ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମାଜସେବୀ ମହାସଂଘ ଓଡିଶା ର ନୂତନ କର୍ମକର୍ତ୍ତା ଚୟନ

ଭବାନୀପାଟଣା -: ରାଜ୍ୟ ସମାଜସେବୀ ମହାସଂଘ ଓଡିଶା ର ସମ୍ପାଦକ ଶ୍ରୀନାରାୟଣ ସାହୁ  କଳାହାଣ୍ଡି ଜିଲ୍ଲା ପାଇଁ ନୂତନ କର୍ମକର୍ତ୍ତା ଚୟନ କରିଛନ୍ତି । ପୂର୍ବରୁ ଯେଉଁ ସଦସ୍ୟ ମାନେ ଥିଲେ ତାଙ୍କ ବ୍ୟକ୍ତିଗତ କାରଣ ପାଇଁ ରାଜ୍ୟ ସମାଜସେବୀ ମହାସଂଘ ଓଡିଶାର ପରିଚାଳନା କମିଟିକୁ  ତାଙ୍କ ଅସୁବିଧା ଜଣାଇ ପଦବୀରୁ ଇସ୍ତଫା ପ୍ରଦାନ କରିଛନ୍ତି, ପୁନର୍ବାର ଆମ ସଙ୍ଗଠନ ତରଫରୁ ନୂତନ ସଦସ୍ୟଙ୍କୁ ଚୟନ କରାଯାଇଛି ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି । ଏ ନେଇ ଉମାକାନ୍ତ ସୁନାନି ଙ୍କୁ ରାଜ୍ୟ ଉପ ସଭାପତି ତଥା କଳାହାଣ୍ଡି ସଂଯୋଜକ ଭାର ଦିଆ ଯାଇଥିବା ବେଳେ ସ୍ବସ୍ତି ଦୀପ ଆଦିତ୍ୟ ଓ ସଂଗ୍ରାମ କନପାନ ଙ୍କୁ ରାଜ୍ୟ ଯୁଗ୍ମ ସମ୍ପାଦକ ଓ  କଳାହାଣ୍ଡି ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଆମର ଆଶା ଏଵଂ ବିଶ୍ୱାସ ନୂତନ କର୍ମକର୍ତା ମାନେ ଆଗାମୀ ଦିନରେ ସମାଜ ମଙ୍ଗଳ କାର୍ଯ୍ୟ କରି ସାରା ରାଜ୍ୟରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିବେ ବୋଲି ଶ୍ରୀ ସାହୁ ଆଶା ବ୍ୟକ୍ତ କରିଛନ୍ତି

ଭବାନୀପାଟଣା ରୁ କିଶନ ଶର୍ମା ଙ୍କ ରିପୋର୍ଟ 

 

Related posts

ନିଖିଳ ଉତ୍କଳ ଅନୁଦାନ ପ୍ରାପ୍ତ ୪୪୮ ବର୍ଗ ଶିକ୍ଷକ ଓ କର୍ମଚାରୀ ସଂଘ ପକ୍ଷରୁ ସରକାର ଙ୍କୁ ଦାବି ପତ୍ର 

Sunil Chandra Nayak

କାମନା କାଳିକା ପୀଠ ରେ ଅମାବାସ୍ୟା ଯଜ୍ଞ ମହୋତ୍ସବ ପ୍ରସ୍ତୁତି ବୈଠକ

Sunil Chandra Nayak

ଆମପାଣି ବୁଢାରଜା ହାଇସ୍କୁଲ କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!