ଅବକାଶ
ପ୍ରେମଲତା ଗିରି
ଶରତ ଆକାଶ ତଳେ
ଭେଳା ଭେଳା ମେଘର ଦୋଳେ
ମୁଁ, ଆଉ ତୁମେ ସହ
କାଶତଣ୍ଡିର ଧୋବଫର୍ ପଂର୍
ଦେହର ଅବକାଶ
ଭାରିଭଲଲାଗେ ଗୁଣିବାକୁ
ମାଟି ଝରା ଶେଫାଳୀରେ।
ଏ ତ ମା ଆସିବାର ବେଳବୋଲି
ସେଦିନୁ ସିନ୍ଦୁର ଦେଲାଣି ଶିଶିର
ଘାସ ଫୁଲ ମଥାରେ
ଟୋପା ଟୋପା ଚନ୍ଦନ ମଝିରେ
ଭାରି ଭଲଦିଶେ
ଲାଜକୁଳି ପ୍ରୀତି ରେ।
ଗୟସୀ ଆଖିରକେତେ ସ୍ୱପ୍ନ
ଫୁଲ ମିଜ୍ଜି ମଜ୍ଜି ଫୁଟେ
ବାଟସାରା ଝୋଟି କାଟିକାଟି
ମା ବଧାରିବେ
ଧରା ଧରଣୀକୁ ଧନ୍ୟ କରି
କରୁଣାର ବାରି ରେ।
ଗଛ ଠୁ ମଣିଷ ପର୍ୟ୍ଯନ୍ତ
ଛୁଇଁଯିବେ ମମତାରେ
ଦୁଃଖ ଧୋଇ ସୁଖ ଦେବେ
କଲ୍ୟାଣର ଧାରେ ଧାରେ ମା
କଟିବେ ସକଳଦୁର୍ଦଶା
ଦୁର୍ଦିନର ଅମାରାତି
ଅଭୟଦାୟିନୀ ମା ନିର୍ଭୟରେ।
ମଂଗଳମୟୀ ମା ବରଦା
ଢାଳିଦେବେ ସତ୍ଯ ଶାନ୍ତି ପ୍ରେମ
ସୌହାର୍ଦ୍ଦ୍ୟ ସୁଷମା
ଧ୍ୱସର ମାଟି ପଣତରେ।
ଦୁର୍ଗା ମା ଦୁର୍ଗତିନାଶିନୀ
ସିଂହବାହିନୀ ଶକ୍ତି ପ୍ରଦାୟନୀ
ନାଶିବେ ପାପ ପାପୀ ଅସୁରରେ।
ଦିବ୍ୟ ଦେବୀ ଆଗମନୀ ରେ
ମନ ଖୋଜେ ଖାଲି ମା ମା
ପ୍ରାଣର ପ୍ରେରଣାରେ ଆଶା
ଆବାହନୀର ପୁଲକରେ
ଆଲୋକ ଭରି ଯାଏ
ଶରତର ଅବକାଶ ରେ ।



