ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ପାଚିଲା ଧାନର ଗନ୍ଧେ

ପାଚିଲା ଧାନର ଗନ୍ଧେ

   

             କବିତା ସାହୁ   

ଲହ ଲହ ହୋଇ ଅଣ୍ଟାକୁ ହଲାଇ 
ନାଚଇ ପାଚିଲା ଧାନ 
ମହ ମହ ହୋଇ ବାସ ଚହଟଇ 
ଖୁସିରେ ନାଚଇ ଚାଷୀଙ୍କ ମନ
୨- ଖରା ବରଷାକୁ ଖାତିର ନ  କରି 
   କୃଷକ କରିଛି ଚାଷ
ପାଚିଲା ଧାନର ଗନ୍ଧରେ ମୋହିତ 
ଦେଖି ଭରି ଯାଏ ପେଟ। 
୩- ମାଆ ଲକ୍ଷ୍ମୀଙ୍କର ଆଗମନ ପରା 
     ପାଚିଲା ଧାନରେ ହୁଏ 
  ଘର ଅଗଣାରେ ଧାନଗଦା ଦେଖି 
    ଘରଣୀ ଘର ସଜାଏ
  ଲକ୍ଷ୍ମୀଙ୍କୁ ସନ୍ତୋଷ କରିବା ପାଇ 
   ଦାଣ୍ଡ ବାରି ଅଗଣାକୁ ଗୋବରେ 
   ଲିପାପୋଛା କରି ଥାଏ।
 

    ଜୟପୁର

Related posts

କିଛିଦିନ ବ୍ୟବଧାନ ରେ ଦେଖିବାକୁ ମିଳିଛି  ମାଓ  ବେନର 

Sunil Chandra Nayak

ସନ୍ତୋଷୀ ମା ରାଇସ ମିଲ ର ବିଷାକ୍ତ ପାଣି ପାଲଟିଛି ଚାଷୀ ଙ୍କ ମରଣ ଯନ୍ତା

Sunil Chandra Nayak

ଆଇ ଟି ଆଇ ଓ ବନଦୁର୍ଗା ହାଇସ୍କୁଲ ରେ ବୃକ୍ଷ ରୋପଣ

Sunil Chandra Nayak

Leave a Comment

error: Content is protected !!