ଢେଙ୍କାନାଳ (ମ ନି ସ)୨୩/୧୧_ ଢେଙ୍କାନାଳର ମୁଖ୍ୟ ଷ୍ଟାଡିୟମ୍ଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ୍ ଆମନ୍ତ୍ରଣ ପ୍ରତିଯୋଗିତାର ବୁଧବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ ମର୍ଣ୍ଣିକ୍ଲବ୍ ଗୋଆ ସହ ହାଇଦ୍ରାବାଦର ଆର୍ଟଲେରୀ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଗୋଆ ୩-୦ ଗୋଲ ରେ ହାଇଦ୍ରାବାଦକୁ ହରାଇଥିଲା । ଏଥିସହ ତୃତୀୟ ଦଳ ଭାବେ ଦ୍ୱିତୀୟ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ବିଜୟୀ ଦଳର ଲିଓ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ଆର୍ସେନିକ୍ ଆଉ ୨ଟି ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ହାଇଦ୍ରାବାଦ ଖେଳାଳୀ ଗୋଲ୍ ପରିଶୋଧ କରିପାରିନଥିଲେ । ବିଜୟୀ ଦଳର ଆର୍ସେନିକ୍ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ମୁଖ୍ୟ ରେଫରୀ ଆଶୀର୍ବାଦ କାନୁନ୍ଗୋ ଜ୍ୟୋତିରଞ୍ଜନ ସାହୁ ଓ ସହ ରେଫରୀ ଅରୁଣ ନାୟକ, ଅନିଲ ନନ୍ଦ ଓ ଶଶିକାନ୍ତ ଦାଶିଆ ଖେଳକୁ ପରିଚାଳନା କରିଥିବାବେଳେ ମାୟାଧର ସାହୁ ମ୍ୟାଚ୍ କମିଶନର ଭାବେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରେମାନନ୍ଦ ମହନ୍ତ ଓ ସରୋଜ କୁମାର ପାଢୀ ଧାରାବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସେଣ୍ଟ୍ ଜାଇଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ ଓ ସମାଜସେବୀ ବାବୁଚାନ୍ଦ ମହାଳିକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁବାର ମ୍ୟାଚ୍ ସାଉଥ୍ ଇଷ୍ଟର୍ଣ୍ଣ ରେଲ୍ୱେ ସହ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା (ଫାଓ) ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।
ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍