ସେହି ମା ପାଇଁ
ସାସାଂରିକ ଜୀବନର ଆରମ୍ଭରୁ
ବୋଝ ବୋହିବାର କଥା ଦେଇ
ପାଦ ଥାପିଥିଲି
ସଂସାର ହାଟରେ
ଝୁଣ୍ଟିଛି ବହୁତ ଆଘାତ ବି ଖାଇଛି
ହେଲେ ଆଘାତ ଦେଇପାରିନି
ସୁଖ ଗୋଟୋଉ ଗୋଟୋଉ
ଆଣ୍ଠେଇ ପଡ଼ିଛି
କିଏ କୋଳେଇ ନେବାର ଜାଣିନି
ମୁଣ୍ଡ ହାଣି ନଇଁପଡ଼ିଛି ।
ଚାଲିଛି ଯେ ଚାଲିଛି।
କୋହୋ ଚାପି ଏକା ଏକା
ଲୁହ ସହ ଖେଳିଛି ଅନେକ ବାର
ଥରିଲା ଓଠକୁ ଦାନ୍ତରେ ଚାପିଧରି
ଢକ ଢକ କରି ଦୁଃଖ ପିଇଛି
ସୁଖ ବାଣ୍ଟିବାକୁ ଯାଇ
ତିଳ ତିଳ କରି ଜଳଛି।
ସବୁ କିଛି ଦେଇପାରେ ବୋଲି ତ ମା
ତା ପାଇଁ ସତେ ଯେପରି
କାହାର କିଛି କହିବାର ନାହିଁ
ସବୁ ସହିବାର ଶକ୍ତି ଯେପରୀ ନେଇଛି ସେ।
ତା ପାଦେ କୋଟି ପ୍ରଣିପାତ।
ନଗେନ୍ଦ୍ର କୁମାର ରାଉତ,
ଉମରକୋଟ, ନବରଙ୍ଗପୁର