ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

ଆଉ କେତେ ଦିନ ଭାବ ଲଗାଇବ
    ଚନ୍ଦନ ତୂଳସୀ ଦେଇ
ଆଶା ମୋ ପୂରଣ କରିବ ନିଶ୍ଚିତ
    ସେତେ ଦିନ ଥିବି ଚାହିଁ।
ଆଶାକୁ ପୂରଣ ବଞ୍ଚିବ ଜୀବନ
    ଭାବ ରଖି ତୁମ ପାଦେ
ସବୁ ଦିନ ଧରି ନାମ ଜପୁ ଥିବି
   ଗାଉଥିବି ପଦଛନ୍ଦେ। 
ପଦରେ ଆନନ୍ଦ ଆହେ ଭକ୍ତ ବୃନ୍ଦ
    ନିତି କର ନାମଜପ
ଭଜିଲେ ପାଇବୁ ନଭଜିଲେ ନାହିଁ
    ଛାଡି ଯିବ ତୋର ପାପ।
ଅକ୍ଷର ବ୍ରହ୍ମରେ ସବୁ ରହିଅଛି 
          କର ତା ଅନୁସନ୍ଧାନ
ପାଇଯିବୁ ଆପେ ବ୍ରହ୍ମ ବିଦ୍ୟା ସବୁ
       ସେହି ତୋର ଭଗବାନ ।
ହରିରାମ ମନ୍ତ୍ର ଶ୍ରେଷ୍ଠ ମନ୍ତ୍ର ଜପ
     ଜୀବଥିବା ଯାଏ ଗାଇ
ବୋଲ ରାଧେରାଧେ ତୁଣ୍ଡରେ ଧରିଲେ
     ସଂସାର ତରିବା ତହିଁ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ବାଲେଶ୍ବର – ମା’ ଧଉଳିଛତ୍ର ଠାକୁରାଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

ଭାରତୀୟ ଜନତା ପାର୍ଟିର ପ୍ରତିଷ୍ଠା ଦିବସ ପାଳନ

Sunil Chandra Nayak

ଗଣେଶ ପୂଜା ପାଇଁ ନଗାରୀ ଗାଁ ଉତ୍ସବ ମୁଖର: ରଙ୍ଗୀନ ଆଲୁଅ ରେ ଝଲସୁଛି ସାରା ଗାଆଁ

Sunil Chandra Nayak

Leave a Comment

error: Content is protected !!