କୋକସରା,୨୭/୪ -ଓଡ଼ିଶାରେ ପିଆଜ ଉତ୍ପାଦନ କ୍ଷେତ୍ରରେ କଳାହାଣ୍ଡି ଜିଲ୍ଲା ଦ୍ୱିତୀୟ ସ୍ଥାନରେ ଥିବାବେଳେ ଧର୍ମଗଡ ଉପଖଣ୍ଡର ୭୦ ଭାଗ ଚାଷୀ ପିଆଜ ଚାଷ କରିଥାନ୍ତି । ହେଲେ ଅଭାବୀ ବିକ୍ରି ସାଙ୍ଗକୁ ସଂରକ୍ଷଣ ଅଭାବ ଯୋଗୁଁ ଚାଷି ପିଆଜ କୁ କମ୍ ଦରରେ ଦଲାଲ ହାତରେ ଟେକି ଦେଉଥିବା ଅଭିଯୋଗ ହୋଇଛି । ଜିଲ୍ଲାର କୋକସରା ବ୍ଲକରେ ଧାନ ଓ ମକା ଚାଷ ପରେ ଏବେ ପିଆଜ ଚାଷର ଉତ୍ପାଦନ ପ୍ରତିବର୍ଷ ବଢିଚାଳିଛି । କୋକସରା ଉଦ୍ୟାନ ବିଭାଗ ପକ୍ଷରୁ ମିଲିଥିବା ସୁଚନା ଅନୁସାରେ, ୨୦୨୦/୨୧ ବର୍ଷରେ ୫୩ ଜଣ ଚାଷୀ ପ୍ରାୟ ୧୪ ହେକ୍ଟର ଜମିରେ ପିଆଜ ଚାଷ କରି ହାରାହାରୀ ୨୬୬୦ କ୍ୱିଣ୍ଟାଲ ପିଆଜ ଅମଳ କରିଥିଲେ । ତେବେ ଚଲିତ ବର୍ଷ ୨୪୭ ଜଣ ଚାଷୀଙ୍କୁ ଉଦ୍ୟାନ ବିଭାଗ ତରଫରୁ ୩ କ୍ୱିଣ୍ଟାଲ ୧୫ କେ.ଜି ପିଆଜ ମଞ୍ଜି ଯୋଗାଇ ଦିଆଯାଇଛି । ସରକାରୀ ସ୍ତରରେ ୩୧.୫ ହେକ୍ଟର ଓ ବେସରକାରୀ ସ୍ତରରେ ୨୦ ହେକ୍ଟର, ସମୁଦାୟ ୫୧.୫ ହେକ୍ଟର ଜମିରେ ପିଆଜ ଚାଷ ହୋଇଛି । ଗତବର୍ଷ ତୁଲନାରେ ଏ ବର୍ଷ ୨୪.୫ ହେକ୍ଟର ଅଧିକ ଜମିରେ ପିଆଜ ଚାଷ କରିଥିବାବେଳେ ସମୁଦାୟ ୫୧.୫ ହେକ୍ଟର ଜମିରେ ୧୦ ହଜାର ୪୩୦ କ୍ୱଣ୍ଟାଲ ରୁ ଉର୍ଦ୍ଧ ପିଆଜ ଉତ୍ପାଦନ ହୋଇଥିବା ଉଦ୍ୟାନ ବିଭାଗ ସୂତ୍ରରୁ ଜଣାପଡିଛି । ତେବେ ବେସରକାରୀ ଭାବରେ ବ୍ଲକରେ ହାରାହାରି ୧୨ ରୁ ୧୫ ହଜାର କ୍ୱିଣ୍ଟାଲ ରୁ ଉର୍ଦ୍ଦ ପିଆଜ ଉତ୍ପାଦନ ହେବା ଅନୁମାନ କରାଯାଇଛି । ବ୍ଲକରେ ପ୍ରତିବର୍ଷ ପିଆଜ ଉତ୍ପାଦନ ବଢୁଥିବା ବେଳେ ପିଆଜ ଅମଳ ପରେ ସଂରକ୍ଷଣ ବ୍ୟବସ୍ଥା ନଥିବା କାରଣରୁ ନିଜର ଆବଶ୍ୟକତା ମେଣ୍ଟାଇବାକୁ ସ୍ଥାନୀୟ ବେପାରୀ ସମେତ ଛତିଶଗଡ ବେପାରୀ ଙ୍କୁ ୫୦ କେଜି. ପିଆଜ ବସ୍ତା ପ୍ରତି ୩୫୦ ରୁ ୪ ଶହ ଟଙ୍କା ମଧ୍ୟରେ ଚାଷି ବିକ୍ରି କରୁଥିବା ଅଭିଯୋଗ ହୋଇଛି । ବ୍ଲକ ର କାଉଡୋଳା, ଗୋତମୁଣ୍ଡା, ସାନପୋଡ଼ାଗୁଡା, ଟେମରା, କାଶୀବାହାଲ, ଫୁଫଗାଁ, ମହିମା, ଗମ୍ଭାରୀଗୁଡା, ବଡପୋଡାଗୁଡା, ବରାଡଙ୍ଗା ଆଦି ପଞ୍ଚାୟତ ର ଚାଷୀମାନେ ଦିର୍ଘ ବର୍ଷରୁ ପିଆଜ ଚାଷ କରି ଆସୁଛନ୍ତି । ହେଲେ ବ୍ଲକରେ ସରକାର ଙ୍କ ତରଫରୁ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ବ୍ୟବସ୍ଥା ନଥିବା ବେଳେ ପିଆଜ ସାଇତାଗୃହ ମଧ୍ୟ ଚାଷି ଙ୍କୁ ଠିକ୍ ଭାବରେ ମିଲିନାହିଁ । ଏପଟେ ଚାଷୀ ଙ୍କ ପରିଶ୍ରମ ହିସାବରେ ପିଆଜ ର ଉଚିତ୍ ଦର ମିଳୁ ନଥିବା ବେଳେ ବିଗତ ଦିନ ମାନଙ୍କରେ ପ୍ରାକୃତିକ ଦୈବୀ ଦୁର୍ବିପାକ, କାଳ ବୈଶାଖୀ ଓ ଝଡ ବର୍ଷା ଯୋଗୁଁ କ୍ଷତି ସହୁଥିବା ପିଆଜ ଚାଷୀ ଚଳିତ ବର୍ଷ ଠିକ୍ ଦରରେ ପିଆଜ ବିକ୍ରି କରି ପରିବାର ପୋଷିବା ଆଶା ରଖିଥିବା ବେଳେ ଶୀତଳ ଭଣ୍ଡାର ଅଭାବ ଯୋଗୁଁ ପୁଣି ଅଭାବି ବିକ୍ରିର ଶିକାର ହେବାରେ ଲାଗିଛି । ଅନ୍ୟପଟେ ସରକାର ଙ୍କ ତରଫରୁ ପିଆଜ ର ସଂରକ୍ଷଣ ପାଇଁ ଶୀତଳ ଭଣ୍ଡାର ରହିଥିଲେ ଚାଷୀ ଉପକୃତ ହେବା ସହ ରାଜ୍ୟରେ ପିଆଜ ର ଅଭାବ ଦୂର ହୋଇ ପାରନ୍ତା ବୋଲି ପିଆଜ ଚାଷୀମାନେ କହିଛନ୍ତି । ଏ ନେଇ କୋକସରା ବ୍ଲକ ଉଦ୍ୟାନ ସହକାରୀ ଅଧିକାରୀ ତପନ କୁମାର ପାତ୍ର କହିଛନ୍ତି । ବିଭାଗ ତରଫରୁ ଚାଷୀ ଙ୍କୁ ପିଆଜ ବିହନ ସବସିଡ଼ି ମୁଲ୍ୟ ରେ ଯୋଗାଇ ଦିଆ ଯାଇଛି । ସଂରକ୍ଷିତ ପାଇଁ ମଧ୍ୟ କିଛି ଚାଷୀ ଙ୍କୁ ପିଆଜ ସାଇତାଗୃହ ଯୋଗାଇ ଦିଆଯାଇଛି । ଚାଷି ପିଆଜ ଠିକ୍ ଦରରେ ବିକ୍ରି କରୁଛନ୍ତି, ଅଭାବି ବିକ୍ରି ହେଉଥିବା କିମ୍ବା ଛତିଶଗଡ ବେପାରି ଆସୁଥିବା ଆମ ପାଖରେ ଖବର ନାହିଁ । ବ୍ଲକରେ ବିଗତ ବର୍ଷ ତୁଲନାରେ ପିଆଜ ଉତ୍ପାଦନ ବଢି ଚାଳିଛି ଆଗକୁ ଉତ୍ପାଦନ ଆହୁରି ବୃଦ୍ଧି ହେବ ବୋଲି କହିଛନ୍ତି । ମ ନି ସ
previous post
next post