ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂତନ ରିହାବ କଲୋନୀରେ ଯୁବକଙ୍କ ଆତ୍ମହତ୍ୟା 

ଲାଞ୍ଜିଗଡ଼,୨୭/୦୪(ମ.ନି.ସ)-ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ଥାନା ଅନ୍ତର୍ଗତ ବେଦାନ୍ତ ଲିମିଟେଡ ଦ୍ୱାରା ନିର୍ମିତ ନୂତନ ରିହାବ କଲୋନୀ ନିକଟସ୍ଥ ଏକ ମହୁଲ ଗଛରେ ଜଣେ ଯୁବକଙ୍କ ଝୁଲନ୍ତା ଶବ ଉଦ୍ଧାର କରିଛି ଲାଞ୍ଜିଗଡ଼ ପୁଲିସ । ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ବସନ୍ତପଡ଼ା ଗ୍ରାମପଞ୍ଚାୟତ ରେଙ୍ଗୋପାଲି ଗାଁର କୁନା ମାଝୀ(୨୦) ନାମକ ଜଣେ ଯୁବକ ଆଜି ସନ୍ଧ୍ୟାରେ ନୂତନ ରିହାବ କଲୋନୀ ନିକଟସ୍ଥ ଏକ ମହୁଲ ଗଛରେ ଯୁବକ ଜଣକ ନିଜ ଗଳାରେ ଏକ ଧୋତି ବାନ୍ଧି ଆତ୍ମହତ୍ୟା କରିଥିବା ସଂପର୍କରେ ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇବା ପରେ ଘଟଣାସ୍ଥଳରେ ଲାଞ୍ଜିଗଡ ଥାନାଧିକାରୀ ସତ୍ୟାନନ୍ଦ ପାତ୍ରଙ୍କ ନେତୃତ୍ୱରେ ପୁଲିସ ବାହିନୀ ପହଞ୍ଚିିିିବା ସହିତ ତଦନ୍ତ ଆରମ୍ଭ କରିଛି । ମୃତ ଯୁବକ ଗତ ଦୁଇବର୍ଷ ତଳେ ବିବାହ କରିଥିବାବେଳେ ତାଙ୍କ ମୃତ୍ୟୁର କାରଣ ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି । ଏ ନେଇ ଲାଞ୍ଜିଗଡ ଥାନାରେ କେସ୍ ନଂ ୦୪/୦୨୨ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଚଳାଇଛି । ତେବେ ରାତି ହୋଇଯିବାରୁ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ।

ଲାଞ୍ଜିଗଡରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ଭବାନୀପାଟଣା ଠାରେ ପ୍ରାଣୀ ସହାୟତା ଆମ୍ବୁଲାନ୍ସ ସେବା ଉଦଘାଟିତ

ଶ୍ରୀକାନ୍ତ ପଣ୍ଡା ଙ୍କ କବିତା ହସୁଛି ଲୋ କଳାଚାନ୍ଦ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ନୃସିଂହ ପ୍ରସାଦ ଷଡ଼ଙ୍ଗୀ ଙ୍କ କବିତା ମଣିଷ

Sunil Chandra Nayak

Leave a Comment

error: Content is protected !!