ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶାକ ଦ୍ଵୀପ ସୌର ବ୍ରାହ୍ମଣ ପରିଷଦ ସମ୍ମିଳନୀ ଅନୁଷ୍ଠିତ.

ଢେଙ୍କାନାଳ ସ୍ଥାନୀୟ ଦଧିବାମନ ଜିୟୁ ଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସାକ ଦିପ ସୌର ବ୍ରାହ୍ମଣ ପରିଷଦର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଶ୍ରୀଯୁକ୍ତ ରଘୁନାଥ ଦାସ ସଭାପତି , ନିମାଇଁ ଚରଣ ଦାସ ସଂପାଦକ, ଶ୍ରୀଯୁକ୍ତ ମହେଶ୍ଵର ପାତ୍ର, ଶ୍ରୀଯୁକ୍ତ ଅଚ୍ୟୁତ।ନନ୍ଦ ନାୟକ, ଶ୍ରୀଯୁକ୍ତ ବିରୁ ପ୍ରସାଦ ଆଚାର୍ଯ୍ୟ, ଶ୍ରୀ ନାଥ ଆଚାର୍ଯ୍ୟ,କୈଳାସ ଆଚାର୍ଯ୍ୟ, ସଂଯୋଜକ ପ୍ରଦିପ କୁମାର ନାୟକ ଙ୍କୁ ଫୁଲ ତୋଡ଼ା ଦେଇ ସ୍ଵାଗତ କରିଥିଲେ । ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ନାୟକ ସଭାପତିତ୍ଵ କରିଥିଲେ । ଏହି ସମିଳନୀ ରେ ନୂତନ କର୍ମକର୍ତ୍ତା ଚୟନ କରାଯାଇ ଥିଲା। ସେମାନଙ୍କ ମଧ୍ୟରୁ ସଭାପତି ହେଲେ ପୁରୁଷୋତ୍ତମ ନାୟକ ଓ ସନ୍ତେଷ କୁମାର ନାୟକ ସଂପାଦକ ଓ ନିର୍ମଳ ଚନ୍ଦ୍ର ନାୟକ ଙ୍କୁ କୋଷଧକ୍ଷ ଚୟନ କରାଯାଇ ଥିଲା। ସଭାପତି ଶ୍ରୀଯୁକ୍ତ ରଘୁନାଥ ଦାସ କହିଥିଲେ ଯେ ସୌର ବ୍ରାହ୍ମଣ ପରିଷଦର ଉଦ୍ଦେଶ୍ୟ ହେଉଛି ବିଶ୍ୱଶାନ୍ତି ଗ୍ରହ ଯଞ୍ଜ କରିବା ଓ ଗ୍ରହ ଯଦି ଶାନ୍ତି ହେବ ବିଶ୍ଵ ମଧ୍ୟ ଶାନ୍ତି ହେବ ଏହି କଥାକୁ ଆଧାର କରି ପ୍ରତି ଜିଲ୍ଲା ରେ ଏକ ସଂଘଟନ ତିଆରି ହୋଇଛି । ଶେଷରେ ଏମାନଙ୍କୁ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସ୍ଵାଗତ କରାଯାଇ ଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କୋଲନରା କୁ ଏକ ସର୍ବଶେଷ୍ଟ ବ୍ଲକରେ ପରିଣତ କରିବାକୁ ଅୱାନ

Sunil Chandra Nayak

ମୁସଲମାନ ସମ୍ପ୍ରଦାୟ ଭାଇ ଭଉଣୀ ଙ୍କ ଉଦେଶ୍ୟ ରେ  ଉଦଘାଟିତ ହେଲା ମସଜିଦ୍ 

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

Leave a Comment

error: Content is protected !!