ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ସବୁଠୁ ସୁନ୍ଦର

ସବୁଠୁ ସୁନ୍ଦର

ଜ୍ୟୋତ୍ସ୍ନା ରାଣୀ ଦେବୀ

 

ସବୁଠୁ ସୁନ୍ଦର ଆରାମଦାୟିନୀ

ତୋ କୋଳଝୁଲଣା ମାଆ

ସବୁ ବିପତ୍ତିର ଆଗରେ ଉଭା ଗୋ

ତୋହରି ମମତା ନାଆ ।

 

ତୋ ହାତ ପରଷା ସମ ତୁଲ କିବା

ହେବକି ସରଗ ସୁଧା

ପେଟ ପୁରିଯାଏ ମନ ଭରିଯାଏ

ନ ଲାଗେ ବନ୍ଧନ ବାଧା ।

ରକତ ସୁଅରେ ସେନେହ ମୁହଁରେ

ଦେଉଥାଉ ସଦା ରାହା ।

ସବୁଠୁ ସୁନ୍ଦର………..

 

ବିଶାଳ ହୃଦୟ ହେଉଲୋ ସଦୟ

ରାଗରୁଷାକୁ ଭୁଲାଇ

ଅଳିଅଝଟ ତ ସବୁ ସହିଯାଉ

ତୋହପରି କେହି ନାହିଁ ।

ମୋ ସୁଖ ପାଇଁକି ତୋ ଛାତିତଳରୁ

ଜଳାଇ ଦେଉଲୋ ନିଆଁ ।

ସବୁଠୁ ସୁନ୍ଦର………

 

ମନର ବେଦନା କରୁ ତୁ କଳନା

କିଏତ ପାରେନି କରି

ଝରିବା ଆଗରୁ ମୋ ଜୀବକଳିକା

ତୁହି ତ ଯାଉଲୋ ଝରି ।

ତୋହରି ପଣତ ଶ୍ରୀମନ୍ଦିର ନେତ

ହେଉଥାଏ ସଦା ସାହା ।

ସବୁଠୁ ସୁନ୍ଦର…….

 

ଉଷୁମ କୋଳ ତୋ ଦେବଙ୍କୁ ଦୁର୍ଲ୍ଲଭ

ତୋର ମିଠାମିଠା କଥା

ହରିନିଏ ଦୁଃଖ ଭରିଦିଏ ସୁଖ

ଝୁମିଯାଏ ଆଖିପତା ।

ସୁଖର ସାଗର ଅତଳ ମୋତି ତୁ

ମୋ ପାଶରେ ସଦା ଥାଆ ।

ସବୁଠୁ ସୁନ୍ଦର……

ବ୍ରହ୍ମପୁର, ଗଂଜାମ

Related posts

ତ୍ରିଲୋଚନ ପାଢୀ ଙ୍କ କବିତା ଜୀବନର ବାଟ

Sunil Chandra Nayak

ପାଣିରେ ପଡି ଯୁବକର ମୃତ୍ୟୁ, ସନ୍ଦେହରେ ପରିବାର

Sunil Chandra Nayak

କବିତା ସାହୁ  ଙ୍କ କବିତା ଧନ୍ଯ ହେଲି ପ୍ରଭୂ

Sunil Chandra Nayak

Leave a Comment

error: Content is protected !!