ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ବ୍ୟଙ୍ଗ କବିତା ନାଆଁଟି ମୋର ମାଛି

ନାଆଁଟି ମୋର ମାଛି

(ବ୍ୟଙ୍ଗ)

ଉପେନ୍ଦ୍ର କୁମାର ବସ୍ତିଆ

 

ନାଆଁଟି ମୋର ମାଛି 

ବାପାମାଆ ଦେଲେ ବାଛି 

ଦୁନିଆରେ ନାଆଁ ନ ଥିଲା ପରିକା 

ରଖୁଥିଲେ ଗଛି ଗଚ୍ଛି 

ନାଆଁଟି ମୋର ମାଛି ।

ଯେତେବେଳେ ବଡ ହେଲି 

ପାଠ ପଢ଼ିବାକୁ ଗଲି 

ଦୁଷ୍ଟାମୀ ପଣ ଦେଖାଉ ଦେଖାଉ 

ଗୁରୁଜୀ ଦେଲେ ଛେଚି 

ନାଆଁଟି ମୋର ମାଛି ।

ସାଙ୍ଗସାଥୀ ମେଳ ହେଲୁ 

ବଣ ଭୋଜି ଦିନେ କଲୁ 

ଯାଉଯାଉ ବାଟେ ଖସିଗଲା ଗୋଡ 

ପଡ଼ିଗଲି ତଳେ କଚି 

ନାଆଁଟି ମୋର ମାଛି ।

ଦୁଃଖରେ ଥାଏ ମୁଁ ବସି 

ପିଲାଏ ଉଠିଲେ ହସି 

ଗୁରୁଜୀ ଆସିଲେ କାନକୁ ଧଇଲେ 

ଠୋ ଠୋ ଦେଲେ କଷି 

ନାଆଁଟି ମୋର ମାଛି ।

ମାଂସ ପଲାଉ ହୋଇଥିଲା 

ତା ସହିତ କ୍ଷୀରି ଖଟା ଥିଲା 

ପରଶିଲା ବେଳେ ପିଅନ ବୁଢାଟା 

ହାଡ଼ କଣ୍ଟା ଦେଲା ବାଛି 

ନାଆଁଟି ମୋର ମାଛି ।

ମନ ଦୁଃଖେ ମନେ ଥାଏ 

କାହାକୁ କହୁ ନ ଥାଏ 

ଖୁସିରେ ପିଲାଏ ଘରକୁ ଫେରନ୍ତି 

ମୁଁ ଆସେ ଲୁହ ପୋଛି ପୋଛି

ନାଆଁଟି ମୋର ମାଛି ।

ବାପା ପଚାରିଲେ କିସ୍ ହେଲା 

ରାଗରେ କହିଲି ଚୋପା ହେଲା 

ହଇରେ ପୁଅ ରାଗୁଛୁ କାହିଁ 

କଣ ହେଲା କହୁନୁ କିଛି 

ନାଆଁଟି ମୋର ମାଛି ।

ରାମ ଦାମ ଶ୍ୟାମ କି ସନାତନ

ଏଥିରୁ ନ ଥିଲା ଗୋଟିଏ ନାମ 

ମାଛି ନାଆଁ ଦେଲ ବାଛି 

ଯିଏ ଶୁଣେ ସିଏ ହସରେ ଉଡ଼ାନ୍ତି 

କହି ନ ପାରେମୁଁ କିଛି 

ଏଇ ନାଆଁ ଦେଲ ଛି ଛି 

ନାଆଁଟି ମୋର ମାଛି ।

ରାଉରକେଲା

 

Related posts

ବରଟୋଲିରେ ନିଃଶୁକ୍ଳ ସ୍ବାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

ଶ୍ରୀ ଉମାକାନ୍ତ ଦାସ ଙ୍କ କବିତା ପୂଜିବି ଚରଣ

Sunil Chandra Nayak

ମହୁମାଛି ଆକ୍ରମଣରେ ଅଙ୍ଗନବାଡି କର୍ମୀ ଗୁରୁତର

Sunil Chandra Nayak

Leave a Comment

error: Content is protected !!