ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଟ୍ରିକ ପରୀକ୍ଷାରେ ୬୦୦ ନମ୍ବରରୁ ୫୮୦ ନମ୍ବର ରଖିଲେ ଜ୍ଯୋତ୍ସ୍ନାରାଣୀ

ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ ଅଧିନ ଅଡା ହାଇସ୍କୁଲର ଛାତ୍ରୀ ଅଟନ୍ତି ଜ୍ଯୋତ୍ସ୍ନା ରାଣୀ ଓଝା । ଚଳିତ ବର୍ଷ ମେଟ୍ରିକ୍ ପରୀକ୍ଷାରେ ୫୮୦ ନମ୍ବର ରଖି ବିଦ୍ୟାଳୟର ଟପ୍ପର ହୋଇଛନ୍ତି । ସେ ହେଉଛନ୍ତି ସାଲୋ ଗ୍ରାମର ପିତା ଅନ୍ତର୍ଯ୍ୟାମୀ ଓଝା ଏବଂ ମାତା ଅନ୍ନପୂର୍ଣ୍ଣା ଓଝାଙ୍କ ମଧ୍ୟମା କନ୍ୟା । ପିଲାଟି ବେଳୁ ଜ୍ୟୋସ୍ନାରାଣୀ ଓଝାଙ୍କର ପାଠ ପ୍ରତି ଅହେତୁକ ଆଗ୍ରହ ଥିବା ପ୍ରକାଶ କରିଛନ୍ତି ବାପା ଓ ମାଆ । ଜ୍ୟୋତ୍ସ୍ନାରାଣୀ ପିଲାଟି ଦିନରୁ ଖେଳ କୁଦକୁ ପସନ୍ଦ ନକରି ପାଠ ପ୍ରତି ଆଗ୍ରହ ରଖିଥିବା ସ୍ଥାନୀୟ ଲୋକମାନେ ମଧ୍ୟ କହିଛନ୍ତି । ସେ ଦୈନିକ ୧୨ ଘଣ୍ଟାରୁ ଅଧିକ ପରିଶ୍ରମ କରି ଏହି ସଫଳତା ପାଇଛନ୍ତି । ଭବିଷ୍ୟତରେ ଜଣେ ଡାକ୍ତର ହୋଇ ରୋଗୀସେବା କରିବା ପାଇଁ ସେ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଏହି ସଫଳତା ପଛରେ ମାଆ, ବାପା, ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କର ହାତ ଅଛି ବୋଲି କହିଛନ୍ତି । ଜ୍ୟୋତ୍ସ୍ନାରାଣୀ ଓଝାଙ୍କ ବାପା ଅନ୍ତର୍ଯ୍ୟାମୀ ଓଝା ସ୍ଥାନୀୟ ଅଡା ବଜାର ଠାରେ ଏକ ଛୋଟ ଫେବ୍ରିକେସନ ଦୋକାନ କରି ତିନି ଝିଅଙ୍କୁ ବହୁ କଷ୍ଟରେ ପାଠ ପଢ଼ାଉଅଛନ୍ତି । ବାପା ଅନ୍ତର୍ଯ୍ୟାମୀଙ୍କ କହିବା ଅନୁସାରେ କିଛି ସରକାରୀ ସହାୟତା ମିଳିଲେ ସେ ଝିଅକୁ ଜଣେ ଡାକ୍ତର କରିପାରନ୍ତେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିନା ରସିଦରେ ବାଲି ଚାଲାଣ କାଟିବା ନେଇ ଅଭିଯୋଗ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜହ୍ନରାତି

Sunil Chandra Nayak

ପ୍ରକାଶ କୁମାର ମିଶ୍ର  ଙ୍କ କବିତା  ମୁଁ ବୋଧେ କବି ଟିଏ

Sunil Chandra Nayak

Leave a Comment

error: Content is protected !!