ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ବିଜ୍ଞାନ ମେଳା ଅନୁଷ୍ଠିତ

କୋକସରା,୫/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଆଦର୍ଶ ବିଦ୍ୟାଳୟରେ ଶନିବାର ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ମେଳା ଅନୁଷ୍ଠିତ ହୋଇଯାଇଛି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦିନବନ୍ଧୁ କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ମୋଟ ୨୦ ଗୋଟି ବିଜ୍ଞାନ ଓ ଗଣିତ ବିଷୟରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ପ୍ରଦର୍ଶିତ ପ୍ରକଳ୍ପ ଗୁଡିକୁ ଆଦର୍ଶ ବିଦ୍ୟାଳୟର ଲୋପାମୁଦ୍ରା ସାହୁ, କମଳାକାନ୍ତ ସାହୁ, ବିଜୟ ବାଗ, ଅମୁଲ୍ୟ ସିଂ, ଶଙ୍କର ରାଉତ, କିଶନ ତାଣ୍ଡି, ଧୀରେନ୍ଦ୍ର ଠାକୁର, ବିଶ୍ୱରଞ୍ଜନ ସାହୁ, ଅମୁଲ୍ୟ ସିଂ, ପଦ୍ମମୁଖ ଚଳାନ, ସୁରେନ୍ଦ୍ର ଦାସ, ନଲିନିପ୍ରଭା ନାଏକ, ଅଞ୍ଜଳି ମହାପାତ୍ର, ରଞ୍ଜିତା କାନୁନଗୋ, ସୁପ୍ରଭା ବିଶ୍ବାଳ, ମଳୟ ସରାବୁ, ଅସୀମ ଅଜିତାଭ ସାହୁ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମୁଲ୍ୟାଙ୍କନ କରିଥିଲେ। ଆଦର୍ଶ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ବିଜ୍ଞାନ ମେଳା ପରିଚାଳନାରେ ସହଯୋଗ କରିଥିଲେ। ପ୍ରଦର୍ଶିତ ବିଜ୍ଞାନ ଓ ଗଣିତ ପ୍ରକଳ୍ପ ରେ କ୍ରିଶ ପାଣିଗ୍ରାହୀ ପ୍ରଥମ, ହର୍ଷୁଲ ଗର୍ଗ ଦ୍ଵିତୀୟ ଓ ଆଶୁତୋଷ ସିଂଘଲ ତୃତୀୟ ସ୍ଥାନ ଅଧିକାର କରିଛନ୍ତି।

ମସିହା ନିଉଜ ସର୍ଭିସ୍ 

Related posts

ଲାଇଲମ ଘାଟୀରେ ଓଲଟିଲା ଲୁହାଛଡ ବୋଝେଇ ଟ୍ରଲର

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ବିଜୁ ଯୁବ ଜନତା ଦଳ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!