ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆବାସ ଯୋଜନାରେ ଘରଟିଏ ପାଇଁ ଦୌଡ଼ି ଦୌଡ଼ି ନିରାଶ, ଜନଶୁଣାଣୀରେ କଲେ ଅଭିଯୋଗ

ବାଲେଶ୍ଵର,୨୬/୯/୨୨- ଆବାସ ଯୋଜନା ଗୃହ କାହାପାଇଁ ? ଗରିବ ନା ଧନୀ, ସବଳ ନା ଦୁର୍ବଳ, ଅସହାୟ, ନିରାଶ୍ରୟ, ଭିନ୍ନକ୍ଷମ, ବିକଳାଙ୍ଗ ନା ବିଧବା ? ସରକାର ଆବାସ ଯୋଜନା ମାଧ୍ୟମରେ ଗରିବ ମାନଙ୍କୁ ଗୃହ ଯୋଗାଇ ଦେଉଛନ୍ତି । ହେଲେ ପ୍ରକୃତ ହିତାଧିକାରୀ ଗୃହ ପାଇବାରୁ ହେଉଛନ୍ତି ବଞ୍ଚିତ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ବର୍ତ୍ତନା ପଞ୍ଚାୟତ ଧଳିଗଡିଆ ଗ୍ରାମରେ । ସ୍ବାମୀ ଗୌତମ ରାଉତଙ୍କ ମୃତ୍ୟୁ ପରେ ସ୍ତ୍ରୀ ତିଳୋତ୍ତମା ରାଉତ ଅସହାୟ ହୋଇ ପଡିଲେ । ଇତ୍ଯବସରେ ଶ୍ବଶୁର ଗୟାଧର ରାଉତ ଘରୁ ବାହାର କରିଦେଲେ । ବର୍ତ୍ତମାନ ଗ୍ରାମର ଅନ୍ୟ ଜଣଙ୍କ ଘରେ ୨/୩ ବର୍ଷ ହେବ ଦୁଇ ପୁଅକୁ ନେଇ ଦୁଃଖରେ ଦିନ କାଟୁଛନ୍ତ ତିଳୋତ୍ତମା । ସ୍ଥାନୀୟ ଭଦ୍ର ବ୍ଯକ୍ତିଙ୍କ ଦ୍ବାରା ସମାଧାନ ପରେ ଘର କରିବା ପାଇଁ ଜାଗା ଓ ଜମି ମିଳିଛି ଶ୍ବଶୁରଙ୍କ ଠାରୁ । ସରକାର ବିଧବା ଭତ୍ତା ଦେଉଛନ୍ତି ହେଲେ ଘର ଖଣ୍ଡେ ପାଇଁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଖଇରା ବ୍ଲକ ପରିସରରେ ଅନୁଷ୍ଠିତ ମିଳିତ ଜନଶୁଣାଣୀ ଶିବିରରେ ଜିଲ୍ଲାପାଳଙ୍କ ନିକଟରେ କରିଛନ୍ତି ଅଭିଯୋଗ ।

      ଏଠାରେ ସୂଚନାଯୋଗ୍ୟ ଯେ ଘର ଖଣ୍ଡେ ପାଇଁ ପଞ୍ଚାୟତ ଠାରୁ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ପର୍ଯ୍ୟନ୍ତ ଗୁହାରୀ କରିଥିଲେ ମଧ୍ୟ ସମସ୍ତଙ୍କ ଠାରୁ ହୋଇଛନ୍ତି ନିରାଶ । ସେଥିପାଇଁ ଏଠାରେ ପ୍ରଶ୍ନ ଉଠେ ! ଆବାସ ଯୋଜନା ଗୃହ କାହାପାଇଁ ? ପ୍ରକୃତ ହିତାଧିକାରୀ ବଞ୍ଚିତ କାହିଁକି ? ଅସହାୟ ବିଧବା ତିଳୋତ୍ତମାକୁ କେବେ ମିଳିବ ଘର ? ଉପଯୁକ୍ତ ତଦନ୍ତ କରି ଘରଖଣ୍ଡେ ଦେବାପାଇଁ ପ୍ରଶାସନ ପାଖରେ ଦାବି ଜଣାଇଛନ୍ତି ଆବେଦନକାରିଣୀ । ଉକ୍ତ ବ୍ଲକରେ ଅନେକ ସବଳ ବ୍ଯକ୍ତି ଆବାସ ଯୋଜନାରେ ଘର ପାଇଥିବାର ନଜିର ଅଛି । କିନ୍ତୁ ଏଭଳି ଜଣେ ଅସହାୟ, ନିରୀହା ଓ ବିଧବା ମହିଳାଙ୍କୁ ଘର ଖଣ୍ଡେ ନ ମିଳିବାର କାରଣ କ’ଣ ? ଉତ୍ତର ଖୋଜୁଛନ୍ତି ତିଳୋତ୍ତମା ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

Sunil Chandra Nayak

ବିଷ ପାନ କରି ଜୀବନ ହାରିଲେ ଯୁବକ, କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି

Sunil Chandra Nayak

ବିଦ୍ୟୁତ ସମସ୍ୟା ର ସମାଧାନ ପାଇଁ ଗଠନ ହେଲା ବିଦ୍ୟୁତ ଉପଭୋକ୍ତା ମହାସଂଘ

Leave a Comment

error: Content is protected !!