ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିମ୍ନମାନର ଗ୍ରାମୀଣ ଉଦ୍ୟାନ, କାମ ମନ୍ଥର ଗତିରେ ଚାଲିଛି ତୁରନ୍ତ ଶେଷ କରିବା ପାଇଁ ଦାବି

ଥୁଆମୂଳ ରାମପୁର : ୨୯/୧୧ – (ମ.ନି.ସ):- ରାଜ୍ୟର ପ୍ରତ୍ୟେକ ଗ୍ରାମ କୁ ସୁନ୍ଦର ସରସ କରି ଗଢିତୋଳିବା ପାଇଁ ସରକାରଙ୍କ ପକ୍ଷରୁ ପ୍ରୟାସ କରି ଗ୍ରାମାଞ୍ଚଳର କେତେକ ସ୍ଥାନକୁ ବିକଶିତ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ ଅର୍ଥ ଯୋଗାଇ ଦିଆଯାଉଛି। ହେଲେ ସେ ଅନୁସାରେ ଅଧିକାଂଶ ଅଞ୍ଚଳରେ ଆଖିଦୃଶିଆ କାର୍ଯ୍ଯ କରା ଯାଉନଥିବା ପରିଲକ୍ଷିତ ହୋଇଛି। ନିଜଲୋକଙ୍କୁ ସୋହାଇଲା ଭଳି କାର୍ଯ୍ଯ ବଣ୍ଟନ ହେଉଥିବା ଯୋଗୁଁ ମନଇଛା କାର୍ଯ୍ଯ କରି ମାଲାମାଲ ହେଉଥିବା ଜଣାପଡିଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଏମିତି କାର୍ଯ୍ଯ କରୁଥିବା ବେଳେ ଏପରି ଏକ କାର୍ଯ୍ଯ କରାଯାଇଛି ତାହା ହେଲା ଥୁଆମୂଳ ରାମପୁର ସଦରମହୋକୁମା ସ୍ଥିତ ଗ୍ରାମୀଣ ଉଦ୍ୟାନ। ସରକାର ଙ୍କ ଅର୍ଥକୁ ଅପବେୟ କରା ଯାଉଥିବା ଭଳି ମନେ ହେଉଛି। ଏହି ପ୍ରକଳ୍ପ କୁ ଧାର୍ଯ୍ୟ ସମୟରେ ସମ୍ପୂର୍ଣ କରିବା ସମସ୍ତ ବ୍ୟବସ୍ତା ଥିଲେ ହେ ଏହାକୁ ସରକାରୀ ଅଫିସର ଙ୍କ ଦୋମୁହା ନୀତି ଅବଲମ୍ବନ କରୁଥିବା ଯୋଗୁଁ କାମ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡିରହିଛି ।ଗ୍ରାମାଞ୍ଚଳରେ ଉନ୍ନତି ତଥା ବିକଶିତ ଅଞ୍ଚଳ ପାଇଁ ଗ୍ରାମାଞ୍ଚଳରେ ଗ୍ରାମୀଣ ଉଦ୍ଯାନ ପାଇଁ ଲକ୍ଷ ଲକ୍ଷ ଟଙ୍କା ବ୍ଯୟରେ ନିର୍ମାଣ କରୁଥିବା ବେଳେ ନିମ୍ନମାନର ହେଉଥିବା ଜନସାଧାରଣ ଙ୍କୁ କ୍ଷୁବ୍ଧ କରୁଛି । ବିଭାଗୀୟ ଅଧିକାରୀ ଓ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କ ନିରବ ଦ୍ରଷ୍ଟା ସାଜିବା ହିଁ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଗ୍ରାମୀଣ ଉଦ୍ଯାନ ନିର୍ମାଣ ଅଧପନ୍ତରିଆ ଭାବରେ ପଡିରହିଛି। ବ୍ଳକ ମୁଖ୍ଯାଳୟ ସ୍ଥିତ ସହର ର ମଧ୍ୟ ଭାଗରେ ଏହି ଉଦ୍ୟାନ ନିର୍ମାଣ କରାଯାଉଛି। ଏହି କାମ ଶେଷ ହେଲେ ଗାଁର ଶୋଭାବର୍ଦ୍ଧନ କରିବା ଆଶା କରୁଥିବା ବଦଳରେ ଆଜି ଅସୁରକ୍ଷିତ ଭାବରେ ସେମିତି ପଡିରହିଛି। ସଦରମହୋକୁମା ମଧ୍ୟ ଭାଗରେ ଅବସ୍ଥିତ ପୁରୁଷୋତ୍ତମ ସାଗର ଓ ଆଡିକଟାର ସାଗରର ଭିତ୍ତିଭୂମି ଓ ଏହାର ସୁରକ୍ଷା ପାଇଁ ଅନେକ ପ୍ରଶ୍ନ ବାଛି ସୃଷ୍ଟି କରୁଛି। କାହିଁ ରାଜା ରାଜୁଡା ଅମଳରେ ଖନନ କରାଯାଇଥିବା ସାଗର ଯାହାକି ଏକ ପ୍ରକାର ସୁନ୍ଦର ପରିବେଶ ସୃଷ୍ଟି କରୁଛି। ଆଉ କେଉଁଠି ମଧ୍ୟ ଏପରେ ସୁନ୍ଦର ଭାବରେ ଦୁଇଗୋଟି ସାଗର ନଥିବ, ପୁଣି ଏହାର ମଧ୍ୟ ଭାଗରେ ଏକ ମୁଖ୍ୟ ରାସ୍ତା ଲମ୍ବିଯାଇଛି। ପ୍ରତିଦିନ ଯାନବାହନ ଲୋକଙ୍କର ଗମନାଗମନ ହୋଇଥାଏ ଯାହାକି ବିପଦ ଶଙ୍କୁଳ ଅବସ୍ଥାରେ ରହିଛି। ରାସ୍ତାକୁ ସଂପ୍ରସାରଣ କରିବା କଥା ବି ଭୁଲି ଯାଉଛନ୍ତି। ତଥାପି ଏହା ଏକ ସୁନ୍ଦର ପରିବେଶ ସୃଷ୍ଟି କରୁଅଛି ଏହା ଲୋକଙ୍କ ମନକୁ ଆକୃଷ୍ଟ କରୁଛି। ଏପରିପ୍ରେକ୍ଷୀରେ ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟ ରେ ଗ୍ରାମୀଣ ଉଦ୍ଯାନ ନିର୍ମାଣ ନିମନ୍ତେ ୧୯-୨୦ ଆର୍ଥିକ ବର୍ଷରେ ଚତୁର୍ଦ୍ଦଶ କେନ୍ଦ୍ର ଅର୍ଥ କମିଶନ ତରଫରୁ ୫ ଲକ୍ଷ ଓ ନରେଗା ଯୋଜନା ରୁ ୧୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ଗ୍ରାମୀଣ ଉଦ୍ୟାନର କାର୍ଯ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ଏକ ସ୍ୱାବବିକ ଘଟଣା। ଏତେ ଗୁଡାଏ ଟଙ୍କା ଖର୍ଚ୍ଚ ସତ୍ତ୍ୱେ ଆଖିଦୃଶିଆ କାମ ହୋଇନାହିଁ। ସାଗର ଦୁଇଗୋଟିର ନବୀକରଣରେ ମଧ୍ୟ ଅହେତୁକ ବିଳମ୍ବ କରୁଥିବାରୁ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରୁଅଛି। ଏହା ବ୍ଯତିତ ଗୁଡାଏ ଅର୍ଥ ବ୍ଯୟ ସତ୍ତ୍ୱେ ଗ୍ରାମୀଣ ଉଦ୍ଯାନ ସମ୍ପୂର୍ଣ୍ଣ ହୋଇ ପାରିନାହିଁ। ମୁଖ୍ଯାଳୟ ଠାରେ ନିର୍ମାଣ କରାଯାଉଛି, ତାହାପୁଣି ନିମ୍ନ ମାନର କାମ ସେ ବିଷୟରେ ଲୋକେ ଏବେ ସହଜରେ ହଜମ କରି ପାରୁନାହାନ୍ତି। ଏଭଳି ଅନେକ କାର୍ଯ୍ଯରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଚାଲୁନାହିଁ ତୋ ବୋଲି ବିଭିନ୍ନ ମହଲରେ ଆଲୋଚନାର ବିଷୟ ପାଲଟିଥିବା ଜଣାପଡିଛି। ତେଣୁ ତୁରନ୍ତ ଏହି କାର୍ଯ୍ଯକୁ ଶେଷ କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି କରାଯାଇଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ତାରା ଶଙ୍କର ରାୟଗୁରୁ ଜୁନାଗଡ଼ ବ୍ଲକ ସରପଞ୍ଚ ସଂଘ ସଭାପତି ମନୋନୀତ

Sunil Chandra Nayak

କବିତା – ଧନ୍ୟ ରେ ମାନବ ଜାତି

Sunil Chandra Nayak

କଳାହାଣ୍ଡିରେ ଶକ୍ତି ଉପାସନାର ଅନନ୍ୟ ପରମ୍ପରା “ଶାକ୍ତ ନବ କଳେବର- ମୁଣ୍ଡବସା”

Sunil Chandra Nayak

Leave a Comment

error: Content is protected !!