Uncategorizedଶ୍ରୀ ମଧୁସୂଦନ ମାହାପାତ୍ର ଙ୍କ କବିତା ଦୂରପରବତ by Sunil Chandra NayakSeptember 20, 20220226 Share1 ଦୂରପରବତ ଦୂର ପରବତ ଦିଶଇ ସୁନ୍ଦର ସୁରୁଜ ଆସିଲେ ନଇଁ ଭଳିଭଳିପକ୍ଷୀଯାଉଥାନ୍ତି ଉଡ଼ି ସେହି ପରବତ ଡେଇଁ ସୁନ୍ଦର ଦିଶଇ ମେଘ ମାଳମାଳ ଛୁଇଁଲେ ପର୍ବତ ଶିର ଘୁରିଘୁରି ମେଘ ବାଦଲ ସାଥିରେ ହୁଅନ୍ତି ବରଷା ଧାର ଟିକି ଝରଟିଏ କୁଳୁକୁଳୁ ରବେ ସେଠାରୁ ଆସଇ ଧାଇଁ ଅଙ୍କାବଙ୍କା ହୋଇ ଘୁରି ଘୁରି ଶେଷେ ପାଲଟି ଯାଏ ସେ ନଈ ନଈଟିଏ ହୋଇ ଧାଇଁଧାଇଁ ପୁଣି ସାଗର ବୁକୁରେ ମିଶେ ଦୂରରୁ ଦେଖିଲେ ପରବତ ପରା ବହୁତ ସୁନ୍ଦର ଦିଶେ l ଶ୍ରୀ ମଧୁସୂଦନ ମାହାପାତ୍ର ଝୁମ୍ପାଣ (ନୀଳାଦ୍ରି ବିହାର) ନଗୁଆଁ, ଯାଜପୁର