ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବିତା ସାହୁ ଙ୍କ କବିତା ପାଚିଲା ଧାନର ଗନ୍ଧେ

ପାଚିଲା ଧାନର ଗନ୍ଧେ

   

             କବିତା ସାହୁ   

ଲହ ଲହ ହୋଇ ଅଣ୍ଟାକୁ ହଲାଇ 
ନାଚଇ ପାଚିଲା ଧାନ 
ମହ ମହ ହୋଇ ବାସ ଚହଟଇ 
ଖୁସିରେ ନାଚଇ ଚାଷୀଙ୍କ ମନ
୨- ଖରା ବରଷାକୁ ଖାତିର ନ  କରି 
   କୃଷକ କରିଛି ଚାଷ
ପାଚିଲା ଧାନର ଗନ୍ଧରେ ମୋହିତ 
ଦେଖି ଭରି ଯାଏ ପେଟ। 
୩- ମାଆ ଲକ୍ଷ୍ମୀଙ୍କର ଆଗମନ ପରା 
     ପାଚିଲା ଧାନରେ ହୁଏ 
  ଘର ଅଗଣାରେ ଧାନଗଦା ଦେଖି 
    ଘରଣୀ ଘର ସଜାଏ
  ଲକ୍ଷ୍ମୀଙ୍କୁ ସନ୍ତୋଷ କରିବା ପାଇ 
   ଦାଣ୍ଡ ବାରି ଅଗଣାକୁ ଗୋବରେ 
   ଲିପାପୋଛା କରି ଥାଏ।
 

    ଜୟପୁର

Related posts

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

Sunil Chandra Nayak

ବିଶୁଦ୍ଧ ପାଣି ଯୋଗାଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ଜାହିର କଲେ ପୌର ଅଧ୍ୟକ୍ଷା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ପ୍ରବନ୍ଧ ଜଗନ୍ମାତା ଜଗନ୍ମୟୀ ନବଦୁର୍ଗା

Sunil Chandra Nayak

Leave a Comment

error: Content is protected !!