ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରାବଣ ସୋମବାର ରେ ଶୈବ ଭକ୍ତଙ୍କ ମନ୍ଦିରଗୁଡିକରେ ଭିଡ ଜମୁଛି

ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର l ଏହି ଭାରତ ବର୍ଷରେ ବୈଷ୍ଣବ, ଶୈବ, ଜୈନ, ବୌଦ୍ଧ, ଶିଖ, ମୁସଲମାନ, ଖ୍ରୀଷ୍ଟିଆନ ଆଦି ସର୍ବ ଧର୍ମର ଲୋକ ବସବାସ କରିଆସୁଛନ୍ତି l ଏହି ପ୍ରାଚୀନ ଭାରତ ବର୍ଷରେ ଅନେକ ମୁନି ରୋଷି ମାନେ ଜନ୍ମ ନେଇ ମହାଦେବଙ୍କ ଆଶ୍ରିତ ହୋଇ ତପସ୍ୱି ଜୀବନ ଅତିବାହିତ କରି ପୂଜା ପାଠ କରିବା ପରମ୍ପରା ଚଳି ଆସିଛି l ଶ୍ରାବଣ ମାସରେ ଶୈବ ଧର୍ମ ଅବଲମ୍ବୀ ଭକ୍ତମାନଙ୍କ ବୋଲବମ ଡାକରା ଦେଇ ଦୂର ଯାତ୍ରା କରି ଶିବ ମନ୍ଦିର ଗୁଡିକରେ ଶିବ ଲିଙ୍ଗରେ ପାଣି ଢାଳି ପୂଜା କରିବା ଏକ ନିଆରା ପରମ୍ପରା l ଗୋଲାମୁଣ୍ଡା ବ୍ଲକର ଟେମରି, ଚିଚିଆ,ଦଶପୁର,ଆମଠା, ପଣ୍ଡକୁଳ,ମହାଲିଙ୍ଗର ମହାଲିଙ୍ଗ ମନ୍ଦିର, ଗଦଳାଝରଣର ଧବଳେଶ୍ୱର ମନ୍ଦିର ତଥା ଅନ୍ୟ ଗ୍ରାମଗୁଡିକରେ ଥିବା ମନ୍ଦିରରେ ଶ୍ରାବଣ ପ୍ରଥମ ସୋମବାରରେ ଭକ୍ତଙ୍କ ଭିଡ଼ ଜମିବାରେ ଲାଗିଛି lଜଗଜ୍ଜୀବନ ସା ଙ୍କ ରିପୋର୍ଟ

Related posts

ତେଜରାଜ ମାଝିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ କବିତା ବାଗ୍ମୀ ପୁରୁଷ ପଦ୍ମଶ୍ରୀ ରଜତ କର

ଶ୍ରୀମତୀ ସ୍ନେହ ମିଶ୍ର ଙ୍କ କବିତା ଶଂଖା ସିନ୍ଦୁର

Sunil Chandra Nayak

Leave a Comment

error: Content is protected !!