ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ରେ ୭୩ ତମ ବନ ମହୋତ୍ସବ ସପ୍ତାହ ୨୦୨୨ ପାଳିତ
ଫୁଲବାଣୀ -: ଓଡ଼ିଶା ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓ ଫୁଲବାଣୀ ବନଖଣ୍ଡ ବିଭାଗ ର ମିଳିତ ସହଯୋଗରେ ୭୩ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ୨୦୨୨ ଫୁଲବାଣୀ କେନ୍ଦ୍ରୀୟ ବିଦ୍ୟାଳୟ ପରିସର ମଧ୍ୟରେ ବହୁ ସମାରୋହରେ ପାଳିତ ହୋଇଯାଇଛି। ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ବୃକ୍ଷ ରୋପଣ କାର୍ଯ୍ୟ ଶୁଭାରମ୍ଭ କରିଥିବା ବେଳେ କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଆୟୋଜିତ ସଭା ରେ ଆମର ପରିବେଶ ପ୍ରଦୂଷଣ ମୁକ୍ତ କରିବା ପାଇଁ ବୃକ୍ଷ ରୋପଣ ର ଆବଶ୍ୟକ ରହିଛି। ବୃକ୍ଷ ରୋପଣ ମଧ୍ୟ କରାଯାଉଛି। କିନ୍ତୁ ସେହି ଗଛ ଗୁଡ଼ିକ ର ଯତ୍ନ ନେବା ନିହାତି ଜରୁରୀ । ଆଉ ୬ ମାସ ପରେ ମୁଁ ସେହି ଗଛ ଗୁଡିକ ଦେଖିବି ବୋଲି ଜିଲ୍ଲାପାଳ କହିଥିଲେ ତା ସହିତ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ଗୁଡିକ ର ଯତ୍ନ ନେବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଭିନୀତ ଅଗ୍ରୱାଲ,ଅନ୍ୟତମ ଅତିଥି ଭାବେ ଫୁଲବାଣୀ ବନଖଣ୍ଡ ଅଧିକାରୀ ବିଶ୍ଵରାଜ ପଣ୍ଡା, କେନ୍ଦ୍ରୀୟ ବିଦ୍ୟାଳୟ ପ୍ରିନ୍ସିପାଲ ନରସିଂହ ମୀନା ,କେନ୍ଦୁଲିଫ ବନଖଣ୍ଡ ଅଧିକାରୀ ପତିତପାବନ ପରିଡା,ଫୁଲବାଣୀ ସମ୍ମନିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ବୀରେନ୍ଦ୍ର କୁମାର ଦାସ,ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ ଅଶୋକ ତ୍ରିପାଠୀ,ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ , ବନପାଳ ଆସିକ ଦିଗାଲ, ଙ୍କ ସମେତ ବନ ବିଭାଗ କର୍ମଚାରୀ ଅନ୍ୟ ବିଭାଗୀୟ ଅଧିକାରୀ ଓ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରଛାତ୍ରୀ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ। ସେହିପରି ଆୟୋଜିତ ସଭାରେ ଏହି ଜିଲ୍ଲା ହେଉଛି ପ୍ରକୃତିର ଗନ୍ତାଘର । ଏହି ଜିଲ୍ଲା ର ଚତୁର୍ପାଶ ରେ ମନୋଲାଭା ସୌନ୍ଦର୍ଯ୍ୟ ଭାରି ରହିଛି ।ପ୍ରକୃତି ଆମକୁ ସବୁ କିଛି ଦେଇଛି ତେଣୁ ପରିବେଶ କୁ ସବୁଜ ବନାନୀ କରିବା ସହିତ ସମ୍ମାନ ଦେବାକୁ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଗ୍ରୱାଲ କହିଥିଲେ। ଫୁଲବାଣୀ ବନଖଣ୍ଡ ଅଧିକାରୀ ପରିବେଶ ସହିତ ସୁସମ୍ପର୍କ ସ୍ଥାପନ କରିବାକୁ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ ଯଦି ଆମେ ବୃକ୍ଷ ଗୁଡିକ ର ଯତ୍ନ ନେବା ପ୍ରତ୍ୟେକ ଗଛ ବଞ୍ଚିବା ସହିତ ଶୀଘ୍ର ଶୀଘ୍ର ବଡି ପାରିବ। ପ୍ରତ୍ୟେକ ସାମାଜିକ ଜୀବନର ଗୋଟିଏ ଅଙ୍ଗ ହେଉଛି ବନ ମହୋତ୍ସବ । ବୃକ୍ଷ ମଣିଷ ପାଇଁ ତାର ସବୁକିଛି ଉତ୍ସର୍ଗ କରିଦେଇଛି। ତାର ପ୍ରତ୍ୟେକ ଟି ଅଂଶ କାମରେ ଆସୁଛି ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ପଣ୍ଡା କହିଥିଲେ। ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ କହିଲେ ଯେ ଆମେ ଶ୍ୱାସ କ୍ରିୟାରେ ଛାଡୁଥିବା ଅଙ୍ଗରକାମ୍ଳ କୁ କେବଳ ବୃକ୍ଷ ହିଁ ଗ୍ରହଣ କରୁଥାଏ।ତେଣୁ ପରିବେଶ ସନ୍ତୁଳନ ପାଇଁ ବନୀକରଣ ର ଆବଶ୍ୟକ ରହିଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସାଅଧିକାରୀ ଶ୍ରୀ ତ୍ରିପାଠୀ କହିଥିଲେ। ସେହିପରି ବନଖଣ୍ଡ ଅଧିକାରୀ ଶ୍ରୀ ପରିଡ଼ା କେନ୍ଦୁଲିଫ କହିଲେଯେ ଜଙ୍ଗଲ ଜଳବାୟୁ ର ସୁରକ୍ଷା ରାଷ୍ଟ୍ରର ଦାୟିତ୍ୱ ରହିଥିଲେ ହିଁ ଏଗୁଡ଼ିକ ର ସୁରକ୍ଷା ପାଇଁ ଯତ୍ନ ନେବା ପ୍ରତ୍ୟେକ ନାଗରିକ ର ଦାୟିତ୍ବ ହେବା ଆବଶ୍ୟକ।ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଷଡଙ୍ଗୀ ମଣିଷ ବଞ୍ଚିବା ପାଇଁ ଯାହାବି ଆବଶ୍ୟକ ପଡିଥାଏ ତାହା ବୃକ୍ଷ ରୁ ହିଁ ମିଳିଥାଏ ବୋଲି କହିଥିଲେ। ଗଛ ନଥିଲେ ଜୀବଜଗତ ର ସତ୍ତା ବି ନଥାଆନ୍ତା।ପ୍ରାଣୀ ମାନଙ୍କ ପରି ବୃକ୍ଷ ମାନଙ୍କର ମଧ୍ୟ ପ୍ରତିକ୍ରିୟା ରହିଛି ବୋଲି ସେ କହିଥିଲେ। କନ୍ଧମାଳ କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ଶ୍ରୀ ମିନା ପାରମ୍ଭିକ ଭାଷଣ ଦେଇ କହିଥିଲେ ଯେ ଅମ୍ଳଜାନ ଅଭାବ ଯୋଗୁଁ ମଣିଷ ଅଧିକ ମାତ୍ରାରେ ମୃତ୍ୟୁ ବରଣ କରିଥାଏ । କୋଭିଡ ସମୟରେ ଅମ୍ଳଜାନ ଅଭାବ ଯୋଗୁଁ ବହୁତ ଲୋକ ଙ୍କର ମୃତ୍ୟୁ ହୋଇଥିଲା। ସେଥି ଯୋଗୁଁ ବୃକ୍ଷ ରୋପଣ କଲେ ଅଧିକ ମାତ୍ରାରେ ଅମ୍ଳଜାନ ମିଳିବ । ସୁସ୍ଥ ସମାଜ ପାଇଁ ଅମ୍ଳଜାନ ର ନିତ୍ୟାନ୍ତ ଆବଶ୍ୟକ ରହିଛି ବୋଲି କହିବା ସହ ଛାତ୍ରଛାତ୍ରୀ ମାନେ ଆଗାମୀ ଦିନର ଉଜ୍ଜ୍ୱଳ ଭବିଷ୍ୟତ ଛାତ୍ରଛାତ୍ରୀ ମାନେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିବା ପାଇଁ ପରାମର୍ଶ ଦେଇଥିଲେ। କେନ୍ଦ୍ରୀୟ ବିଦ୍ୟାଳୟ ର ଛାତ୍ରୀ ଅନ୍ୱେଷା ମହାପାତ୍ର ବନୀକରଣ ଉପରେ ବକୃତା ରଖିଥିବା ବେଳେ ଅନ୍ୟ ଛାତ୍ରୀ କବିତା ଆବୃତି କରିଥିଲେ। ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସୁଡୁରୁକୁମ୍ପା ରେଞ୍ଜ ଅନ୍ତର୍ଗତ ଦଳପଡା ବନ ସୁରକ୍ଷା ସମିତି ଓ ଟିକାବାଲି ରେଞ୍ଜ ଅନ୍ତର୍ଗତ ବାସିଆମ୍ବା ବନ ସୁରକ୍ଷା ସମିତି ଙ୍କୁ ୨୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ଶେଷରେ କେନ୍ଦ୍ରୀୟ ବିଦ୍ୟାଳୟ ର ଜୀବ ବିଜ୍ଞାନ ଶିକ୍ଷକ ବି . ଶଶିକଳା ଧନ୍ୟବାଦ ଅର୍ପଣ କରିଥିଲେ।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ