ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସର୍ବଭାରତୀୟ ଫୁଟବଲ୍ ପ୍ରତିଯୋଗିତା:ସେମି ରେ ଗୋଆର ମର୍ଣ୍ଣିକ୍ଲବ୍ 

ଢେଙ୍କାନାଳ (ମ ନି ସ)୨୩/୧୧_ ଢେଙ୍କାନାଳର ମୁଖ୍ୟ ଷ୍ଟାଡିୟମ୍ଠାରେ ଚାଲିଥିବା ୪ର୍ଥ ସର୍ବଭାରତୀୟ ଫୁଟବଲ୍ ଆମନ୍ତ୍ରଣ ପ୍ରତିଯୋଗିତାର ବୁଧବାର ଏକ କ୍ୱାର୍ଟର ଫାଇନାଲ ମ୍ୟାଚ୍ ମର୍ଣ୍ଣିକ୍ଲବ୍ ଗୋଆ ସହ ହାଇଦ୍ରାବାଦର ଆର୍ଟଲେରୀ ମଧ୍ୟରେ ଖେଳାଯାଇଥିଲା । ଏଥିରେ ଗୋଆ ୩-୦ ଗୋଲ ରେ ହାଇଦ୍ରାବାଦକୁ ହରାଇଥିଲା । ଏଥିସହ ତୃତୀୟ ଦଳ ଭାବେ ଦ୍ୱିତୀୟ ସେମିଫାଇନାଲ୍ ଖେଳିବାକୁ ଯୋଗ୍ୟତା ହାସଲ କରିଛି । ବିଜୟୀ ଦଳର ଲିଓ ପ୍ରଥମ ଗୋଲ୍ ଦେଇଥିଲେ । ଏହାପରେ ଆର୍ସେନିକ୍ ଆଉ ୨ଟି ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ପର୍ଯ୍ୟନ୍ତ ହାଇଦ୍ରାବାଦ ଖେଳାଳୀ ଗୋଲ୍ ପରିଶୋଧ କରିପାରିନଥିଲେ । ବିଜୟୀ ଦଳର ଆର୍ସେନିକ୍ ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ ହୋଇଥିଲେ । ମୁଖ୍ୟ ରେଫରୀ ଆଶୀର୍ବାଦ କାନୁନ୍ଗୋ ଜ୍ୟୋତିରଞ୍ଜନ ସାହୁ ଓ ସହ ରେଫରୀ ଅରୁଣ ନାୟକ, ଅନିଲ ନନ୍ଦ ଓ ଶଶିକାନ୍ତ ଦାଶିଆ ଖେଳକୁ ପରିଚାଳନା କରିଥିବାବେଳେ ମାୟାଧର ସାହୁ ମ୍ୟାଚ୍ କମିଶନର ଭାବେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରେମାନନ୍ଦ ମହନ୍ତ ଓ ସରୋଜ କୁମାର ପାଢୀ ଧାରାବିବରଣୀ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ସେଣ୍ଟ୍ ଜାଇଭିୟର୍ସ ହାଇସ୍କୁଲର ଅଧ୍ୟକ୍ଷ ପ୍ରତାପ ଚନ୍ଦ୍ର ପାଣିଗ୍ରାହୀ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ନରୋତ୍ତମ ସାହୁ ଓ ସମାଜସେବୀ ବାବୁଚାନ୍ଦ ମହାଳିକ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଗୁରୁବାର ମ୍ୟାଚ୍ ସାଉଥ୍ ଇଷ୍ଟର୍ଣ୍ଣ ରେଲ୍ୱେ ସହ ଫୁଟ୍ବଲ୍ ଆସୋସିଏସନ୍ ଅଫ୍ ଓଡିଶା (ଫାଓ) ମଧ୍ୟରେ ଖେଳାଯିବ ବୋଲି ଆୟୋଜକ ସୂଚନା ଦେଇଛନ୍ତି ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ସହ ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଅଵିନାଶ ମହାପାତ୍ର ଙ୍କ କବିତା ମଲା ଜହ୍ନ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

Leave a Comment

error: Content is protected !!