ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚନ୍ଦାହାଣ୍ଡି ଠାରେ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ

ଚନ୍ଦାହାଣ୍ଡି (ମ ନିସ) ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ଚନ୍ଦାହାଣ୍ଡି ପ୍ରାଙ୍ଗଣ ରେ ନବରଙ୍ଗପୁର ଜିଲ୍ଲା ଦଶ କର୍ମ ଧାରା ର ଶିକ୍ଷା ଓ ଗବେଷଣାତ୍ମକ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଛି।ଉକ୍ତ ପାଠଚକ୍ର ରେ ଜିଲ୍ଲା ସଂଯୋଜକ ସୁରେଶ କୁମାର ମିଶ୍ର , ଇନ୍ଦ୍ରାବତୀ ରୁ ସୁଧିରାଜ ରାଉତ, ନବରଙ୍ଗପୁର ରୁ ସୁଜାତା ମିଶ୍ର ,ସଙ୍ଗୀତ ପଟ୍ଟନାୟକ, ବି ମାଲିଗୁଡ଼ା ରୁ ବଳରାମ ଜଗତ, ଉମରକୋଟ ରୁ ଦେବେନ୍ଦ୍ର ପ୍ରସାଦ ନାୟକ ପାପଡ଼ାହାଣ୍ଡି ରୁ ଶ୍ୟାମ ସୁନ୍ଦର ନୀଙ୍ଗି ତତ୍ ସହିତ ଚନ୍ଦାହାଣ୍ଡି ର ଶତାଧିକ ମାତୃପ୍ରେମୀ ଭଉଣୀ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ରେ ସର୍ବପ୍ରଥମେ ଗୌରୀ ଶଙ୍କର ଡଙ୍ଗରୀ ସମସ୍ତ ଙ୍କୁ ସ୍ବାଗତ କରିଥିଲା ବେଳେ ଦେବେନ୍ଦ୍ର ପ୍ରସାଦ ନାୟକ ବର୍ତ୍ତମାନ ପରିପେକ୍ଷୀ ରେ ପୂର୍ଣ୍ଣାଙ୍ଗ ଶିକ୍ଷା ର ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ରେ ଲାଲ ଧର ସୁନାନୀ, ସଞ୍ଜୟ,ସୁରେଶ, ଭୈରବ ମାଝୀ କପିଳାସ,ଶରତ ,ସୁନୀତା ଭୋଇ ଆଦି ଭାଇ ଭଉଣୀ ସହଯୋଗ କରିଥିଲେ। ଶେଷରେ ବ୍ଲକ ଆବାହକ ଭୋଲା ଶଙ୍କର ସୁନା କୃତଜ୍ଞତା ପ୍ରଦାନ କରିଥିଲେ ।

  ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଗାଳ୍ପିକ:ଡମ୍ବରୁଧର ବେହେରା ଙ୍କ ମିନି ଗଳ୍ପ – ଧ୍ରୁବ ସତ୍ୟ

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ପ୍ରାଣ ବାୟୁ

Sunil Chandra Nayak

ଲିପ୍ସା ଛତ୍ରିଆ କୁ ଉଚ୍ଚ ଶିକ୍ଷା ପାଇଁ ସହଯୋଗର ହାତ ବଢ଼ାଇଲେ ସମାଜସେବୀ ବିଶ୍ୱନାଥ କର

Sunil Chandra Nayak

Leave a Comment

error: Content is protected !!