ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱଜିତ୍ ନାୟକ ଙ୍କ କବିତା ମାତୃ ଦିବସ

 ମାତୃ ଦିବସ

 

ଆଖି ଯେବେ ଖୋଲି ଦୁନିଆ ଦେଖିଲି

     ତୋ ମୁହଁ ଦିଶିଲା ମତେ

ମୋର କୁଆଁ କୁଆଁ ତୋ ମନରେ ଖୁସି

    ଆଣି ଦେଇଥିଲା କେତେ….||

 

ମୋ କୁନି ଓଠରେ ମାଆ ମାଆ ଡାକ

        ତୋ କାନରେ ଯେବେ ପଡେ

  ଆସୁ ତୁ ଦଉଡି ସବୁ କାମ ଛାଡ଼ି

        ମମତାର ବାନା ଉଡେ…..||

 

ମୋ ଓଳି ଅଝଟ ଲାଗେ ନାହିଁ କଷ୍ଟ

       ପଥର ପାଲଟି ଯାଉ

ବୁଝିମୁଁ ପାରୁନି ସବୁତକ ଖୁସି

  ମତେ କାହିଁ ଦେଇ ଦେଉ….||

 

ମୋର ସ୍ୱପ୍ନ ପାଇଁ ତୋର ନିଦ ନାହିଁ

      ଦୁଃଖ କ’ଣ ଜାଣି ନାହିଁ

ଭାରି କଷ୍ଟ ପାଏ ଯେବେ କିଏ କହେ

     ମାଆ ଋଣ ସୁଝେ ନାହିଁ….||

 

ନ ସୁଝୁ ସେ ଋଣ ଗାଉଥିବି ଗୁଣ

      ମାଆର ମମତା ବଡ଼

ଓଦା ହେବ ନାହିଁ ତା ପଣତ କାନି

 ଆସିଲେ ବି ଯେତେ ଝଡ଼….||

   

       ବିଶ୍ୱଜିତ୍ ନାୟକ

ରାଜଘର ପୋଖରୀ, ବାସୁଦେବ ପୁର, ଭଦ୍ରକ

 

Related posts

ପଦ୍ମଶ୍ରୀ ବାବା ବଳିଆଙ୍କୁ ନାଗରିକ ସମ୍ବର୍ଦ୍ଧନା ଆସନ୍ତା ୧୩ରେ

Sunil Chandra Nayak

ବିଭିନ୍ନ ଦାବି ନେଇ ପାଚିକା ସଂଘର ବି ଇ ଓ ଅଫିସ ଘେରାଓ

Sunil Chandra Nayak

ବଜ୍ରଘାତରେ ଢ଼ଙ୍କଶର ଚାଷୀ ଖୁସିରାମ ଗହୀରଙ୍କ ବଳଦ ମୃତ୍ୟ

Sunil Chandra Nayak

Leave a Comment

error: Content is protected !!