ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଲାଞ୍ଜିଗଡ଼ ବ୍ଲକ… ଦୁର୍ଗମ ଅଞ୍ଚଳରେ ମୋବାଇଲ ଯୋଗାଯୋଗ ପାଇଁ ବାଟ ଫିଟୁଛି

ସମାଜସେବୀଙ୍କୁ ରାଜ୍ୟ ସରକାରଙ୍କ ପ୍ରତ୍ୟୁତ୍ତର, ସାଧାରଣରେ ପ୍ରଶଂସା

ଲାଞ୍ଜିଗଡ଼,୦୬/୦୫(ମ.ନି.ସ)-ଆଧୁନିକ ଯୁଗର ମଣିଷ ଚନ୍ଦ୍ରପୃଷ୍ଠରୁ ଯାଇ ମଙ୍ଗଳପୃଷ୍ଠରେ ପହଞ୍ôଚଲାଣି । ବିଶ୍ୱ ଯୁ ବ୍ରହ୍ମାଣ୍ଡ ସୃଷ୍ଟିର ରହସ୍ୟଭେଦ କରିବାକୁ ଯାଇ ଈଶ୍ୱରକଣିକାର ଖୋଜ କରିସାରିଲାଣି । ସେହିପରି ଦୃତଗତିରେ ବିଶ୍ୱଶକ୍ତିରେ ପରିଣତ ହେବାକୁ ଯାଉଥିବା ଭାରତରେ ଏବେ ସୂଚନା ପ୍ରଯୁକ୍ତିର କ୍ରାନ୍ତି ସାରା ବିଶ୍ୱକୁ ପଛରେ ପକାଇଦେବା ପ୍ରତିଯୋଗିତାରେ ସବୁଠୁ ଆଗରେ ରହିଛି । ତେବେ ମୂଦ୍ରାର ଗୋଟିଏ ପାଶ୍ୱର୍ରେ ଏଭଳି କୋଳାହଳମୟ ଓ ସୁନେଲୀ ପରିବେଶ ଥିବାବେଳେ ମୂଦ୍ରାର ଅପରପାଶ୍ୱର୍ରେ ହଳାହଳମୟ ଅମା ଅନ୍ଧକାର ଆଜି ବି କାୟମ ରହିଛି । ଏହିପରି ଭାବେ ସୂଚନା କ୍ରାନ୍ତି, ଡିଜିଟାଲ ଇଣ୍ଡିଆ ଓ ଫାଇଭ-ଜି ଯୁଗରେ ଓଡିଶାର କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ମୋବାଇଲ ଫୋନ୍‌ଟିଏ ଲଗାଇବାକୁ ପାହାଡ ଚଢିବାକୁ ପଡୁଛି, ଗଛ ଚଢିବାକୁ ପଡୁଛି । ଏପରିକି କିଲୋମିଟର କିଲୋମିଟର ଦୂରଯାଏଁ ମୋବାଇଲ୍‌ର ସିଗ୍‌ନାଲ ମିଳୁନାହିଁ । ଏପରି ପରିସ୍ଥିତିରେ ଜରୁରୀକାଳୀନ ସ୍ୱାସ୍ଥ୍ୟସେବା, ଆମ୍ବୁଲାନ୍ସ ସହିତ ଅନ୍ୟ କୌଣସି ଜରୁରୀ କାମ ପାଇଁ ମୋବାଇଲ ଏକ ଚରମ ଆବଶ୍ୟକତା ହୋଇଥିବାବେଳେ ବ୍ଲକର ୧୬ରୁ ଉର୍ଦ୍ଧ୍ୱ ଗ୍ରାମପଞ୍ଚାୟତରେ ଆଜି ବି ମୋବାଇଲ ଯୋଗାଯୋଗ ସ୍ୱପ୍ନ ହୋଇ ରହିଛି । ସରକାର ଆସୁଛି, ଯାଉଛି । ନେତା ଆସୁଛନ୍ତି, ଯାଉଛନ୍ତି କିନ୍ତୁ ଲୋକଙ୍କ ସମସ୍ୟାର ସମାଧାନ ହେଉନାହିଁ । ଏପରିସ୍ଥଳେ ଗତବର୍ଷ କରୋନାଜନିତ ଲକଡାଉନ୍ ସମୟରେ ଛାତ୍ରଛାତ୍ରୀଙ୍କ ଅନଲାଇନ୍ ପାଠପଢା ମଧ୍ୟ ସଂପୂର୍ଣ୍ଣ ଭାବେ ବାଧାପ୍ରାପ୍ତ ହୋଇଥିଲା । ଅଞ୍ଚଳର ଏହି ସମସ୍ୟାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଦୀର୍ଘ ପନ୍ଦର ବର୍ଷ ହେଲା ସାମ୍ବାଦିକତା ଓ ସମାଜସେବା କରୁଥିବା ଯୁବସମାଜସେବୀ ସୁଶୀଲ କୁମାର ବାଗ, କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ବାଗ ପତ୍ର ଲେଖିବା ପରେପରେ କେନ୍ଦ୍ର ଟେଲିକମ୍ ମନ୍ତ୍ରୀ ନିଜର ଓଡିଶା ଗସ୍ତ ସମୟରେ କେବଳ କଳାହାଣ୍ଡି ଜିଲ୍ଲା ପାଇଁ ୫୧୬ଗୋଟି ମୋବାଇଲ୍ ଟାୱାର ସ୍ଥାପନ ପାଇଁ ଘୋଷଣା କରିଥିଲେ । ସେଥିମଧ୍ୟରୁ କେବଳ ଲାଞ୍ଜିଗଡ ବ୍ଲକରେ ୧୬୯ଟି ଓ ଥୁଆମୂଳ ରାମପୁର ବ୍ଲକରେ ୧୧୭ଟି ମୋବାଇଲ ଟାୱାର ସ୍ଥାପନ ପାଇଁ ପଥ ପରିଷ୍କାର ହୋଇସାରିଛି । ସ୍ଥାନ ଅନୁସାରେ ବିଏସ୍‌ଏନ୍‌ଏଲ୍‌, ଏୟାରଟେଲ୍ ଓ ଜିଓ କଂପାନୀ ପକ୍ଷରୁ ଏଥିପାଇଁ ମିଳିତ ପ୍ରସ୍ତାବ ରହିଥିବାବେଳେ ଏହାକୁ ନେଇ ରାଜ୍ୟ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଏପରିକି ରାଜ୍ୟ ସରକାରଙ୍କ ସଂପୃକ୍ତ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ଆବେଦନକାରୀ ଶ୍ରୀ ବାଗଙ୍କୁ ମଧ୍ୟ ଅବଗତ କରାଯାଇଛି । କିଛି ଟେଲିକମ୍ ଅପରେଟର ବ୍ଲକର ବିଭିନ୍ନ ପଞ୍ଚାୟତ ପରିଦର୍ଶନ କରିବା ସହିତ ପ୍ରାଥମିକ ସର୍ଭେ ମଧ୍ୟ ଆରମ୍ଭ କରିସାରିଲେଣି । ଏହାକୁ ନେଇ ଅଞ୍ଚଳବାସୀ ବେଶ୍ ଆଶାବାଦୀ ଥିବାବେଳେ ଯୁବସମାଜସେବୀ ଶ୍ରୀ ବାଗଙ୍କ ଏତାଦୃଶ ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଛନ୍ତି ।

ଲାଞ୍ଜିଗଡ ରୁ ସୁଶିଲ କୁମାର ବାଗ ଙ୍କ ରିପୋର୍ଟ।

Related posts

କୋକସରା ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

ଢେଙ୍କାନାଳ ଅଭିକର୍ତ୍ତା ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ଧାରଣା

Sunil Chandra Nayak

Leave a Comment

error: Content is protected !!