ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗାଧେବାକୁ କୁ ଆସି କେନାଲ ରେ ଯୁବକ ନିଖୋଜ ଅଭିଯୋଗ, ଉଦ୍ଧାର କାର୍ଯ୍ୟ ଜାରି

କୋକସରା,୦୪/୧୧( ମ ନି ସ) ଇନ୍ଦ୍ରାବତୀ ବାମ କେନାଲରେ ବୁଡି ଯୁବକ ନିଖୋଜ ହୋଇଥିବା ଜଣାପଡିଛି । ଦମକଳ ବିଭାଗ ର ଉଦ୍ଧାର କାର୍ଯ୍ୟ ଜାରି ରଖିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ପଞ୍ଚାୟତ ନୂଆପଡ଼ା ଗ୍ରାମର ଯୁବକ ଦୁର୍ଜନ ବାଗଙ୍କ ପୁଅ ଦେବେନ୍ଦ୍ର ବାଗ(୨୫) ଗୁରୁବାର ମଧ୍ୟାହ୍ନରେ ଗାଁ ନିକଟରେ ଥିବା ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲକୁ ଗାଧେଇବାକୁ ଆସି କେନାଲର ପ୍ରଖର ପାଣି ସ୍ରୋତରେ ଭାସି ଯାଇଥିବା ସନ୍ଦେହ କରାଯାଉଛି। ଦୀର୍ଘ ସମୟ ଧରି ଗାଧେଇ ଆସି ଘରକୁ ନଫେରିବାରୁ ପରିବାର ଲୋକ ଖୋଜିବାକୁ ଆସିଥିଲେ । କେନାଲ ହୁଡା ନିକଟରେ ଦେବେନ୍ଦ୍ର ବ୍ୟବହାର କରୁଥିବା ପେଣ୍ଟ, ସାର୍ଟ, ଚପଲ ଓ ସାଇକେଲ କେନାଲ ହୁଡାରେ ଥିବା ଦେଖି ଯୁବକ କେନାଲରେ ଭାସି ଯାଇଥିବା ନେଇ ପରିବାର ଓ ଗ୍ରାମବାସୀ ସନ୍ଦେହ ପ୍ରକାଶ କରି ସ୍ଥାନୀୟ ସରପଞ୍ଚ ପୁଷ୍ପାଞ୍ଜଳି ନାଏକଙ୍କୁ ଖବର ଦେବାପରେ ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ, ସମିତି ସଭ୍ୟ ଗଜାନନ ନିଆଲ ଆସି କୋକସରା ପୁଲିସ ଓ ଦମକଳ କର୍ମଚାରୀଙ୍କୁ ଖବର ଦେବାପରେ ଦମକଳ କର୍ମଚାରୀ ପହଞ୍ଚି କେନାଲରୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ତେବେ କେନାଲରେ ପାଣିର ସ୍ରୋତ ଅଧିକ ରହିଥିବା କାରଣରୁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ପରେ ଇନ୍ଦ୍ରାବତୀ କର୍ତ୍ତୃପକ୍ଷଙ୍କୁ ଖବର ଦେବାସହ କେନାଲର ଗେଟ ବନ୍ଦ କରାଯାଇଛି। ତେବେ ଖବର ଲେଖିବା ପର୍ଯ୍ୟନ୍ତ ନିଖୋଜ ଯୁବକର କୌଣସି ସନ୍ଧାନ ମିଳିନାହିଁ।

Related posts

ଟିକ୍ରାପଡ଼ା ଗ୍ରାମ ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ ଜମୁନା ହରିଜନ ଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ପର୍ଲା ଠାରେ ଏସ ଟି , ଏସ୍ ସି , ଓ ବି ସି ବୁଦ୍ଧିଜୀବି ସମ୍ବିଳନି ଓ କର୍ମକର୍ତ୍ତା ଚୟନ

ଭାଲୁ ଆକ୍ରମଣ ରେ ମହିଳା ଗୁରୁତର, ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ସ୍ଥାନାନ୍ତରିତ

Sunil Chandra Nayak

Leave a Comment

error: Content is protected !!