ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆ ଜଙ୍ଗଲ ଅଧିକାର ଆଇନ ରେ ଜନଜାତିଙ୍କୁ ଧୋକା

ଏବେ ସ୍ଥାନୀୟ ଆଦିବାସୀଙ୍କ ବିନା ସମ୍ମତିରେ ଘରୋଇ ସଂସ୍ଥା ଜଙ୍ଗଲ ଜମି ଅଧିଗ୍ରହଣ କରିପାରିବେ

ପୂର୍ବ ନିୟମ ଅନୁଯାୟୀ, ଜଙ୍ଗଲ ଜମି ଘରୋଇ ସଂସ୍ଥା କୁ ହସ୍ତାନ୍ତର ହେବା ପୂର୍ବରୁ ଜଙ୍ଗଲ ବାସ କରୁଥିବା ସମ୍ପ୍ରଦାୟର ସମ୍ମତି ନେବା ଜରୁରୀ ଥିଲା….

କେନ୍ଦ୍ର ସରକାର ଙ୍କ ନୂଆ ନିୟମ ଅନୁଯାୟୀ ଏଣିକି ଘରୋଇ ସଂସ୍ଥା ମାନେ ଜଙ୍ଗଲବାସୀ ମାନଙ୍କ ସମ୍ମତି ନନେଇ ଜଙ୍ଗଲ କାଟି ପାରିବେ। ଯାହା ଜଙ୍ଗଲ ଅଧିକାର ଅଧିନିୟମ ର ଉଲଂଘନ କରୁଛି। ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ଜଙ୍ଗଲ ସଂରକ୍ଷଣ ଆଇନ ଅନ୍ତର୍ଗତ ଜଙ୍ଗଲ ସଂରକ୍ଷଣ ନିୟମ, ୨୦୨୨ କୁ ଜୁନ୍ ୨୮ ରେ ପରିବର୍ତନ କରିଛନ୍ତି।

ଏହି ନିୟମ ଅନୁଯାୟୀ ଭିତ୍ତିଭୂମି ତଥା ବିକାଶମୂଳକ ପ୍ରକଳ୍ପ ପାଇଁ ଜଙ୍ଗଲ ଜମି ଅଧିଗ୍ରହଣ ସହଜ ଓ ସରଳ ହେବ ବୋଲି ରିପୋର୍ଟ ରେ ଦର୍ଶାଯାଇଛି।ପୂର୍ବ ନିୟମ ଅନୁଯାୟୀ, ଜଙ୍ଗଲ ଜମି ଘରୋଇ ସଂସ୍ଥା କୁ ହସ୍ତାନ୍ତର ହେବା ପୂର୍ବରୁ ଜଙ୍ଗଲ ବାସ କରୁଥିବା ସମ୍ପ୍ରଦାୟର ସମ୍ମତି ନେବା ଜରୁରୀ ଥିଲା। ବର୍ତ୍ତମାନ, ପ୍ରଥମେ ଜଙ୍ଗଲ ଜମି ହସ୍ତାନ୍ତରକୁ ଅନୁମୋଦନ କରାଯିବ ଏବଂ କ୍ଷତିପୂରଣ ଓ ବୃକ୍ଷରୋପଣ ପାଇଁ ଦେୟ ସଂଗ୍ରହ କରାଯିବ | ଏହା ପରେ ରାଜ୍ୟ ସରକାର ଜଙ୍ଗଲବାସୀ ଙ୍କର ଜଙ୍ଗଲ ଅଧିକାର ର ସମାଧାନ କରି ପୁନଃ ଥଇଥାନ କରିବେ।ନୂଆ ନିୟମ ଅନୁଯାୟୀ, କୌଣସି ଗୋଟିଏ ପ୍ରକଳ୍ପ ପାଇଁ ଅନୁପାଳନ ରିପୋର୍ଟ ପାଇବା ପରେ କେନ୍ଦ୍ର ସରକାର ଜଙ୍ଗଲ ସଂରକ୍ଷଣ ଆଇନର ଧାରା ୨ ଅନୁଯାୟୀ ଚୂଡ଼ାନ୍ତ ଅନୁମୋଦନ ପ୍ରଦାନ କରିପାରନ୍ତି। ଏହା ପରେ ଏହି ନିଷ୍ପତ୍ତି ରାଜ୍ୟ ସରକାର କିମ୍ବା ୟୁନିଅନ୍ ଟେରିଟୋରୀ ପ୍ରଶାସନକୁ ଜଣାଇବେ।ଏହା ପରେ ରାଜ୍ୟ ସରକାର କିମ୍ବା ୟୁନିଅନ୍ ଟେରିଟୋରୀ ପ୍ରଶାସନ ନିଶ୍ଚିତ କରିବେ ଯେ ଏହି ପ୍ରକଳ୍ପ ଜଙ୍ଗଲ ଅଧିକାର ଆଇନ ସମେତ ଅନ୍ୟ ସମସ୍ତ ନିୟମର ନିୟମାବଳୀକୁ ପାଳନ କରୁଛି । ଅର୍ଥାତ୍ ଅଧିବାସୀ ଙ୍କର ଜଙ୍ଗଲ ଅଧିକାରର ସମାଧାନ ଏବଂ ପୁନଃ ଥଇଥାନ ହୋଇଛି। ଏହାପରେ ସରକାର ଲିଜ୍ ପାଇଁ ଆଦେଶ ପ୍ରଦାନ କରିବେ।

ଏହି ପରିବର୍ତ୍ତନ ଜଙ୍ଗଲ ଅଧିକାର ଆଇନକୁ ଉଲ୍ଲଂଘନ କରୁଛି, ଯାହା ଅଧୀନରେ ସରକାର ଜଙ୍ଗଲବାସୀ ମାନଙ୍କର ପାରମ୍ପାରିକ ଜମିରେ ଏକ ପ୍ରକଳ୍ପ ଅନୁମତି ଦେବା ପୂର୍ବରୁ ଜଙ୍ଗଲବାସୀ ଙ୍କୁ ପୂର୍ବ ସୂଚନା ଦେବାସହ ତାଙ୍କର ସମ୍ମତି ଲୋଡ଼ିବା ଉଚିତ୍।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ବ୍ଲକ୍ ଅଧ୍ୟକ୍ଷା ସସ୍ମିତା ରାଣୀଙ୍କ ଆଶ୍ରମ ବିଦ୍ୟାଳୟ ପରିଦର୍ଶନ

Sunil Chandra Nayak

କାଜାକିସ୍ଥାନର କାଜାକ୍ ଭାଷାରେ ଅନୁଦିତ ହେଲା ଡ଼.ଭବାନୀ ଶଙ୍କର ନିଆଲଙ୍କ କବିତା

Leave a Comment

error: Content is protected !!