ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ଚରୈବେତି ତରଫରୁ ମାସିକ ସାହିତ୍ୟ ଆସର

ଢେ଼ଙ୍କାନାଳ (ମ ନି ସ)ଅଦ୍ୟ ତା ୨୨/୧୦ରିଖ ଶନିବାର ଦିନ ଅପରାହ୍ନ ୩.୩0ମି. ସମୟରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସାହିତ୍ୟ ବିଭାଗ ” ଚରୈବେତି ” ତରଫରୁ ମାସିକ ସାହିତ୍ୟ ଆସର ସ୍ଥାନୀୟ ଦଧିବାମନ ମଠ ଠାରେ ଚରୈବେତି ର ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଆସର ଆରମ୍ଭ ରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ,  ବିଶିଷ୍ଟ ବ୍ୟଙ୍ଗ କବି ଶତ୍ରୁଘ୍ନ ମାଟି, କବୟିତ୍ରୀ ନନ୍ଦି କେଶ୍ବରୀ ନାଥ, ବୈଜୟନ୍ତୀ ପଟ୍ଟନାୟକ ପ୍ରମୁଖ ସଦସ୍ୟ ବିଭୁ ଦ୍ବିବେଦୀ ଙ୍କ ଶ୍ଳୋକ ପାଠ ସହ ଫୋରମ ର ନୂତନ ଧ୍ୱନି ବର୍ଦ୍ଧକ ଯନ୍ତ୍ର କୁ ଉନ୍ମୋଚନ କରିଥିଲେ |ଏହା ପରେ ଫୋରମ ର ସାମାଜିକ କାର୍ଯ୍ୟକ୍ରମ ସହ ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ,ଚଳିତ ଲଷ୍ମୀ ପୂଜା ଭସାଣି ସମୟ ରେ ହୃଦଘାତ ରେ ଦେହତ୍ୟାଗ କରିଥିବା ସତ୍ୟବାଦୀ ବେହରା ଙ୍କ ପାଇଁ ଫୋରମ ତରଫରୁ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା |ପରେ ପରେ ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ ଫୋରମ ଏବଂ ଫୋରମ ର କାର୍ଯ୍ୟକ୍ରମ ବିଷୟରେ ତଥ୍ୟ ରଖିଥିଲା ବେଳେ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଆସରୀୟ କବିତା ର ଧର୍ମ ବିଷୟ ରେ ଗଭୀର ଆଲୋକପାତ କରିଥିଲେ | ଏହାପରେ କବି ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ଙ୍କ ସଂଯୋଜନା ରେ ପତିତପାବନ ରାଉତ, ପ୍ରେମାନଦ ରାଉତ, ବୈଜୟନ୍ତି ପଟ୍ଟନାୟକ, ନନ୍ଦୀ କେଶ୍ବରୀ ନାଥ, ସସ୍ମିତା ମିଶ୍ର, ସସ୍ମିତା ଦାସ,ବିନୋଦ ମଲ୍ଲିକ,ବୈକୁଣ୍ଠ ସ୍ୱାଇଁ, ରଶ୍ମି ମହାପାତ୍ର, ସନ୍ତୋଷୀ ସ୍ୱାଇଁ, ପ୍ରିୟଙ୍କା ପ୍ରିୟଦର୍ଶିନୀ, ବିଶ୍ଵପ୍ରଜ୍ଞା ଷଡ଼ଙ୍ଗୀ, ମଧୁସ୍ମିତା ରାଉତ, ଙ୍କ ସମେତ ପ୍ରାୟ ୪୦ଜଣ କବି ,କବୟିତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ | ସହର ର ବରିଷ୍ଠ ଆଇନଜୀବୀ ତଥା ସାହିତ୍ୟ ପ୍ରାଣ ଶ୍ରୀଯୁକ୍ତ ଦିପ୍ତୀଶ ପ୍ରସାଦ ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇ ଫୋରମ ର ସମସ୍ତ କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ | ଫୋରମ ର ଉକ୍ତ ଆସର କୁ ସଫଳ କରିବା ପାଇଁ ବିଶ୍ୱଜିତ ବରାଳ, ରାମଚନ୍ଦ୍ର ଦେବତା ବୈକୁଣ୍ଠ ନାଥ ଦ୍ବିବେଦୀ, ଭୋଜ ରାଜ ସାହୁ ଏବଂ ଅନ୍ୟାନ୍ୟ ସଦସ୍ୟ ମାନେ ସକ୍ରିୟ ସହଯୋଗ କରିଥିଲେ |

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଡମ୍ବରୁଧର ବେହେରା ଙ୍କ କବିତା କବିତା:ଶଙ୍ଖା ସିନ୍ଦୂର

ନର୍ମଦା ନାୟକ ଙ୍କ କବିତା ଛନ୍ଦହୀନ ଶ୍ରାବଣୀ

Sunil Chandra Nayak

ରାଷ୍ଟ୍ରପତୀ ପଦ ହାସଲ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଥୁଆମୂଳ ରାମପୁର ବ୍ଳକରେ ବିଜେପି ର ବିଜୟ ଉତ୍ସବ

Sunil Chandra Nayak

Leave a Comment

error: Content is protected !!