ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୋଡାପୁଡା ପଞ୍ଚୁକ ମହୋତ୍ସବ ପ୍ରଥମ ସଂଧ୍ଯା କାର୍ଯ୍ୟକ୍ରମ

ବାଲେଶ୍ଵର,୦୪/୧୧/୨୨- ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ମଥାନୀ ପଞ୍ଚାୟତ ଅନ୍ତର୍ଗତ ପୋଡାପୁଡା ଗ୍ରାମରେ ୯ ଦିନ ବ୍ୟାପୀ ପଞ୍ଚୁକ ବ୍ରତ ଉପାସନା ସାଙ୍ଗକୁ ରାଧା କୃଷ୍ଣ ଗୋପୀ ଗୋପାଙ୍ଗନାଙ୍କ ବିଗ୍ରହ ସ୍ଥାପନ କରି ପ୍ରତ୍ଯେକଦିନ ଭାଗବତ କଥାମୃତ, ପୂଜାର୍ଚ୍ଚନା, ଯଜ୍ଞ ହୋମ ଓ ନାମସଂକିର୍ତ୍ତନ ଚାଲୁରହିଥିବା ବେଳେ ତା ୦୪/୧୧/୨୨ ଶୁକ୍ରବାର ରାତିରୁ ବାଦି ଗାଆଣ ଆରମ୍ଭ ହୋଇଛି । ଏନେଇ ଗୁରୁବାର ରାତ୍ରିରେ ଏକ ସଭାର ଆୟୋଜନ ହୋଇଥିଲା । ଫୁଲମଣୀ ବିଦ୍ଯାପୀଠର ଓଡିଆ ଶିକ୍ଷକ ଦିଲ୍ଲୀପ କୁମାର ଭୂୟାଁ ସଭାପତିତ୍ବ କରିଥିଲେ । ମୁଖ୍ଯଅତିଥି ବସ୍ତା ଉପଖଣ୍ତ ଅଧିକାରୀ ଏସଡିପିଓ ଜଳଧର ଜାଲି, ମୁଖ୍ଯବକ୍ତା ପିଞ୍ଛାବଣିଆ ଗୁରୁକୁଳ ଆଶ୍ରମର ଆଚାର୍ଯ୍ଯ ତଥା ସୁ-ବକ୍ତା ବିଜୟ ଜୀ ଯୋଗଦେଇ କାର୍ତ୍ତିକ ମାସର ପଞ୍ଚୁକ ପାଳନ କରିବାର ଅଭିପ୍ରାୟ ବିଷୟରେ ବର୍ଣ୍ଣନା କରିଥିଲେ ।ସମ୍ମାନୀତ ଅତିଥି ଭାବେ ବସ୍ତା ସ୍ବାସ୍ଥ୍ଯକେନ୍ଦ୍ରର ସାରଜନ ଅରୁଣ କୁମାର ଭୂୟାଁ, ନାଟ୍ଯକାର ନରେନ୍ଦ୍ର ଦଣ୍ତପାଟ, ସାମ୍ବାଦିକ ବିଜୟ କୁମାର ଭୂୟାଁ, ଯୁବ ସମାଜସେବୀ ସୁଧାଶୁଂ ଶେଖର ଯେନା, ଶିକ୍ଷକ ଶଚିନ୍ଦ୍ର ଦଣ୍ତପାଟ, ପୂର୍ବତନ ସରପଞ୍ଚ ରାଧାଶ୍ଯାମ ମହାଳିକ ଓ ଅନୁଷ୍ଠାନର ସଭାପତି ନବକାନ୍ତ ଦଳେଇ ମଞ୍ଚାସୀନ ଥିଲେ । ପ୍ରଥମେ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରିଥିଲେ ଅତିଥିମାନେ । ଅନୁଷ୍ଠାନ ପକ୍ଷରୁ ସେମାନଙ୍କୁ ଉତ୍ତରୀୟ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ପ୍ରଥମେ ଆବାହନୀ ସଂଗୀତ ଗାନ ପରେ ମଞ୍ଚାସୀନ ଅତିଥିମାନେ ରାହାସ ପୁର୍ଣ୍ଣିମାରେ ବୋଇତ ବନ୍ଦାଣ କରି ଓଡିଶାର ସାଧବ ପୁଅ ମାନେ ବାଣିଜ୍ଯ କାର୍ଯ୍ୟର ଶୁଭାରମ୍ଭ କରିଥାନ୍ତି ଏବଂ ଆଧ୍ୟାତ୍ମିକ ଚେତନାରେ ଉଦବୁଦ୍ଧ ହେଲେ ମଣିଷ ଜୀବନ ସାର୍ଥକ ହୋଇଥାଏ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ନବକାନ୍ତ ଯେନା, ଜୟନ୍ତ କୁମାର ଯେନା, ଶଶିକାନ୍ତ ଯେନା, ପଦ୍ମଲୋଚନ(ଟିକିନା)ପାତ୍ର, ସୁଶାନ୍ତ ଦାସ, ଅଜିତ କୁମାର ଦାସ, ପ୍ରଶାନ୍ତ ଦାସ, ଚନ୍ଦନ ବେରା, ରାଜୁ ପ୍ରଧାନ, ଗୌତମ ଯେନା, ଉତ୍ତମ ଯେନା, ସିଦ୍ଧେଶ୍ବର ଯେନା, ଶିବାନନ୍ଦ ଦାସ, ନରେଶ ଯେନାଙ୍କ ସମେତ ସମସ୍ତ ସଦସ୍ୟ ଓ ଗ୍ରାମର ପୁରୁଷ ଏବଂ ମହିଳା ମାନେ ସାମିଲ ହୋଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତିରିଂ ; ନୂଆଗାଁ ରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା

Sunil Chandra Nayak

ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ବନମହୋତ୍ସବ ସପ୍ତାହ ପାଳନ

Sunil Chandra Nayak

ଆନନ୍ଦପୁର, ବେଲବାହାଳିରେ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ  ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!