ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ

ବାଲେଶ୍ଵର,୦୮/୮/୨୨- ରୋଷେଇ ଘରେ ମହିଳାଙ୍କ ଆତ୍ମହତ୍ୟା । ଏପରି ଏକ ଘଟଣା ଘଟିଯାଇଛି ବାଲେଶ୍ଵର ଜିଲ୍ଲା ଖଇରା ଥାନା ଶ୍ଯାମସୁନ୍ଦରପୁର ଗ୍ରାମରେ । ଗ୍ରାମର ସଞ୍ଜିବ ରାଉଳ ଦୀର୍ଘ ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳର ମିନାକ୍ଷୀ ବିଶ୍ବାଳଙ୍କୁ ବିବାହ କରିଥିଲେ । ତାଙ୍କର ଏକମାତ୍ର ୬ ବର୍ଷର ଝିଅ ଅଛି । ସବୁ ଠିକଠାକ୍ ଚାଲିଥିଲେ ମଧ୍ୟ ମିନାକ୍ଷୀ କିଛିଦିନ ଧରି ଛାତିରେ ଯନ୍ତ୍ରଣା ହେଉଥିବା ନେଇ ବାରମ୍ବାର ପରିବାର ଲୋକଙ୍କୁ କହି ଆସୁଥିଲେ । ଏ ନେଇ ପରିବାର ଲୋକ ମଧ୍ୟ ତାଙ୍କର ଅସ୍ତ୍ରୋପଚାର କରାଇଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ଅତ୍ଯଧିକ ଯନ୍ତ୍ରଣା ହେଉଥିବା ନେଇ ଗତକାଲି ସନ୍ଧ୍ୟାରେ ଶାଶୁଙ୍କୁ ଜାଣାଇଥିଲେ । ମିନାକ୍ଷୀ ଏନେଇ ଗତକାଲି ବିଳମ୍ବିତ ରାତିରେ ଖାଇ ଶୋଇଥିଲେ । ସକାଳୁ ଉଠିବା ବିଳମ୍ବ ହେବାରୁ ପରିବାର ଲୋକ ଖୋଜିଥିଲେ । ଶେଷରେ ମିନାକ୍ଷୀ ରୋଷେଇ ଘରେ ଥିବା ଏକ ପଙ୍ଖାରେ ଶାଢୀ ଲଗାଇ ଆତ୍ମହତ୍ୟା କରିଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ । ତାଙ୍କ ପାଖରେ ପଡିଥିବା ଏକ ସୋଇସାଇଡ଼ ନୋଟ ମିଳିଛି । ଯେଉଁଥିରେ ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି, ଆଧିକ ଯନ୍ତ୍ରଣା ହେବାରୁ କେତେ ମେଡିସିନ ଖାଇବି ଶେଷରେ ମୁଁ ଆତ୍ମହତ୍ୟା କରୁଛି ମୋ ଝିଅ ତମକୁ ଲାଗିଲା ତାଙ୍କୁ ସମସ୍ତେ ଦେଖିବେ ବୋଲି ଲେଖା ଅଛି । ଏହି ନୋଟକୁ ପୋଲିସ ଜବଦ କରିଛି । ମିନାକ୍ଷୀଙ୍କର ସ୍ୱାମୀ ଆର୍ମିରେ କାର୍ଯ୍ୟରତ ଅଛନ୍ତି । ମିନାକ୍ଷୀ ସୋରରେ ରହି ଏକ ଘରୋଇ ଶିକ୍ଷାନୁଷ୍ଠାନରେ ପାଠ ପଢ଼ାଉଥିଲେ । ଗତକାଲି ନିଜ ଶ୍ବଶୁର ଘର ଶ୍ଯାମସୁନ୍ଦରପୁରକୁ ଆସିଥିଲେ । ଖବରପାଇ ଖଇରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅବ୍ଯବସ୍ତା ଘେରରେ ବ୍ଳକ ଶିକ୍ଷାଧିକାରୀଙ୍କ କାର୍ଯ୍ଯାଳୟ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କବିତା ଗୋ ତୁମେ

Sunil Chandra Nayak

Leave a Comment

error: Content is protected !!