ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ହେ ନୀଳାଦ୍ରି ନାଥ

ହେ ନୀଳାଦ୍ରି ନାଥ

ବିଜୟ କୁମାର ଜେନା

ତୁମରି ପରଶେ ନଦୀ ବହି ଯାଏ
       ସାଗର ମିଳନ ସୁଖ
ତୁମେ ଦୟା କଲେ ସର୍ବ ପ୍ରାଣୀଙ୍କର
     ଲାଘବ ହୁଅଇ ଦୁଃଖ।
ନିତି ପ୍ରତ୍ୟୁଷରେ ରବିଙ୍କ କିରଣ
     ଝଲସାଇ ଦିଏ ମହୀ
ତୁମ ସୃଷ୍ଟି କେଡେ ଜୀବନ୍ତ ଲାଗଇ
     ମୋ ମନ ହେଉଛି କହି।
ତୁମରି ଆଜ୍ଞାରେ ଦିନ ପରେ ରାତି
       ମାସ ବର୍ଷ ଋତୁ ଚକ୍ର
ଘୁରି ଘୁରି କାଳ ମୋର ସରି ଯାଏ
      ମୁକତି ପାଇଁକି ବ୍ୟଗ୍ର।
କେତେ ଦିନ ଆଉ ମାୟା ବନ୍ଧନରେ
      ଘାଣ୍ଟି ହେବି ଏ ସଂସାରେ
ହେ ନୀଳାଦ୍ରି ନାଥ ତୁମ କରୁଣାରୁ
     ବିନ୍ଦୁ ଏ ପଡୁ ମଥାରେ।
ଏହି ଆଶା ନେଇ ଶରଣ ପଶିଲି
     ନକର ବାରଣ ନାଥ
ପ୍ରତି ଓଡ଼ିଆର ଚେତନାରେ ତୁମେ
       ଆହେ ପ୍ରଭୁ ଜଗନ୍ନାଥ।

  ଅବସର ପ୍ରାପ୍ତ ପ୍ରାଧ୍ୟାପକ

ଶାମୁକା ସାହି ,ରଣପୁର ନୟାଗଡ଼

Related posts

ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର, ରୁପ୍ରାର ନୂତନ ପରିଚାଳନା କମିଟି ଗଠନ

Sunil Chandra Nayak

ବାଲେଶ୍ଵର ଜିଲ୍ଲା ଡମ୍ପର ମାଲିକ ମହାସଂଘର ପ୍ରଥମ ବୈଠକ ଅନୁଷ୍ଠିତ

Sunil Chandra Nayak

ଗିରିରାଜ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ସ୍ୱଚ୍ଛ ଭାରତ ଅଭିଯାନ ଓ ଦାନ ଉତ୍ସବ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!