ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ୱଜିତ୍ ନାୟକ ଙ୍କ କବିତା ମାତୃ ଦିବସ

 ମାତୃ ଦିବସ

 

ଆଖି ଯେବେ ଖୋଲି ଦୁନିଆ ଦେଖିଲି

     ତୋ ମୁହଁ ଦିଶିଲା ମତେ

ମୋର କୁଆଁ କୁଆଁ ତୋ ମନରେ ଖୁସି

    ଆଣି ଦେଇଥିଲା କେତେ….||

 

ମୋ କୁନି ଓଠରେ ମାଆ ମାଆ ଡାକ

        ତୋ କାନରେ ଯେବେ ପଡେ

  ଆସୁ ତୁ ଦଉଡି ସବୁ କାମ ଛାଡ଼ି

        ମମତାର ବାନା ଉଡେ…..||

 

ମୋ ଓଳି ଅଝଟ ଲାଗେ ନାହିଁ କଷ୍ଟ

       ପଥର ପାଲଟି ଯାଉ

ବୁଝିମୁଁ ପାରୁନି ସବୁତକ ଖୁସି

  ମତେ କାହିଁ ଦେଇ ଦେଉ….||

 

ମୋର ସ୍ୱପ୍ନ ପାଇଁ ତୋର ନିଦ ନାହିଁ

      ଦୁଃଖ କ’ଣ ଜାଣି ନାହିଁ

ଭାରି କଷ୍ଟ ପାଏ ଯେବେ କିଏ କହେ

     ମାଆ ଋଣ ସୁଝେ ନାହିଁ….||

 

ନ ସୁଝୁ ସେ ଋଣ ଗାଉଥିବି ଗୁଣ

      ମାଆର ମମତା ବଡ଼

ଓଦା ହେବ ନାହିଁ ତା ପଣତ କାନି

 ଆସିଲେ ବି ଯେତେ ଝଡ଼….||

   

       ବିଶ୍ୱଜିତ୍ ନାୟକ

ରାଜଘର ପୋଖରୀ, ବାସୁଦେବ ପୁର, ଭଦ୍ରକ

 

Related posts

ଜାତୀୟ ଖାଦ୍ୟ ସୁରକ୍ଷା ରେଙ୍କିଙ୍ଗ: ପ୍ରଥମ ସ୍ଥାନରେ ଓଡିଶା

ଜିଲ୍ଳା ଜଜ୍ ଙ୍କ ଅଦାଲତ ରେ କର୍ମରତ ଅଧିକାରୀ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ

Sunil Chandra Nayak

Leave a Comment

error: Content is protected !!