ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ବଢୁଛି ପିଆଜ ଉତ୍ପାଦନ, ସଂରକ୍ଷଣ ବ୍ୟବସ୍ଥା ନାହିଁ, ଚାଷି ଅଭାବି ବିକ୍ରୀର ଶୀକାର

କୋକସରା,୨୭/୪ -ଓଡ଼ିଶାରେ ପିଆଜ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଧର୍ମଗଡ ଉପଖଣ୍ଡର ୭୦ ଭାଗ ଚାଷୀ ପିଆଜ ଚାଷ କରିଥାନ୍ତି । ହେଲେ ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣ ଅଭାବ ଯୋଗୁଁ ଚାଷି ପିଆଜ କୁ କମ୍ ଦରରେ ଦଲାଲ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର କୋକସରା ବ୍ଲକରେ ଧାନ ଓ ମକା ଚାଷ ପରେ ଏବେ ପିଆଜ ଚାଷର ଉତ୍ପାଦନ ପ୍ରତିବର୍ଷ ବଢିଚାଳିଛି । କୋକସରା ଉଦ୍ୟାନ ବିଭାଗ ପକ୍ଷରୁ ମିଲିଥିବା ସୁଚନା ଅନୁସାରେ, ୨୦୨୦/୨୧ ବର୍ଷରେ ୫୩ ଜଣ ଚାଷୀ ପ୍ରାୟ ୧୪ ହେକ୍ଟର ଜମିରେ ପିଆଜ ଚାଷ କରି ହାରାହାରୀ ୨୬୬୦ କ୍ୱିଣ୍ଟାଲ ପିଆଜ ଅମଳ କରିଥିଲେ । ତେବେ ଚଲିତ ବର୍ଷ ୨୪୭ ଜଣ ଚାଷୀଙ୍କୁ ଉଦ୍ୟାନ ବିଭାଗ ତରଫରୁ ୩ କ୍ୱିଣ୍ଟାଲ ୧୫ କେ.ଜି ପିଆଜ ମଞ୍ଜି ଯୋଗାଇ ଦିଆଯାଇଛି । ସରକାରୀ ସ୍ତରରେ ୩୧.୫ ହେକ୍ଟର ଓ ବେସରକାରୀ ସ୍ତରରେ ୨୦ ହେକ୍ଟର, ସମୁଦାୟ ୫୧.୫ ହେକ୍ଟର ଜମିରେ ପିଆଜ ଚାଷ ହୋଇଛି । ଗତବର୍ଷ ତୁଲନାରେ ଏ ବର୍ଷ ୨୪.୫ ହେକ୍ଟର ଅଧିକ ଜମିରେ ପିଆଜ ଚାଷ କରିଥିବାବେଳେ ସମୁଦାୟ ୫୧.୫ ହେକ୍ଟର ଜମିରେ ୧୦ ହଜାର ୪୩୦ କ୍ୱଣ୍ଟାଲ ରୁ ଉର୍ଦ୍ଧ ପିଆଜ ଉତ୍ପାଦନ ହୋଇଥିବା ଉଦ୍ୟାନ ବିଭାଗ ସୂତ୍ରରୁ ଜଣାପଡିଛି । ତେବେ ବେସରକାରୀ ଭାବରେ ବ୍ଲକରେ ହାରାହାରି ୧୨ ରୁ ୧୫ ହଜାର କ୍ୱିଣ୍ଟାଲ ରୁ ଉର୍ଦ୍ଦ ପିଆଜ ଉତ୍ପାଦନ ହେବା ଅନୁମାନ କରାଯାଇଛି । ବ୍ଲକରେ ପ୍ରତିବର୍ଷ ପିଆଜ ଉତ୍ପାଦନ ବଢୁଥିବା ବେଳେ ପିଆଜ ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନଥିବା କାରଣରୁ ନିଜର ଆବଶ୍ୟକତା ମେଣ୍ଟାଇବାକୁ ସ୍ଥାନୀୟ ବେପାରୀ ସମେତ ଛତିଶଗଡ ବେପାରୀ ଙ୍କୁ ୫୦ କେଜି. ପିଆଜ ବସ୍ତା ପ୍ରତି ୩୫୦ ରୁ ୪ ଶହ ଟଙ୍କା ମଧ୍ୟରେ ଚାଷି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବ୍ଲକ ର କାଉଡୋଳା, ଗୋତମୁଣ୍ଡା, ସାନପୋଡ଼ାଗୁଡା, ଟେମରା, କାଶୀବାହାଲ, ଫୁଫଗାଁ, ମହିମା, ଗମ୍ଭାରୀଗୁଡା, ବଡପୋଡାଗୁଡା, ବରାଡଙ୍ଗା ଆଦି ପଞ୍ଚାୟତ ର ଚାଷୀମାନେ ଦିର୍ଘ ବର୍ଷରୁ ପିଆଜ ଚାଷ କରି ଆସୁଛନ୍ତି । ହେଲେ ବ୍ଲକରେ ସରକାର ଙ୍କ ତରଫରୁ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବା ବେଳେ ପିଆଜ ସାଇତାଗୃହ ମଧ୍ୟ ଚାଷି ଙ୍କୁ ଠିକ୍ ଭାବରେ ମିଲିନାହିଁ । ଏପଟେ ଚାଷୀ ଙ୍କ ପରିଶ୍ରମ ହିସାବରେ ପିଆଜ ର ଉଚିତ୍ ଦର ମିଳୁ ନଥିବା ବେଳେ ବିଗତ ଦିନ ମାନଙ୍କରେ ପ୍ରାକୃତିକ ଦୈବୀ ଦୁର୍ବିପାକ, କାଳ ବୈଶାଖୀ ଓ ଝଡ ବର୍ଷା ଯୋଗୁଁ କ୍ଷତି ସହୁଥିବା ପିଆଜ ଚାଷୀ ଚଳିତ ବର୍ଷ ଠିକ୍ ଦରରେ ପିଆଜ ବିକ୍ରି କରି ପରିବାର ପୋଷିବା ଆଶା ରଖିଥିବା ବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପୁଣି ଅଭାବି ବିକ୍ରିର ଶିକାର ହେବାରେ ଲାଗିଛି । ଅନ୍ୟପଟେ ସରକାର ଙ୍କ ତରଫରୁ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ରହିଥିଲେ ଚାଷୀ ଉପକୃତ ହେବା ସହ ରାଜ୍ୟରେ ପିଆଜ ର ଅଭାବ ଦୂର ହୋଇ ପାରନ୍ତା ବୋଲି ପିଆଜ ଚାଷୀମାନେ କହିଛନ୍ତି । ଏ ନେଇ କୋକସରା ବ୍ଲକ ଉଦ୍ୟାନ ସହକାରୀ ଅଧିକାରୀ ତପନ କୁମାର ପାତ୍ର କହିଛନ୍ତି । ବିଭାଗ ତରଫରୁ ଚାଷୀ ଙ୍କୁ ପିଆଜ ବିହନ ସବସିଡ଼ି ମୁଲ୍ୟ ରେ ଯୋଗାଇ ଦିଆ ଯାଇଛି । ସଂରକ୍ଷିତ ପାଇଁ ମଧ୍ୟ କିଛି ଚାଷୀ ଙ୍କୁ ପିଆଜ ସାଇତାଗୃହ ଯୋଗାଇ ଦିଆଯାଇଛି । ଚାଷି ପିଆଜ ଠିକ୍ ଦରରେ ବିକ୍ରି କରୁଛନ୍ତି, ଅଭାବି ବିକ୍ରି ହେଉଥିବା କିମ୍ବା ଛତିଶଗଡ ବେପାରି ଆସୁଥିବା ଆମ ପାଖରେ ଖବର ନାହିଁ । ବ୍ଲକରେ ବିଗତ ବର୍ଷ ତୁଲନାରେ ପିଆଜ ଉତ୍ପାଦନ ବଢି ଚାଳିଛି ଆଗକୁ ଉତ୍ପାଦନ ଆହୁରି ବୃଦ୍ଧି ହେବ ବୋଲି କହିଛନ୍ତି । ମ ନି ସ 

Related posts

ଇନ୍ଦିପୂର୍ ଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ମୋଟେର ଠାରେ ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଭବ୍ୟ କଳସ ଯାତ୍ରା

Sunil Chandra Nayak

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

Sunil Chandra Nayak

Leave a Comment

error: Content is protected !!