ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଟଙ୍କା ଉଠାଇବା ପାଇଁ ମୁମୂର୍ଷୁ ବୃଦ୍ଧ ମଠ ମହନ୍ତଙ୍କୁ ଶିଷ୍ୟମାନେ ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କକୁ ବୋହି ଆଣୁଥିବାର ମାର୍ମିକ ଦୃଶ୍ୟ

ମୁମୂର୍ଷୁ ଅବସ୍ଥାରେ ହେଉ କିମ୍ବା ଜୀବନର ଶେଷ ଅପରାହ୍ନରେ ଥିଲେ ମଧ୍ୟ ବ୍ୟାଙ୍କ ରେ ନିଜ ଜମାଟଙ୍କା ଉଠାଇବା ପାଇଁ ସଞ୍ଚୟ କାରୀ ନିଜେ କଣ ବ୍ୟାଙ୍କକୁ ଆସିବାକୁ ବାଧ୍ୟ ? ଏହାର କୌଣସି ବିକଳ୍ପ ବ୍ୟବସ୍ଥା କଣ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ପାଖରେ ନାହିଁ ?

ଏକ ସ୍ପର୍ଶକାତର ଓ ମାର୍ମିକ ଦୃଶ୍ୟ ଆଜି ଧର୍ମଗଡ଼ ଷ୍ଟେଟ ବ୍ୟାଙ୍କ ସଂମୁଖରେ ଦେଖିବାକୁ ମିଳିଛି।

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବଡ଼ ଚେରଗାଁ ପଞ୍ଚାୟତ କରଲା ଗ୍ରାମରେ ଥିବା ଅନ୍ତରଙ୍ଗ ମହିମା ମଠର ମହନ୍ତ ବୃଦ୍ଧ ଧର୍ମାନନ୍ଦ ଦାସଙ୍କୁ ଙ୍କୁ ଆଜି ଦୁଇଜଣ ଶିଷ୍ୟ ଧର୍ମଗଡ଼ ସ୍ଥିତ ଷ୍ଟେଟ ବ୍ୟାଙ୍କ ର ମୁଖ୍ୟ ଶାଖା କୁ ବୋହି ଆଣୁଥିବାର ଦେଖାଯାଇଥିଲା।

ଦୀକ୍ଷା ଶିଷ୍ୟ ଭୁଲା ବାଗ ଓ ଆଜନ୍ମ ବ୍ରହ୍ମଚାରୀ ରାମେଶ୍ୱର ଦାସ ମଠ ମହନ୍ତ ଙ୍କୁ ଧରି ବ୍ୟାଙ୍କ କୁ ଜମା ଟଙ୍କା ଉଠାଇବାକୁ ଆଣିଥିଲେ। ଶିଷ୍ୟ ଦୁଇଜଣ କହିବା ଅନୁଯାୟୀ, ବାବା ପ୍ରାୟ ସପ୍ତାହେ ହେଲା ବୃଦ୍ଧା ଅବସ୍ଥା ଯୋଗୁଁ ଜଳ ବି ସ୍ପର୍ଶ କରି ନାହାନ୍ତି। ତେଣୁ ସେ ବ୍ୟାଙ୍କ କୁ ଆସିବା ସମ୍ଭବ ନୁହେଁ ବୋଲି କହିବା ସତ୍ତ୍ୱେ ଜମା ଟଙ୍କା ଉଠାଣ ପାଇଁ ଜମା କାରୀଙ୍କୁ ସଶରୀରେ ଉପସ୍ଥିତ ହେବାକୁ ପଡ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବାରୁ ସେମାନେ ବାଧ୍ୟ ହୋଇ ମୁମୂର୍ଷୁ ବାବା ଙ୍କୁ ଧରି ବ୍ୟାଙ୍କକୁ ଧରି ଆସିଥିଲେ।ହେଲେ ତାଙ୍କୁ ବ୍ୟାଙ୍କରେ ଉପସ୍ଥିତ କରିବା ଦୃଶ୍ୟ ଅତ୍ୟନ୍ତ ମାର୍ମିକ ଥିଲା। ଏଭଳି ପରିସ୍ଥିତିରେ ବ୍ୟାଙ୍କରୁ ଅର୍ଥ ଉଠାଣ ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କର କଣ କୌଣସି ବିକଳ୍ପ ବ୍ୟବସ୍ଥା ନାହଁ???

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭୀମକେଲା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଂଚ ପୂର୍ଣ୍ଣଚନ୍ଦ୍ର ନାଏକଙ୍କ ଦେହାନ୍ତ

Sunil Chandra Nayak

Aadi Karmayogi Workshop Held at Bissamcuttack Two-Day Orientation Programme under DAJGUA

Sunil Chandra Nayak

ତୀର୍ଯ୍ୟକ

Sunil Chandra Nayak

Leave a Comment

error: Content is protected !!