ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦେଶର ସର୍ବୋଚ୍ଚ ଆସନ ପାଇଁ ଗଣତନ୍ତ୍ର ପ୍ରକ୍ରିୟା…

ଅସୁସ୍ଥତା ସତ୍ତ୍ୱେ ଭୋଟ ଦେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ….
ଇତିହାସ ସାକ୍ଷୀ ରହିବ ଏମାନଙ୍କ ଭୋଟ ଦାନ

 ଅସୁସ୍ଥତା ରେ ଥାଇ ମଧ୍ୟ ଭାରତର ଗଣତନ୍ତ୍ର ପ୍ରକ୍ରିୟା କୁ ସମ୍ମାନ ଦେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ହ୍ବିଲ ଚେୟାରରେ ଯାଇ ସଂସଦ ଭବନରେ ଭୋଟ୍ ଦେଇଛନ୍ତି। ସେହିଭଳି କରୋନାରେ ପୀଡ଼ିତ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପିପିଇ କିଟ୍ ପିନ୍ଧି ଭୋଟଦାନ କରିଛନ୍ତି।

ଦ୍ରୋପଦି ମୂର୍ମୁ ଓ ଯସବନ୍ତ ସିଂନ୍ହା ଙ୍କ ଭାଗ୍ୟ ଭୋଟ ବାକ୍ସ ରେ ସିଲ…..

ପଞ୍ଚଦଶ ରା‌ଷ୍ଟ୍ରପତି ନିର୍ବ‌ାଚନ ପାଇଁ ସୋମବାର ଦିନ ଭୋଟଗ୍ରହଣ ଶେଷ ହୋଇଛି। ୪୭୯୬ ନିର୍ବାଚିତ ପ୍ରତିନିଧି (୭୭୧ ସାଂସଦ ଏବଂ ୪୦୨୫ ବିଧାୟକ)ଙ୍କ ମଧ୍ୟରୁ ପ୍ରାୟ ୯୯ ଭାଗ ମତଦାନରେ ଭାଗ ନେଇଛନ୍ତି। ପ୍ରଧାନମନ୍ତ୍ରୀ ‌ମୋଦୀ ଏବଂ ଅନ୍ୟ କେନ୍ଦ୍ର ମନ୍ତ୍ରୀ ସଂସଦ ଭବନରେ ଭୋଟ୍ ଦେଇଥିବା ବେଳେ ୮ ଜଣ ସାଂସଦ ଅନୁପସ୍ଥିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ବିଜେପିରୁ ୨, ଶିବସେନାରୁ ୨, କଂଗ୍ରେସରୁ ୧, ସମାଜବାଦୀ ପାର୍ଟି ୧, ବିଏସପି ୧ ଏବଂ ଅସଦୁଦ୍ଦିନ ‌ଅୱେସି ପ୍ରମୁଖ ଅଛନ୍ତି। ବିଜେପି ସାଂସଦ ସନ୍ନି ଦେଓଲ ଓ ଓଡ଼ିଶାର ବିଧାୟକ ପ୍ରଶାନ୍ତ ଜଗଦେଵ ମଧ୍ୟ ଭୋଟ୍ ଦେଇ ନାହାନ୍ତି। ସୋମବାରର ମତଦାନରେ ଆଉ ଏକ ଭିନ୍ନ କଥାଟି ହେଲା ‌ଯେ ଅନେକ ବିଧାୟକ ଦଳୀୟ ନିଷ୍ପତ୍ତିରୁ ହଟି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଛନ୍ତି। ସେମାନଙ୍କ ମଧ୍ୟରୁ କଂଗ୍ରେସ ଏବଂ ଶରଦ ପାୱାରଙ୍କ ଏନସିପିରୁ ଦୁଇ ଦୁଇ ଜଣ ବିଧାୟକ ଓ ଓଡିଶାରୁ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଅଛନ୍ତି। ସେମାନେ ବିବେକ ଅନୁସାରେ ଭୋଟ୍ ଦେଇଥିବା କହିଛନ୍ତି। ଏହାସହିତ ୧୦ଟି ରାଜ୍ୟରେ ୧୦୦ ପ୍ରତିଶତ ଭୋଟ୍ ହୋଇଛି ବୋଲି ମୁଖ୍ୟ ରିଟର୍ଣ୍ଣିଂ ଅଫିସର ପିସି ମୋଡି କହିଛନ୍ତି।

ଆସନ୍ତା ୨୧ ତାରିଖରେ ସଂସଦ ଭବନରେ ଗଣତି ହେବ ଏବଂ ଜୁଲାଇ ୨୫ରେ ନୂଆ ରାଷ୍ଟ୍ରପତି ଶପଥ ନେବେ। ଶାସକ ଏନଡିଏ ପକ୍ଷରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ଥିବା ବେଳେ ଯଶୋବନ୍ତ ସିହ୍ନା ବିରୋଧୀ ଦଳର ପ୍ରାର୍ଥୀ ଅଛନ୍ତି। ତେବେ ୬୦ ଭାଗରୁ ଅଧିକ ଭୋଟ୍ ପାଇ ଦ୍ରୌପଦୀ ରାଷ୍ଟ୍ରପତି ନିର୍ବାଚିତ ‌ହେବା ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଦ୍ରୌପଦୀ ବିଜୟ ‌ଲାଭ କଲେ ସେ ଅନେକ ଦୃଷ୍ଟିରୁ ପ୍ରଥମ ହେବେ। ସ୍ବାଧୀନ ଭାରତରେ ଜନ୍ମ ହୋଇଥିବା ପ୍ରଥମ ବ୍ୟକ୍ତି ଭାବେ ସେ ରାଷ୍ଟ୍ରପତି ହେବେ। ୬୪ ବର୍ଷୀୟ ଦ୍ରୌପଦୀ ଦେଶର କନିଷ୍ଠତମ ରାଷ୍ଟ୍ରପତି ମଧ୍ୟ ହେବେ। ସେହିଭଳି ଦେଶର ପ୍ରଥମ ଆଦିବାସୀ ନେତା ଭାବେ ସେ ମଧ୍ୟ ଏହି ଆସନରେ ବସିବେ।

ସୋମବାର ଦିନ ସଂସଦ ଭବନରେ ଯେଉଁମାନ ଭୋଟ୍ ଦେଇଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ସେହିପରି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଶଶୀ ଥରୁର, ମଲ୍ଲିକାର୍ଜୁନ ଖଡ୍‌ଗେ ମଧ୍ୟ ଭୋଟ୍ ଦେଇଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଏବଂ ସମାଜବାଦୀ ପାର୍ଟି ସୁପ୍ରିମୋ ମୁଲାୟମ ସିଂହ ଯାଦବ ହ୍ବିଲ ଚେୟାରରେ ଯାଇ ସଂସଦ ଭବନରେ ଭୋଟ୍ ଦେଇଛନ୍ତି। ସେହିଭଳି କରୋନାରେ ପୀଡ଼ିତ ଥିବା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଆଉ କିଛି ବିଶିଷ୍ଟ ନେତା ପିପିଇ କିଟ୍ ପିନ୍ଧି ଭୋଟଦାନ କରିଛନ୍ତି।

ସୋମବାର ମତଦାନ ପରେ ବିଭିନ୍ନ ରାଜ୍ୟରୁ ସଡ଼କ ଓ ବିମାନ ମାଧ୍ୟମରେ ଭୋଟ୍ ବାକ୍ସଗୁଡ଼ିକୁ ଦିଲ୍ଳୀ ଅଣାଯାଉଛି। ସାଥିରେ ଆସିଷ୍ଟାଣ୍ଟ ରିଟର୍ଣ୍ଣିଂ ଅଫିସରମାନେ ଆସିବେ ବୋଲି ସେ କହିଛନ୍ତି।

ରାଷ୍ଟ୍ରପତି ନିର୍ବାଚନରେ ୯୯% ମତଦାନ ହୋଇଛି। ଜୁଲାଇ ୨୧ରେ ଗଣତି ହେବ ଏବଂ ୨୫ତାରିଖରେ ଶପଥ ନେବେ ନୂଆ ରାଷ୍ଟ୍ରପତି.।ହେଲେ ଆଠ ଜଣ ସାଂସଦ ଭୋଟ୍ ଦେ‌ଲେନାହିଁ ଓ ଅନେକ ସ୍ଥାନରେ କ୍ରସ୍‌ଭୋଟିଂ ହୋଇଥିବା ଜଣାଯାଇଛି।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ରୋଗ ଯନ୍ତ୍ରଣା ସହି ନପାରି ଆତ୍ମହତ୍ୟା କଲେ ମହିଳା । ସୋସାଇଡ଼ ନୋଟରେ ଲେଖିଲେ ଆତ୍ମହତ୍ୟାର କାରଣ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ବୃକ୍ଷଟିଏ ସିଏ ବନ୍ଧୁଟିଏ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ପୁରୁଷ

Sunil Chandra Nayak

Leave a Comment

error: Content is protected !!