ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଗିରି ଙ୍କ କବିତା ଅବକାଶ

    ଅବକାଶ

            ପ୍ରେମଲତା ଗିରି

ଶରତ ଆକାଶ ତଳେ
ଭେଳା ଭେଳା ମେଘର ଦୋଳେ
ମୁଁ, ଆଉ ତୁମେ ସହ
କାଶତଣ୍ଡିର ଧୋବଫର୍ ପଂର୍
ଦେହର ଅବକାଶ
ଭାରିଭଲଲାଗେ ଗୁଣିବାକୁ
 ମାଟି ଝରା ଶେଫାଳୀରେ।
ଏ ତ ମା ଆସିବାର ବେଳବୋଲି
ସେଦିନୁ ସିନ୍ଦୁର ଦେଲାଣି ଶିଶିର
ଘାସ ଫୁଲ ମଥାରେ
ଟୋପା ଟୋପା ଚନ୍ଦନ ମଝିରେ
ଭାରି ଭଲଦିଶେ
 ଲାଜକୁଳି ପ୍ରୀତି ରେ। 
ଗୟସୀ ଆଖିରକେତେ ସ୍ୱପ୍ନ
ଫୁଲ ମିଜ୍ଜି ମଜ୍ଜି ଫୁଟେ
ବାଟସାରା ଝୋଟି କାଟିକାଟି
 ମା ବଧାରିବେ 
ଧରା ଧରଣୀକୁ ଧନ୍ୟ କରି
କରୁଣାର ବାରି ରେ। 
ଗଛ ଠୁ ମଣିଷ ପର୍ୟ୍ଯନ୍ତ
  ଛୁଇଁଯିବେ ମମତାରେ
ଦୁଃଖ ଧୋଇ ସୁଖ ଦେବେ
କଲ୍ୟାଣର ଧାରେ ଧାରେ ମା
କଟିବେ ସକଳଦୁର୍ଦଶା
ଦୁର୍ଦିନର ଅମାରାତି 
ଅଭୟଦାୟିନୀ ମା ନିର୍ଭୟରେ। 
ମଂଗଳମୟୀ ମା ବରଦା
   ଢାଳିଦେବେ ସତ୍ଯ ଶାନ୍ତି ପ୍ରେମ
  ସୌହାର୍ଦ୍ଦ୍ୟ ସୁଷମା 
     ଧ୍ୱସର ମାଟି ପଣତରେ। 
 ଦୁର୍ଗା ମା ଦୁର୍ଗତିନାଶିନୀ
ସିଂହବାହିନୀ ଶକ୍ତି ପ୍ରଦାୟନୀ
ନାଶିବେ ପାପ ପାପୀ ଅସୁରରେ। 
 ଦିବ୍ୟ ଦେବୀ ଆଗମନୀ ରେ
ମନ ଖୋଜେ ଖାଲି ମା ମା
ପ୍ରାଣର ପ୍ରେରଣାରେ ଆଶା
ଆବାହନୀର ପୁଲକରେ
 ଆଲୋକ ଭରି ଯାଏ
 ଶରତର ଅବକାଶ ରେ । 

Related posts

ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାର କୁ ଭେଟି ପ୍ରତିକାର ର ପ୍ରତିଶୃତି ଦେଲେ ବିଧାୟକ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଚାବି

Sunil Chandra Nayak

ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୋଷାକ ଓ ଜୋତା

Sunil Chandra Nayak

Leave a Comment

error: Content is protected !!