ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଥୁଆମୂଳ ରାମପୁର ଗସ୍ତରେ DRDA ପ୍ରକଳ୍ପ ନିର୍ଦେଶକ, ମାଁ ମାଣିକେଶ୍ଵରୀ ମନ୍ଦିର ନିର୍ମାଣ ଉପରେ ଆଲୋଚନା

ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳରେ ପଡିଲା ପାଦ

ଭବାନିପାଟଣା -:( ମ ନି ସ )୬|୫ କଳାହାଣ୍ଡି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଥୁଆମୂଳ ରାମପୁର ଗସ୍ତରେ ଆସି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକ ବୁଲି ଦେଖିଥିଲେ।ମଙ୍ଗଳବାର ପ୍ରକଳ୍ପ ନିର୍ଦେଶକ ସୋମେଶ କୁମାର ଉପାଧ୍ୟାୟ ଓ ଜିଲ୍ଲା ପୁର୍ତ୍ତ ବିଭାଗ ଅଧିକାରୀ ଅଜିତ କୁମାର ବାବୁ ପ୍ରଥମେ ଥୁଆମୂଳ ରାମପୁର ସ୍ଥିତ ମାଁ ମାଣିକେଶ୍ବରୀ ମନ୍ଦିର ପରିଦର୍ଶନରେ ଆସି ସ୍ଥାନୀୟ ମନ୍ଦିର ନିର୍ମାଣ କମିଟି ସହିତ ଆଲୋଚନା କରିଥିଲେ।୮୦୦ ବର୍ଷ ତଳର ଏହି ପ୍ରାଚୀନ ପୀଠ ଆଜି ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଦେଖି ପୀଠର ଏକ ନୂତନ ମନ୍ଦିର ନିର୍ମାଣ ପାଇଁ ଅଞ୍ଚଳ ବାସୀଙ୍କ ଠାରୁ ବହୁଦିନରୁ ଦାବୀ ହୋଇଆସୁଥିଲା।ଯାହାକୁ ନେଇ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବା ପାଇଁ ଗତ ୨୪/ଡିସେମ୍ବର ୨୦୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ।ପ୍ରଥମ ପର୍ଯ୍ୟାୟରେ ମନ୍ଦିର ନିର୍ମାଣ ପାଇଁ ୨ କୋଟି ଟଙ୍କା କଳାହାଣ୍ଡି ଜିଲ୍ଲାପାଳଙ୍କୁ ହସ୍ତାନ୍ତର କରିଥିଲେ। ପରେ ଜିଲ୍ଲାପାଳ ଜିଲ୍ଲା ପୁର୍ତ୍ତ ବିଭାଗକୁ ମନ୍ଦିର ନିର୍ମାଣର ଦାୟିତ୍ୱ ଦେଇଥିଲେ।ମନ୍ଦିର ନିର୍ମାଣ ନେଇ ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଯାଇଛି।ଉକ୍ତ ୨ କୋଟି ଟଙ୍କା ମଧ୍ୟରୁ ତଦାରଖ ଏବଂ ଜି.ଏସ୍.ଟି କଟି ୧ କୋଟି ୬୮ ଲକ୍ଷ ଟଙ୍କାରେ ମନ୍ଦିର ପ୍ରକଳ୍ପର ଶୁଭାରମ୍ଭ ହେବ।ଠିକାଦାର ତଥା ମନ୍ଦିର ନିର୍ମାଣ କମିଟିର ଜନୈକ ସଦସ୍ୟ ଉମା ଶଙ୍କର ଶର୍ମା ଏହି ଟେଣ୍ଡର ପାଇଥିବା ବେଳେ କିପରି ଶିଘ୍ର ମନ୍ଦିର ନିର୍ମାଣ କରାଯିବ ସେଥିପାଇଁ ତତ୍ପରତା ଦେଖାଦେଇଛି।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଉପାଧ୍ୟାୟ ଓ ଜିଲ୍ଲା ପୁର୍ତ୍ତ ବିଭାଗ ଅଧିକାରୀ ଶ୍ରୀ ଗୁରୁ ମାଁ ମାଣିକେଶ୍ବରୀ ମନ୍ଦିର ପରିସର ବୁଲି ସ୍ଥାନୀୟ ମନ୍ଦିର ନିର୍ମାଣ କମିଟି ଓ ଠିକାଦାର ଶ୍ରୀ ଶର୍ମାଙ୍କ ସହିତ ଆଲୋଚନା କରିଥିଲେ।ଭଲ ଶୁଭ ଦିନ ଓ ସମୟ ଦେଖି ମନ୍ଦିର ନିର୍ମାଣର ଶୁଭ ପଡିବ ବୋଲି ପୂର୍ତ୍ତ ବିଭାଗ ଅଧିକାରୀ ଶ୍ରୀ ଗୁରୁ ପ୍ରକାଶ କରିଛନ୍ତି। ଏଥିସହିତ ମନ୍ଦିର ନିର୍ମାଣ ସହିତ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ ଜିଲ୍ଲା ପ୍ରଶାସନର ସହଯୋଗ ରହିବାକୁ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଉପାଧ୍ୟାୟଙ୍କୁ ଅନୁରୋଧ କରିଥିଲେ।ଏହାପରେ ପ୍ରକଳ୍ପ ନିର୍ଦେଶକ ଶ୍ରୀ ଉପାଧ୍ୟାୟ ଥୁଆମୂଳ ରାମପୁର ବ୍ଲକର ଅଡ୍ରୀ, ଗୋପୀନାଥପୁର, ମାଳିଗାଁ ଏବଂ ଇନ୍ଦ୍ରାବତୀ ଜଳବନ୍ଦୀ ଅଞ୍ଚଳ ଭାବେ ପରିଚିତ ପୋଡାପଦର ଗ୍ରାମ ପଞ୍ଚାୟତ ଗସ୍ତରେ ଯାଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଅନୁଧ୍ୟାନ କରିଥିଲେ।ବିଶେଷ କରି ଡିଏମ୍ଏଫ୍ ପାଣ୍ଠିରୁ ହେଉଥିବା ବିଭିନ୍ନ କାମ ଅନୁଧ୍ୟାନ କରିବା ସହିତ ଏହି କାମ ଗୁଡିକ କିଭଳି ଭାବରେ ସମ୍ପାଦନ ହେବ ଏନେଇ ବ୍ଲକ ପ୍ରଶାସନ ସହିତ ଆଲୋଚନା କରିଥିଲେ।ବ୍ଲକ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବିଡିଓ ଶୁଭକାନ୍ତ ନାଏକ,ସହକାରୀ ଯନ୍ତ୍ରୀ ବାଞ୍ଛାବଟ ପାଣ୍ଡେ ଏବଂ ଯନ୍ତ୍ରୀ ଶ୍ରୀ ମହାନନ୍ଦ, ଯନ୍ତ୍ରୀ ଶ୍ରୀ ମଳୟ କୁମାର ସତପଥି ପ୍ରମୁଖ ଉପସ୍ଥିତ ଥିଲେ।

Related posts

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ଆଜି ରାତ୍ର ୧୦ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଭୋଟ ଗଣନା

Sunil Chandra Nayak

ଚାଷ ଜମିରୁ ଅଜଗର ସାପ ଉଦ୍ଧାର

Sunil Chandra Nayak

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେଲା ନୂଆ ବିଷୟ

Sunil Chandra Nayak

Leave a Comment

error: Content is protected !!