ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାଲିଙ୍ଗଠାରେ ଅଗ୍ରସେନ ଜୟନ୍ତି ପାଳିତ 

ଗୋଲାମୁଣ୍ଡା,ତା.୨୬ା୯(ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମହାଲିଙ୍ଗଠାରେ ଉତ୍କଳ ପ୍ରାନ୍ତିୟ ମାରୱାଡି ସମ୍ମେଳନ ମହାଲିଙ୍ଗ ଓ କେଗାଁ ଶାଖା ପକ୍ଷରୁ ଅଗ୍ରସେନ ଜୟନ୍ତି ଧୁମ ଧାମରେ ପାଳିତ ହୋଇଯାଇଛି । ପ୍ରଥମେ ସ୍ଥାନୀୟ ଜଗନ୍ନାଥ ମନ୍ଦିରଠାରୁ ଅଗ୍ରସେନ ମହାରାଜ ଫଟୋ ଚିତ୍ରକୁ ଏକ ସୁସ୍ୱଜିତ ଗାଡିରେ ବିଶାଳ ରେଲି ମାଧ୍ୟମରେ ଗ୍ରାମ ପରିକ୍ରମା କରି ଶିବ ମନ୍ଦିର ନିକଟରେ ପହଞ୍ଚିଥିଲା । ଏହି ରେଲିରେ ଉଭୟ ଗ୍ରାମର ଶତାଧିକ ମହିଳା,ପୁରୁଷ ତଥା ଯୁବକ ଓ ଯୁବତୀମାନେ ଭାଗ ନେଇଥିଲେ । ଶିବ ମନ୍ଦିର ନିକଟରେ ଏକ ସଭା ମାଧ୍ୟମରେ ଅଗ୍ରସେନ ମହାରାଜଙ୍କ ଫଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରିବା ସହିତ ସମସ୍ତେ ମହାରାଜଙ୍କ ସ୍ମୃତି ଚାରାଣ କରିଥିଲେ । ଉକ୍ତ ଅବଶରରେ ମହିଳାମାନଙ୍କୁ ନେଇ ଏକ ଖେଳକୁଦ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି ଜୟନ୍ତି କାର୍ଯ୍ୟକ୍ରମରେ ସଭାପତି ପବନ କୁମାର ଅଗ୍ରୱାଲ,ଉପସଭାପତି ପପୁ ଚନ୍ଦ ଅଗ୍ରୱାଲ,ସଂପାଦକ ମନୋଜ ଅଗ୍ରୱାଲ,ସହ ସଂପାଦକ ସତପାଲ ଅଗ୍ରୱାଲ,କୋଷାଧ୍ୟକ୍ଷ ଅଖିଳ ଅଗ୍ରୱାଲ ଓ ରାଜେଶ ଅଗ୍ରୱାଲ ତଥା ମିଡିଆସେଲ ରମେଶ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତରେ ଅଗ୍ରସେନ ଜୟନ୍ତି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । 

ଦାମୋଦର ଦାସ ଙ୍କ ରିପୋର୍ଟ 

Related posts

ତ୍ରିନାଥ ପଟ୍ଟନାୟକ ଙ୍କ କବିତା ଆଈଙ୍କ ସ୍ମୃତିରେ

ରାଇରଙ୍ଗପୁର ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କର ୧୨୯ ତମ ଜନ୍ମୋତ୍ସବ ପାଳିତ

Sunil Chandra Nayak

ନର୍ଲାରୋଡ ରେଳ ଯାତ୍ରୀ ସୁରକ୍ଷା ସମିତି ପକ୍ଷରୁ ମିଷ୍ଟାର୍ନ ବଣ୍ଟନ 

Leave a Comment

error: Content is protected !!