୍ତି। ବୈଜୟନ୍ତୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ସପ୍ତମ ଯାଏଁ, ଅଷ୍ଟମ ଶ୍ରେଣୀ ସ୍ଥାନୀୟ ନୋଡାଲ ସ୍କୁଲ୍ ରେ ଏବଂ ନବମ ଓ ଦଶମ ଶ୍ରେଣୀ ଘରୋଇ ବିଦ୍ୟାଳୟ ତୁଜୁଙ୍ଗ ସ୍ଥିତ ଶ୍ରୀ ଏଜୁକେଶନ୍ ରେ ପଢୁଥିଲେ। ଏହି ଘରୋଇ ବିଦ୍ୟାଳୟ ରେ ପଢ଼ି ସେ ଉର୍ଲାଦାନୀ ହାଇସ୍କୁଲ୍ ତରଫରୁ ବୋର୍ଡ ପରୀକ୍ଷା ଦେଇଥିଲେ। ଶ୍ରୀ ଏଜୁକେଶନ ରେ ପ୍ରଥମଥର ପାଇଁ ଜିଲ୍ଲା ଟପ୍ପର ହେବା ନିଶ୍ଚିତ ଭାବରେ ଏକ ଖୁସି ର ବିଷୟ ବୋଲି ବିଦ୍ୟାଳୟ ର ପରିଚାଳନା ନିର୍ଦେଶକ ସରୋଜ ପତି କହିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏବଂ ଜିଲ୍ଲା ଟପ୍ପର ହେବା ପରେ ମ, ରାମପୁର ଅଞ୍ଚଳ ରେ ଖୁସି ର ଲହରି ଖେଳି ଯାଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ର ସୁଅ ଛୁଟିଛି। ଏଠାରେ ସୂଚନା ଯୋଗ୍ୟ ଯେ, ବୈଜୟନ୍ତୀ ତୃତୀୟ ବୃତ୍ତି ଠାରୁ ଆରମ୍ଭ କରି ସମସ୍ତ ଶ୍ରେଣୀ ରେ ନିଜ ର ପ୍ରତିଭା ର ପରିଚୟ ଦେବା ସହ କବିତା ଲିଖନ, ବକ୍ତୃତା, ପ୍ରବନ୍ଧ ଭଳି ବିଭିନ୍ନ ବିଭାଗ ରେ ଅନେକ ସମୟ ରେ ପୁରସ୍କୃତ ହୋଇଛନ୍ତି।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ l

Related posts

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

କପଡା ଦୋକାନରେ ସିଟି ଓ ଜିଏସଟି ଏନଫୋର୍ସ ମେଣ୍ଟ ସ୍କ୍ୱାର୍ଡ ର ଚଢ଼ାଉ

Sunil Chandra Nayak

ପୌର ନିର୍ବାଚନ – ବିଶାଲ ସମାବେଶ କରି ପ୍ରଚର ଶେଷ କଲା ବିଜେଡ଼ି

Sunil Chandra Nayak

Leave a Comment

error: Content is protected !!