ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

ବାଲେଶ୍ଵର,୨୭/୬/୨୨- ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ନିକଟ ଗୌଡ ଢେପ କାଳିଞ୍ଜିକୁଳ ସଭାଗୃହ ପରିସରରେ ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ଏକ ସାଙ୍ଗଠନିକ ବୈଠକ ସଂଘ ଉପଦେଷ୍ଟା ସୁରତ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସଂଘ ସଭାପତି ଶିବରାମ ପ୍ରଧାନ, ଉପ-ସଭାପତି ମାନସ ରଞ୍ଜନ ପ୍ରଧାନ, ସମ୍ପାଦକ ଶରତ କୁମାର ସାହୁଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ସାଙ୍ଗଠନିକ ଆଲୋଚନା କ୍ରମରେ ଦଣ୍ଡନାଚରେ ପାରମ୍ପରିକତା ବଜାୟ ରଖିବା ସହିତ ଅଶ୍ଳୀଳତା ବର୍ଜନ ପୂର୍ବକ ଶିକ୍ଷଣଧର୍ମୀ ନାଟକମାନ ପରିବେଷଣ ଉପରେ ଗୁରୁତ୍ୱାରୋପ କରିଥିଲେ । ସଂଘର ସୁପରିଚାଳନା ଦୃଷ୍ଟିରୁ ଜିଲ୍ଲାକୁ ତିନି ଗୋଟି ଜୋନ୍ ରେ ବିଭକ୍ତ କରିବା ନିଷ୍ପତ୍ତି ନିଆଯାଇଛି । ଏଥିରେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ କଳାକାର ଏକତ୍ରୀକରଣ କିଭଳି ଉପାଦେୟ ହେବ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଜୁଲାଇ ୩ ତାରିଖରେ ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘର କଳାକାର ଶୋଭାଯାତ୍ରା ଓ ରାଜ୍ୟସ୍ତରୀୟ ଦଣ୍ଡନାଟ ସମାବେଶର ସଫଳ ରୂପାୟନ କ୍ଷେତ୍ରରେ ସହଯୋଗ କରିବା ନିମନ୍ତେ ଆହ୍ବାନ ଦେଇଥିଲେ । ବୈଠକରେ ଶତାଧିକ ଦଣ୍ଡନାଚ ଦଳର ପରିଚାଳକ ଅଂଶ ଗ୍ରହଣ କରିଥିଲେ । ଶେଷରେ ସୀମାଞ୍ଚଳ ଶତପଥୀ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ବାଲେଶ୍ଵର ଜିଲ୍ଲା ସାମ୍ବାଦିକ, କବି, ସାହିତ୍ୟିକ ଓ ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ ଉପ-ସଭାପତି ନରେନ୍ଦ୍ର ପ୍ରସାଦ ବେହେରା ଯୋଗ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଲଡୁଗାଁ ଏଲ.ବି.ସି.ସି ପ୍ରିମୀୟର ଲିଗ ଟୁର୍ଣ୍ଣ।ମେଣ୍ଟ ,ଭୂର୍ଷୀଗୁଡ଼ା କୁ ହରାଇ ଲଡୁଗାଁ ଚମ୍ପିୟାନ 

Sunil Chandra Nayak

ମ, ରାମପୁର ରେ ଦେବ ସ୍ନାନ ପୂର୍ଣ୍ଣିମା

Sunil Chandra Nayak

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

Sunil Chandra Nayak

Leave a Comment

error: Content is protected !!