ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

ଡାବୁଗାଁ, ୨୦/୭ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ବଡଓଲମା ଗ୍ରାମ ପଞ୍ଚାୟତ କାର୍ଯ୍ୟ|ଳୟ ପରିସରରେ ରାଜ୍ୟ ପ୍ରଦୂଷଣ ବୋର୍ଡ ତରଫରୁ ବଡଓଲମା ନଦୀଶଯ୍ୟା ବାଲୁକା ଖଣି ଉପରେ ଏକ ଜନ ଶୁଣାଣି କାର୍ଯ୍ୟକ୍ରମ ବୁଧବାର ଅପରାହ୍ନରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ନବରଙ୍ଗପୁର ଅତିରିକ୍ତ ଜିଲାପାଳ ଭାସ୍କର ରଇତ ଙ୍କ ସହ ରାଜ୍ୟ ପ୍ରଦୂଷଣ ବୋର୍ଡ ଆଞ୍ଚଳିକ କାର୍ଯ୍ୟ|ଳୟର ଅଧିକାରୀ ମାନେ ଉପସ୍ଥିତ ରହି ଜନ ଶୁଣାଣି କରିଥିଲେ | ଏଥିରେ ଗ୍ରାମବାସୀଙ୍କ ଆପତ୍ତି ଅଭିଯୋଗ ନେଇ ସମାଧାନ କରାଯାଇଛି | ଏଥିରେ ବଡଓଲମା ନଦୀ ଶଯ୍ୟା ୩ ବାଲୁକା ଖଣି ନିଲାମ ଦିଆଯାଇଛି | ଏନେଇ ଗ୍ରାମବାସୀ ଙ୍କୁ ଜଣାଇ ଦିଆଯାଇଥିଲା | ଏହି ଜନ ଶୁଣାଣି କାର୍ଯ୍ୟକ୍ରମରେ ବଡଓଲମା ସରପଞ୍ଚ ବୁଦେଇ ଭତ୍ରା, ସମିତି ସଭ୍ୟ ଲଖିଚାନ୍ଦ ଭତ୍ରା, ଡାବୁଗାଁ ତହସିଲଦାର ସନ୍ଧ୍ୟା ସମରଥ, ରାଜସ୍ୱ ନିରିକ୍ଷକ ସୁବ୍ରତ ମିସ୍ତ୍ରୀ ଓ ଗ୍ରାମର ପ୍ରାୟ ୨୦୦ ଜଣ ଗ୍ରାମବାସୀ ଉପସ୍ଥିତ ଥିଲେ |

ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ 

Related posts

ବାଲେଶ୍ବର – କେନ୍ଦ୍ର ଲଳିତକଳା ଏକାଡେମୀ ପୁରସ୍କାର ବିଜେତା ଲକ୍ଷ୍ମୀପ୍ରିୟାଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ଗାଈଗୋଠ ଫେରିବାର ବେଳ

Sunil Chandra Nayak

ନୂଆପଡା ଠାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଶୁଭ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!