ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା କଳା ମେଘ

କଳା ମେଘ

ବିଜୟ କୁମାର ଜେନା

କଳା ମେଘ ଦେଖି ଚାଷୀ କୁଳ
  ପୁଲକି ଉଠନ୍ତି
କେକୀ ପୁଚ୍ଛ ଟେକି ଆନନ୍ଦ ଉଲ୍ଲାସେ
ନୃତ୍ୟରେ ନିମଗ୍ନ ରହନ୍ତି।
କଳା ମେଘ ନିଜେ ଜାଣେନା ତା ଠାରେ
କେତେ ବାରି ଧାରା ଅଛି
ବିଜୁଳି ତା ଦେହେ ଝଲକି ଝଲକି
ଆନେ ଶଙ୍କା ସୃଷ୍ଟି କରେ।
ବିରହରେ ପ୍ରିୟା କଳା ମେଘ ଦେଖି
ଝୁରେ ପ୍ରେମିକ ପ୍ରବାସେ
ବିଚ୍ଛେଦ ର ସତେ ସନ୍ତକ ଟି ସିଏ
 ବିରହ ବେଦନା ଗ୍ରାସେ।
କଳା ମେଘ ପରି ଆମ ଜଗନ୍ନାଥ
ବଦନ ତ ଆହା କଳା
ଦେତେ ଦେଖୁ ଥିଲେ ନୂଆ ଦିଶୁ ଥାନ୍ତି
ଭାବରେ ଭାବରେ ବୋଳା।
ପଶ୍ଚିମ ଆକାଶେ କଳା ମେଘ ଖଣ୍ଡେ
    ବର୍ଷେ ଝୁପୂର୍ ଝୁପୁରୁ
ଅଧା ମେଘ ଅଧା ଖରା ଦେଖି ଦେଖି
ଇନ୍ଦ୍ରଧନୁ ଟିଏ ସୃଷ୍ଟି ହୋଇ ଥାଏ
କଳା ମେଘ ର ଗର୍ଭରୁ।
ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

 

Related posts

ଖାତିଗୁଡା ପୋଲିସ ର ୨ ଜୁଆ ଅଡ୍ଡା ଚଢ଼ାଉ : ୫୮୦୦ ଓ ତାସ କଟା ଜବତ

Sunil Chandra Nayak

ଦୁର୍ବୁତ୍ତ ବିଦେଶି ମଦ ଦୋକାନ ର ସଟର ତାଡିଲେ

Sunil Chandra Nayak

ବ୍ରହ୍ମ କୁମାରୀ ଇଶ୍ୱରିୟ ବିଶ୍ଵବିଦ୍ୟାଳୟ ଠାରେ ରାଜ ଯୋଗ ଶିବିର ଆୟୋଜିତ

Sunil Chandra Nayak

Leave a Comment

error: Content is protected !!